ଘୁମୁସରୀ ଗୋପାଳଙ୍କୁ ଭାରତର ଗୋ ବିଜ୍ଞାନ ଅନୁସନ୍ଧାନ କେନ୍ଦ୍ରରେ, ପଞ୍ଚଗବ୍ୟ ପ୍ରାସାଧନି ପ୍ରଶିକ୍ଷଣ ପ୍ରଦାନ

2

ଭଞ୍ଜନଗର{ ଉଦୟନାଥ ପଣ୍ଡା }: ଆଜିକାଲି ଦେଶରେ କସମେଟିକ୍ସ ବଜାରରେ ମିଳୁଥିବା ପଦାର୍ଥ ସ୍କ୍ରିନ, ହେୟାର ଓ ଶରୀର ସୌନ୍ଧରିକରଣ ନିମିତ୍ତ ପ୍ରାସାଧନିକ ସାମଗ୍ରୀଗୁଡିକରେ ମାରାତ୍ମକ ରାଷୟାନିକ ଟକ୍ସିକ୍ଟ ଅକ୍ସିନାଲ,ପିଇଜି,କୋଲଟI,ଅକ୍ସିବେଞ୍ଜୋନେ,ବେଞ୍ଜୋଫେନୋ, ନେରୋ ଟକସିକ ବ୍ୟବହାର ଦ୍ଵାରା କର୍କଟରୋଗ ସୁନାମି ଭଳି ମାଡ଼ି ଆସିବାରେ ଲାଗିଅଛି । ସେଥିରୁ ମୁକ୍ତିପାଇଁ ପଞ୍ଚଗବ୍ୟ ପ୍ରାସାଧନିକ ପଦାର୍ଥ ବ୍ୟବହାର କେବଳ ଆବଶ୍ୟକ ଭାବି ଭାରତ ସରକାରଙ୍କ କ୍ଷୁଦ୍ର,ଲଘୁ ଓ ମଧ୍ୟମ ଉଦ୍ଯୋଗ ମନ୍ତ୍ରଣାଳୟ ଅଧିନସ୍ଥ ମହତ୍ମାଗାନ୍ଧୀ ଗ୍ରାମୀଣ ଔସଦ୍ଧିକରଣ ସଂସ୍ଥାନ ୱାର୍ଧା ମହାରାଷ୍ଟ୍ର ଠାରେ ରେଣ୍ଟି ଯୋଜନା ଅନ୍ତର୍ଗତରେ ଘୁମୁସରୀ ଗୋପାଳଙ୍କୁ ଗୋବର ଗୋମୁତ୍ରରୁ ପଞ୍ଚଗବ୍ୟ ପ୍ରାସାଧନି ସପ୍ତାହବ୍ୟାପୀ ପ୍ରଶିକ୍ଷଣ ପ୍ରଦାନ କରାଯାଇ ଅଛି I ପଞ୍ଚଗବ୍ୟରୁ ସାବୁନ୍, ଗୋନାଇଲ, ହେୟାରଅୟେଲ, ମଶାଧୂପ, ଅଗରବତୀ, ଡେଣ୍ଡ୍ରଫ, ଫେସ ପ୍ଯାକ, ଶ୍ଯାମ୍ପୂ, ହାଣ୍ଡୱାଶ, ଲାଲ ଓ କଳା ଦନ୍ତମଞ୍ଜନ, ଦୀପ ଓ ଗୋବରରୁ ବିଭିନ୍ନ ସାମଗ୍ରୀ ଉପରେ ଏମଗିରିର ସାଧନ କର୍ମୀ ଭାବେ ଡାଃ ଜୟ କିଶୋର ଛାଗନୀ ଓ ପ୍ରଶିକ୍ଷକ ପାୟଲ କାଥଲେ ତାଲିମ ପ୍ରଦାନ କରିଥିଲେ । ପରିଦର୍ଶନ କ୍ଷେତ୍ର ଭାବେ ନାଗପୁର ନିକଟସ୍ତ ଦେଓଲପାରସ୍ଥିତ ଭାରତ ଗୋ- ବିଜ୍ଞାନ ଅନୁସନ୍ଧାନ କେନ୍ଦ୍ର ଭାରତର ସର୍ବଶ୍ରେଷ୍ଠ ଗୋଶାଳାରେ ଆୟୁର୍ବେଦ ମେଡିସିନ ପ୍ରସ୍ତୁତି ଉପରେ କେନ୍ଦ୍ରର