ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୨/୧୧/୨୪ କାର୍ତ୍ତିକ ମାସ ଶେଷ ସୋମବାର ଦିନ ମହାଦେବ ଙ୍କୁ ଦର୍ଶନ ସାରି ଫେରୁଥିବା ସମୟରେ ହୋଇଛି ଅଘଟଣ। ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ କେଲିଆ ଶୈବପୀଠ ନିକଟରେ ସୋମବାର ସନ୍ଧ୍ୟାରେ ଅଟୋ ଓଲଟି ୧୩ ଜଣ ଆହତ ହୋଇଛନ୍ତି | ସେଥି ମଧ୍ୟରୁ ୩ ଜଣ ଗୁରୁତର ଆହତ ହୋଇଛନ୍ତି।ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତ ଆହତ ଙ୍କୁ ଉଦ୍ଧାର କରାଯାଇ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ତିନି ଜଣା ଗୁରୁତର ଆହତ ଙ୍କୁ ପ୍ରାଥମିକ ଚିକିତ୍ସା ପରେ ନବରଙ୍ଗପୁର ସରକାରୀ ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଥିଲା। ସମସ୍ତ ୧୩ ଆହତ ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ନୂଆଗାଁ ଗ୍ରାମର ବୋଲି ଜଣା ପଡିଛି ।ସୂଚନା ଅନୁଯାଇ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ନୂଆଗାଁ ଗ୍ରାମର ୨ ଟି ପରିବାର ର ୧୩ ଜଣ ଗତକାଲି ୧୧ ତାରିଖ ପୂର୍ବାହ୍ନରେ କାର୍ତ୍ତିକ ମାସ ଶେଷ ସୋମବାର ଥିବାରୁ ଏକ ଅଟୋ ଗାଡ଼ି ନମ୍ବର( ଓଡି ୧୦ ଏ ୦୧୬୧)ରେ ନବରଙ୍ଗପୁର ଜିଲ୍ଲା ପ୍ରସିଦ୍ଧ ଡାବୁଗାଁ ର କେଲିଆ ବାବା ଝାଡେଶ୍ୱର ଶୈବ ପୀଠକୁ ଆସିଥିଲେ । ସେଠାରେ ମହାଦେବ ଙ୍କୁ ଦର୍ଶନ କରିବା ପରେ ନିକଟ ଝରିଗାଁ ବ୍ଲକ ଅନ୍ତର୍ଗତ ଚନ୍ଦନଧାରା ଶୈବ ପୀଠକୁ ଯାଇଥିଲେ । ସେଠାରୁ ଦର୍ଶନ ସାରି ରାତ୍ର ପ୍ରାୟ ୭ ଘ. ସମୟ ରେ ଅଟୋ ରେ ଫେରୁଥିବା ସମୟରେ କେଲିଆ ଶୈବପୀଠ ଠାରୁ ୫୦୦ ମିଟର ଦୂର ଚେପଟିଆମ୍ବ ଛକ ନିକଟ ଏକ ବୁଲାଣି ରେ ଅଟୋ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଅଟୋ ରେ ବସିଥିବା ସମସ୍ତ ୧୩ ଜଣ ରାସ୍ତା କଡକୁ ଛିଟିକି ପଡି ଆହତ ହୋଇଥିଲେ। ଖବର ପାଇ କେଲିଆ ମନ୍ଦିର ରେ ଶାନ୍ତି ଶୃଙ୍ଖଳା ପାଇଁ ନିୟୋଜିତ ବାଣୁଆଗୁଡ଼ା ର ଶିବ ଶକ୍ତି ଯୁବକ ସଂଘ ର ଯୁବକ ମାନେ ସମସ୍ତ ଆହତ ଙ୍କୁ ଉଦ୍ଧାର କରି ଏମ୍ବୁଲାନ୍ସ ଯୋଗେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଆହତ ମାନେ ହେଲେ ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ନୂଆଗାଁ ର ସୁନାଧର ହରିଜନ (୩୫), ଦହଣା ହରିଜନ (୩୫), ରାହୁଲ ହରିଜନ (୧୭), ସ୍ବିଟି ହରିଜନ (୭), ଯୁବରାଜ ହରିଜନ (୮), ମିତ୍ରମଣି ହରିଜନ (୩୮), ଶ୍ରୀୟା ହରିଜନ (୧୪), ସୁମିତ ହରିଜନ (୪୦), ପ୍ରମିଳା ହରିଜନ (୨୬), ସନ୍ଧ୍ୟା ହରିଜନ (୩୦), ଗୋମତୀ ହରିଜନ (୪୦),କବିତା ହରିଜନ (୨୫) ଓ ସୁନୀଲ ହରିଜନ (୨୭) |ତେବେ ସେଠାରେ ସ୍ବିଟି ହରିଜନ, ରାହୁଲ ହରିଜନ ଓ ପ୍ରମିଳା ହରିଜନ ଙ୍କ ଅବସ୍ଥା ଗୁରୁତ୍ତର ହେବାରୁ ତିନି ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା | ଖବରପାଇ ଡାବୁଗାଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ |
Sign in
Sign in
Recover your password.
A password will be e-mailed to you.
Prev Post