କେନ୍ଦ୍ର ସରକାର ହିନ୍ଦୁଙ୍କ ସହ ବିଶ୍ୱାସଘାତକତା କରିଛି – ତୋଗାଡ଼ିଆ 

0

ଭଦ୍ରକ,(ସତ୍ୟ ଭୂଷଣ ସ୍ୱାମୀ) : ଅନ୍ତରାଷ୍ଟ୍ରୀୟ  ହିନ୍ଦୁ ପରିଷଦ ପକ୍ଷରୁ ଭଦ୍ରକ ଶ୍ରୀଶିଙ୍ଗାର କଲ୍ୟାଣମଣ୍ଡପ ଠାରେ ଏକ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ  ହୋଇଯାଇଛି । ପରିଷଦର ଜିଲ୍ଲା ଉପ ସଭାପତି ବସନ୍ତ ଖିଲାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ଏକ ସମ୍ମିଳନୀରେ ପରିଷଦର ପ୍ରତିଷ୍ଠାତା  ଡ଼ା. ପ୍ରବୀଣ କୁମାର ତୋଗାଡ଼ିଆ ଯୋଗଦେଇ ନିଜ ବକ୍ତବ୍ୟରେ କେନ୍ଦ୍ର ଓ ଉତ୍ତରପ୍ରଦେଶ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ । କେନ୍ଦ୍ର ଓ ଉତ୍ତରପ୍ରଦେଶରେ ଶାସନ କରୁଥିବା ରାଜନୈତିକ ଦଳ ନିଜର ପ୍ରତିଶ୍ରୁତିକୁ ଭୁଲିଯାଇଛନ୍ତି । ଆଜି କୃଷକ ଆତ୍ମହତ୍ୟା କରୁଛି । ସେମାନେ ସର୍ବନିମ୍ନ ସହାୟକ ମୂଲ୍ୟ ପାଇବାରୁ ବଞ୍ଚିତ । ଧର୍ମାନ୍ତରୀକରଣ ଚାଲିଛି । ଗରୀବି ବଢ଼ିଛି । ଶିକ୍ଷା ଶସ୍ତା ହୋଇ ପାରିନି । ଅର୍ଥନିତୀ ଭୁଷୁଡ଼ି ପଡ଼ିଛି । ରାମମନ୍ଦିର ମଧ୍ୟ ନିର୍ମାଣ ହୋଇପାରିନି । ସାଢେ଼ ଚାରି ବର୍ଷ ମଧ୍ୟରେ କାଶ୍ମିରର କୌଣସି ଜଣେ ହିନ୍ଦୁ ନିଜ ଘରକୁ ଫେରି ପାରି ନାହାନ୍ତି । ରୋହିଙ୍ଗ୍ୟାଙ୍କୁ ବିଦା କରି ପାରୁ ନାହାନ୍ତି । ଗତ ସାଢେ଼ ୪ବର୍ଷ ମଧ୍ୟରେ ପ୍ରଧାମନମନ୍ତ୍ରୀ ଥରେ ମଧ୍ୟ ଅଯୋଧ୍ୟା ଯାଇ ନାହାନ୍ତି । ତେଣୁ ସବୁ ଦିଗରୁ କେନ୍ଦ୍ର ସରକାର ଭାରତବାସୀ ବିଶେଷକରି ହିନ୍ଦୁଙ୍କ ସହ ବିଶ୍ୱାସଘାତକ କରିଛି । ତେଣୁ ଭାରତକୁ ଏକ ସଶକ୍ତ ହିନ୍ଦୁ ରାଷ୍ଟ୍ରରେ ପରିଣତ କରିବାକୁ ହେଲେ ହିନ୍ଦୁମାନଙ୍କୁ ଜାଗ୍ରତ ହେବାକୁ ପଡ଼ିବ । ଏକ ହିନ୍ଦୁ ସରକାର ସମସ୍ତ ସମସ୍ୟାର ସମାଧାନ କରିପାରିବ । ଏହି ଅବସରରେ ଅଯୋଧ୍ୟା ଠାରେ ଶ୍ରୀରାମଙ୍କର ଏକ ଭବ୍ୟ ବନ୍ଦିର, ୩୭୦ଧାରା ଉଛେଦ, ସମାନ ନାଗରିକ ସହିତା ପ୍ରଚଳନ, ଗୋହତ୍ୟା ବନ୍ଦ, ବାଂଲାଦେଶୀ ଅ୍ରନୁପ୍ରବେଶକରୀଙ୍କୁ ଦେଶାନ୍ତର କରିବା ପରି ଦାବି ଉପରେ ପରିଷଦ ଅଟଳ ରହିଛି ବୋଲି ଶ୍ରୀ ତେଗାଡ଼ିଆ ନିଜ ବକ୍ତବ୍ୟରେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପରିଷଦର ରାଜ୍ୟ ସଭାପତି ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ଅରୁଣ ଜୀ, ଜତିନ ଦାସ, ରାଷ୍ଟ୍ରୀୟ ବଜରଙ୍ଗ ଦଳର କେନ୍ଦ୍ରୀୟ ସମ୍ପାଦକ ମନୋଜ ସାହୁ, ସମ୍ପାଦକ ହୃଶିକେଶ ଗୋସ୍ୱାମୀ, ରାଷ୍ଟ୍ରୀୟ ବଜରଙ୍ଗ ଦଳର ରାଜ୍ୟ ସମ୍ପାଦକ ବିଜୟ ଦାସ, ରାଷ୍ଟ୍ରୀୟ ଛାତ୍ର ପରିଷଦର ରାଜ୍ୟ ସଭାପତି ସୁବାଷ ମିଶ୍ର, ଅର୍ନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦର ରାଜ୍ୟ ଯୁଗ୍ମ ସମ୍ପଦକ ରତ୍ନାକର ପତି, ରାଷ୍ଟ୍ରୀୟ ବଜରଙ୍ଗ ଦଳର ରାଜ୍ୟ ସମ୍ପଦକ ସତ୍ୟନାରାୟଣ ପ୍ରଧାନ, ଭଦ୍ରକ ଜିଲ୍ଲା ସହ ସମ୍ପଦକ ଶଶିକାନ୍ତ ପଣ୍ଡା, ମାନସ ମହାନ୍ତି, ରାଷ୍ଟ୍ରୀୟ ଛାତ୍ର ପରିଷଦର ଭଦ୍ରକ ସଭାପତି ଜ୍ୟୋତିପ୍ରକାଶ ଦାସ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଜିଲ୍ଲା ସଭାପତି ଡ଼. ଦେବରାଜ ପାତ୍ର ଧନ୍ରବାଦ ଅର୍ପଣ କରିଥିଲେ । 

 

Leave A Reply

Your email address will not be published.