ପଦ୍ମପୁର:- ଅର୍ଥନୀତି ବିଭାଗର ସମ୍ମିଳନୀ ପ୍ରକୋଷ୍ଠରେ ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ଡ଼ଃ ବିରଞ୍ଚି ସାହୁ ଙ୍କ ସଭାପତିତ୍ବରେ ଏକ ସଂପାନ୍ନ ଅନୁଷ୍ଠିତ ହୋଇଥିଲା। ସଂପାନ୍ନର ଶୀର୍ଷକ “ଭାରତୀୟ ଅର୍ଥନୀତିରେ ସମସ୍ୟା ଏବଂ ଆହ୍ବାନ” ଥିଲା। ପ୍ରଥମେ ବିଭାଗୀୟ ମୁଖ୍ୟ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ସ୍ଵାଗତ କରି ସଂପାନ୍ନର ବିଷୟବସ୍ତୁ ଉପରେ ସମସ୍ତଙ୍କୁ ଆଲୋକପାତ କରିଥିଲେ। ଅଧ୍ୟାପକ ପ୍ରମୋଦ କୁମାର ପାଣିଗ୍ରାହୀ, ଲଲାଟେନ୍ଦୁ ପ୍ରଧାନ, ଅଧ୍ୟାପିକା ଡ଼ଃ ମାମତମୟୀ ଗୁରୁ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ପଞ୍ଚମ ବର୍ଷର ଛାତ୍ରଛାତ୍ରୀ ଯୁବରାଜ, ସୋମେଶ, ବିନୋଦ, ବର୍ଷା, ଇନ୍ଦୁରେଖା, ସୁଜାତା, ଲିଲି, ରାକେଶ, ମାନବ, ଆଦିତ୍ୟ, ମିନାକ୍ଷୀ, ସୁଭ୍ରତା, ଅଲିପ, ପରିତୋଷ, ଜୟନ୍ତ, ଉମାକାନ୍ତ, ହରାଧନ, ଲିଜା, ମିଙ୍କି, ପ୍ରିୟଙ୍କା, ସୋମ୍ୟଜିତ ପ୍ରମୁଖ ତାଙ୍କର ନିର୍ବନ୍ଧ ଉପସ୍ଥାପନ କରିଥିଲେ ଏବଂ ବିଭାଗୀୟ ମୁଖ୍ୟ ବିଶ୍ଳେଷଣ କରି ବୁଝାଇଥିଲେ। ଶେଷରେ ବିଭାଗୀୟ ମୁଖ୍ୟ ଧନ୍ୟବାଦ ଅର୍ପଣ କରି ସଭା ଶେଷ ହୋଇଥିଲା।
Sign in
Sign in
Recover your password.
A password will be e-mailed to you.