ବେଆଇନ ଭାବେ ନିର୍ମାଣାଧୀନ ବିଲ୍ଡିଂରେ ନୋଟିସ ଲଗାଇଲା ଆରଏମସି

5

ରାଉରକେଲା,(ବସନ୍ତ କୁମାର ଜେନା): ରାଉରକେଲା ମହାନଗର ନିଗମ ତରଫରୁ ପାନପୋଷ ସ୍ଥିତ କାଳି ମନ୍ଦିର ନିକଟରେ ବେଆଇନ୍ ଭାବେ ନିର୍ମାଣାଧୀନ ଏକ ବିଲ୍ଡିଂରେ ନୋଟିସ ଲଗାଯାଇଛି । ଆଜି ଆରଏମସିର ପ୍ଲାନିଂ ଓ ଏନଫୋର୍ସମେଣ୍ଟ ଟିମ୍ ଉକ୍ତ ବିଲ୍ଡିଂ ନିକଟରେ ପହଂଚି ଏହି ନୋଟିସ ଲଗାଇଛନ୍ତି।

ସୂଚନାଯୋଗ୍ୟ ଯେ, ଏହି ବିଲଡିଂର ନିର୍ମାଣ ପାଇଁ ରାଉରକେଲା ମହାନଗର ନିଗମ ତରଫରୁ ଏକ ବିଲ୍ଡିଂ ପ୍ଲାନ ଅନୁମୋଦନ କରାଯାଇଥିଲା । କିନ୍ତୁ ସମ୍ପୃକ୍ତ ବିଲ୍ଡିଂ ମାଲିକ ଉକ୍ତ ପ୍ଲାନରେ ବିଲ୍ଡିଂ ନିର୍ମାଣ ନକରି ନିଜସ୍ଵ ଢାଞ୍ଚାରେ ବିଲ୍ଡିଂ ନିର୍ମାଣ କରୁଥିଲେ।

ଏନେଇ ୨୦୨୩ ମସିହାରେ ଉକ୍ତ ବିଲ୍ଡିଂ ମାଲିକଙ୍କୁ ନିର୍ମାଣ କାର୍ଯ୍ୟ ବନ୍ଦ ରଖିବାକୁ ଆରଏମସି ତରଫରୁ ଏକ ନୋଟିସ ମଧ୍ୟ ଜାରି କରାଯାଇଥିଲା। କିନ୍ତୁ ସେହି ନୋଟିସକୁ ଅମାନ୍ୟ କରି ମାଲିକ ନିର୍ମାଣ କାର୍ଯ୍ୟ ଜାରି ରଖିଥିଲେ। ପରବର୍ତ୍ତୀ ସମୟରେ ଆଉ ଏକ ନୋଟିସ ଜାରି କରାଯାଇଥିଲେ ମଧ୍ୟ ମାଲିକ ଜଣକ ବିଲ୍ଡିଂର ନିର୍ମାଣ କାର୍ଯ୍ୟ ବନ୍ଦ କରି ନଥିଲେ। ବାରମ୍ବାର ନୋଟିସ ସତ୍ତ୍ଵେ ନିର୍ମାଣ କାର୍ଯ୍ୟ ଜାରି ରହିଥିବାରୁ ଆଜି (ଶୁକ୍ରବାର) ଆରଏମସି ଡେପୁଟି କମିଶନର ଶ୍ରୀମତୀ ଅନୀତା ନାଏକଙ୍କ ସହ ପ୍ରବର୍ତ୍ତନ ଅଧିକାରୀ ସ୍ଵାଧୀନ କୁମାର ବିଶ୍ଵାଳ ଏବଂ ଆରଏମସିର ପ୍ଲାନିଂ ଓ ଏନଫୋର୍ସମେଣ୍ଟ ଟିମ ଉକ୍ତ ସ୍ଥାନରେ ପହଞ୍ଚି ସମ୍ପୃକ୍ତ ବିଲଡିଂରେ ନୋଟିସ ମାରିଥିଲେ।

Leave A Reply

Your email address will not be published.