ଜାଲପାଲି ଗ୍ରାମ ରେ ନୂତନ ସ୍ବାସ୍ଥ୍ୟ ଉପକେନ୍ଦ୍ରର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ

3

ବିଜେପୁର :-ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଜାଲପାଲି ଗ୍ରାମବାସୀଙ୍କର ବହୁଦିନର ଏକ ସପ୍ନ ଆଜି ସାକାର ହୋଇଛି l ଅନେକ ବର୍ଷରୁ ଜାଲପାଲି ତଥା ଆଖପାଖ ଅଂଚଳବାସି ଏକ ସ୍ୱାସ୍ଥ୍ୟ ସେବା ପାଇଁ ବହୁ ଅସୁବିଧାର ଶମ୍ବୁଖୀନ ହେଉଥିଲେ l ଅନେକ ଥର ସରକାର ଙ୍କୁ ମଧ୍ୟ ଅଭିଯୋଗ କରିଥିଲେ l ସ୍ଥାନୀୟ ବିଧାୟକ ସନତ କୁମାର ଗଡ଼ତିଆ ଙ୍କ ଚେଷ୍ଟା ବଳରେ ସରକାର ଙ୍କ ତରଫରୁ ତାହା ସଫଳ ହୋଇପାରିଛି l ଆଜି ଅପରାହ୍ନ ରେ ଜାଲପାଲି ତଥା ଆଖପାଖ ଅଂଚଳର ଶିକ୍ଷାବିତ, ସମାଜସେବି, ମହିଳା ଓ ଗ୍ରାମବାସି ଙ୍କ ଉପସ୍ଥିତରେ ସ୍ଥାନୀୟ ବିଧାୟକ ଉପସ୍ୱାସ୍ଥ୍ୟ କେନ୍ଦ୍ରର ଶୁଭ ଭିର୍ତ୍ତିପ୍ରସ୍ତର ସ୍ଥାପନ କରିଥିଲେ l ବିଧାୟକ ତାଙ୍କ ଅଭିଭାଷଣରେ ଏ ଅଂଚଳ ବାସି କିପରି ସ୍ୱାସ୍ଥ୍ୟସେବା ରୁ ବଞ୍ଚିତ ନ ହେବେ ମୁ ସଦାସର୍ବଦା ଚେଷ୍ଟା କରିବି ବୋଲି କହିଥିଲେ l ଏଇ ସୁ ଅବସରରେ ସ୍ଥାନୀୟ ସରପଞ୍ଚ ବିଳାସିନୀ ଖମାରି, ସମିତିସଭ୍ୟା କବିତା ସାହୁ ବିଜେପୁର ଜ଼ିଲ୍ଲାପରିଷଦ ଜୋନ ୨ର ସୁଶାନ୍ତ ଗଡ଼ତିଆ, ମଣ୍ଡଳୀସଭାପତି ଯୋଗୀନ୍ଦ୍ର ପଧାନ, ମହେଶ ଦେବେତା ଉପସ୍ଥିତ ଥିଲେ

Leave A Reply

Your email address will not be published.