ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୩/୧୧/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସରସ୍ଵତୀ ଶିଶୁ ମନ୍ଦିର ର ନୂତନ ପରିଚାଳନା କମିଟି ଆଜି କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଶିକ୍ଷା ବିକାଶ ସମିତି ର ଅନୁମୋଦନ କ୍ରମେ ପୁରୁଣା ପରିଚାଳନା କମିଟି ଭଙ୍ଗ କରାଯାଇ ଆଜି ଠାରୁ ନୂତନ ପରିଚାଳନା କମିଟି ଦାୟିତ୍ଵ ଗ୍ରହଣ କରିଛନ୍ତି। ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ସତ୍ୟ ନାରାୟଣ ଚୌଧୁରୀ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ସର୍ବ ପ୍ରଥମେ ଅତିଥି ପରିଚୟ ପ୍ରଦାନ କରାଯାଇଥିଲା। ନୂତନ ପରିଚାଳନା କମିଟି ର ସଭାପତି ଭାବେ ଏମ ସୂର୍ଯ୍ୟ ନାରାୟଣ ସୁବୁଦ୍ଧି,ଉପ ସଭାପତି ମଙ୍ଗରାଜ ମାଝୀ,ସମ୍ପାଦକ ଭାବେ ଦ୍ଵିତୀୟ ଥର ପାଇଁ ସଞ୍ଜୟ କୁମାର ପାଢୀ, ଯୁଗ୍ମ ସମ୍ପାଦକ ରାମେଶ୍ବର ସୁବୁଦ୍ଧି ତଥା କୋଷାଧ୍ୟକ୍ଷ ଭାବେ କିଶୋର ସିଂ ଲାଲ ଙ୍କୁ ବିଧିବଦ୍ଧ ଘୋଷଣା କରାଯାଇଥିଲା। ସେହିପରି ସଭ୍ୟା ଭାବେ ସୁଗ୍ୟାନି ବେହେରା ଓ ଅନୁପମା ନିଙ୍ଗି ଙ୍କୁ ପରିଚାଳନା କମିଟି ରେ ଦାୟିତ୍ଵ ଦିଆ ଯାଇଛି। ପୁରୁଣା କମିଟି ର ସଭାପତି ହରେକୃଷ୍ଣ ବାଡତିଆ ନିଜ ଦୀର୍ଘ ୬ ବର୍ଷ ର ଅଭିଜ୍ଞତା ସମ୍ପର୍କରେ କହିବା ସହ ଶିଶୁ ମନ୍ଦିର ର ସାମୁହିକ ବିକାଶ ଦିଗରେ ସମସ୍ତେ ମିଳିମିଶି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ନୂତନ କମିଟି ର ସମସ୍ତ କାର୍ଯ୍ୟକର୍ତ୍ତା ଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଦେଇଥିଲେ।ଶିଶୁ ମନ୍ଦିର ତରଫରୁ ନୂତନ ଓ ପୁରାତନ କମିଟି ର ସମସ୍ତ ସଭ୍ୟ ଓ ସଭ୍ୟା ଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା।ଏହି ଅବସରରେ ଡିସେମ୍ବର ମାସରେ ବାର୍ଷିକ ଉତ୍ସବ ପାଳନ ନେଇ ଆଲୋଚନା ହୋଇଥିଲା ଅନ୍ୟ ମାନଙ୍କ ମଧ୍ୟରେ ପୁରୁଣା କମିଟି ର ଦିବ୍ୟ ରଞ୍ଜନ ରାୟ ପାତ୍ର,ସୁରେଶ ବେହେରା, ଅନିତା ବେହେରା , ନିତ୍ୟାନନ୍ଦ ଗୁରୁଜୀ,ପ୍ରଦୀପ ଗୁରୁଜୀ,ବିଶ୍ଵ ଗୁରୁଜୀ, ଆଶିଷ ଗୁରୁଜୀ ସହ ସମସ୍ତ ଗୁରୂମା ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Next Post