ନିତିନ ମାଇତବ ଓ ମହେଶ ଚୋଲା ପ୍ରଶିକ୍ଷାର୍ଥୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେI ପ୍ରଚୁର ପରିମାଣ ଗୋବର ନଷ୍ଟ ହେବା, ଗୋମୁତ୍ର ଅପଚୟ ଓ କ୍ଷୀରର ବଜାରିକରଣ ଅଭାବ ଦୂରୀକରଣ ନିମିତ ଏ ପ୍ରଶିକ୍ଷଣରୁ ଶିଖିଥିବା ସାମଗ୍ରୀରୁ ଓ ଗୋବରର ଉପଯୁକ୍ତ ବ୍ୟବହାର ଓ ଗୋମୁତ୍ର ନଷ୍ଟକୁ ପ୍ରତିରୋଧ ନିମିତ ଭଞ୍ଜନଗର ଘୁମୁସର ଉପଖଣ୍ଡର ଅଞ୍ଚଳରେ ଯୁବକଯୁବତୀ ବ୍ୟାପକ ପରିମାଣରେ ଆର୍ଥିକ ଆତ୍ମାନିର୍ଭର ସହ ଆତ୍ମନିଯୁକ୍ତି ସ୍ଵାମ୍ବଲବନ ସୃଷ୍ଟି ସହ ଗୋପାଳକର ଆୟ ଦୁଇଗୁଣ ହୋଇପାରିବ ବୋଲି ଆଶାବ୍ୟକ୍ତ କରାଯାଇଛି I ସଚେତନତା ଅଭାବ ହେତୁ ୯୦ଭାଗ ଲୋକ ଏହି ରାସIୟନି କସମେଟିକ୍ସ ପଦାର୍ଥ ବ୍ୟବହାର ଦ୍ଵାରା କର୍କଟ,ହୃଦ, ସ୍ନାୟୁ,ହରମୋନ୍ ଜନିତ ମାରାତ୍ମକ ରୋଗ ଆକ୍ରାନ୍ତ ସହ ରୋଗୀ ସଂଖ୍ୟା ବଢିବାରେ ଲାଗିଛି । ଯାହାର ଗମ୍ଭୀରତାକୁ ନଜର ରେ ରଖି ଘୁମୁସରୀ ସମିତି ବିଷମୁକ୍ତ ସମାଜପାଇଁ ଘୁମୁସରୀ ପଞ୍ଚଗବ୍ୟ ଗୋଗ୍ରାମ,ଗୋଶାଳା ଓ ଗୋଅଭୟIରଣ୍ୟ କରିବା ସହ ଅଞ୍ଚଳରୁ ଗୋବର ଗୋମୁତ୍ର କିଣି ବିଭିନ୍ନ ଘରୋଇ ପ୍ରIସାଦନିକ ସାମଗ୍ରିକ କରିବା ଘୁମୁସରୀ ଗୋପାଳ ସମିତି ର ପ୍ରମୁଖ ଶ୍ରୀ ପ୍ରକାଶ ଚନ୍ଦ୍ର ସାହୁ ଗଣମାଧ୍ୟମକୁ ପ୍ରେସ୍ ଇସ୍ତାହାର ଦେଇଛନ୍ତି I ଜିଲ୍ଲାରୁ ଶ୍ରୀ ସାହୁଙ୍କ ନେତୃତ୍ଵରେ ପ୍ରଫୁଲ ବିଶୋଈ,ଲୀନା ଗୌଡ, ସୁଦାମଡାକୁଆ, ଗୀତାଞ୍ଜଳି ମଳିକ,ଳସିବାନ ମଳିକ ଆଦି ଗୋପାଳ ଗୋପାଳିକ ପ୍ରଶିକ୍ଷଣ ପାଇ ନାଗପୁରରୁ ଫେରି ଆଜି ଓଡିଶାରେ ପହଞ୍ଚିଛନ୍ତି I

Leave A Reply

Your email address will not be published.