ଭୁବନେଶ୍ୱର, ନଭେମ୍ବର ୨: ଫୁଲନଖରା ସ୍ଥିତ ଜାତୀୟ ରାଜପଥ ୧୬ ନିକଟସ୍ଥ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ -୨ ପକ୍ଷରୁ ଗତ ଅକ୍ଟୋବର ୨୯ ତାରିଖ ଦିନ ପିଙ୍କ ଅକ୍ଟୋବର କ୍ୟାମ୍ପେନ୍ ଉଦଯାପିତ ହୋଇଯାଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ଡାକ୍ତର, ଫ୍ୟାକଲ୍ଟି ମେମ୍ବର୍ସ ଏବଂ ଛାତ୍ରଛାତ୍ରୀମାନେ ଖୁବ୍ ଉତ୍ସାହର ସହ ଯୋଗ ଦେଇଥିଲେ ।
ସେପ୍ଟେମ୍ବର ଶେଷ ସପ୍ତାହରେ ଆୟୋଜିତ ହୋଇଥିବା ଏହି କ୍ୟାମ୍ପେନରେ ମୁଖ୍ୟତଃ ସ୍ତନ କର୍କଟ ବିଷୟରେ ସଚେତନତା ଉପରେ ଗୁରୁତ୍ୱ ଦେବା ସହ ସ୍କ୍ରିନିଂ, ସ୍ୱ ପରୀକ୍ଷା ଏବଂ ଏ ସମ୍ପର୍କିତ ବିଭିନ୍ନ ଅନ୍ଧ ବିଶ୍ୱାସ ଓ ବାସ୍ତବ ସତ୍ୟ ଉପରେ ଗୁରୁତ୍ୱ ଦିଆଯାଇଥିଲା ।
କାର୍ଯ୍ୟକ୍ରମରେ ସୋଆର ଉପକୁଳପତି ପ୍ରଫେସର (ଡାକ୍ତର) ପ୍ରସେନଜିତ ମହାନ୍ତି, ହସ୍ପିଟାଲ୍ ଡିନ୍ ପ୍ରଫେସର (ଡାକ୍ତର) ଅରକ୍ଷିତ ସ୍ୱାଇଁ, ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ରାଜେଶ କୁମାର ଲେଙ୍କା, ଆଡିସ୍ନାଲ୍ ମେଡିକାଲ୍ ସୁପରିଟେଣ୍ଡେଂଟ ଡାକ୍ତର ସିଦ୍ଧାର୍ଥ ଗୌତମ ଏବଂ ସର୍ଜିକାଲ୍ ଅଙ୍କୋଲୋଜି ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ପଦ୍ମାଳୟା ଦେବୀ ବକ୍ତବ୍ୟ ରଖିଥିଲେ ।
ବିଭାଗର ଆସୋସିଏଟ୍ ପ୍ରଫେସର (ଡାକ୍ତର) ଗାରିମା ସରାଓଗି ଏକ ଅନ୍ଲାଇନ୍ କୁଇଜ୍ ପରିଚାଳନା କରିଥିଲେ ।
କାର୍ଯ୍ୟକ୍ରମରେ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍-୨ର ପ୍ରଥମ ବ୍ୟାଚ୍ ଏମ୍ବିବିଏସ୍ ଛାତ୍ରଛାତ୍ରୀମାନେ ବିଭିନ୍ନ ପୋଷ୍ଟର ଏବଂ ସ୍ଲୋଗାନ୍ ପ୍ରତିଯୋଗିତାରେ ଭାଗ ନେଇଥିଲେ । ସ୍ତନ କର୍କଟ ସଚେତନତା ଏବଂ ସମାଜରେ ସ୍ୱାସ୍ଥ୍ୟ ସେବାକୁ ତ୍ୱରାନ୍ୱିତ କରିବା ସହ କର୍କଟ ବିରୋଧରେ ଲଢେ଼ଇ କରିବା ନିମନ୍ତେ ଉତ୍ସର୍ଗୀକୃତ ମନୋଭାବ ନେଇ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ଏହି କ୍ୟାମ୍ପେନ୍ ଆୟୋଜିତ କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.