ଅନ ଲାଇନ ସପିଙ୍ଗ ମାମଲା : ମୋବାଇଲ ମଗାଇଥିଲେ, ଆସୁ ଆସୁ ସାବୁନ ହୋଇଗଲା 

0

କୋରିଆର ମ୍ୟାନେଜର ସହିତ ଡେ଼ଲିଭରୀ ବୟ ଗିରଫ

ବାରିପଦା(ଦିଲ୍ଲୀପ ମହାନ୍ତି )- ଅନ ଲାଇନରେ ସପିଙ୍ଗ କରି ଠକାମୀର ଶିକାର ହୋଇଛନ୍ତି ପୁଲିସ ବିଭାଗର ଜଣେ କନେଷ୍ଟବଳ । ମାମଲା ଥାନାରେ ପହଁଞ୍ଚିବା ପରେ କୋରିଆର ଡେ଼ଲିଭରୀ ଡ଼ଟ କମ୍ କମ୍ପାନୀର ସ୍ଥାନୀୟ କେସି ସର୍କଲ ଶାଖାର ମ୍ୟାନେଜର ତଥା ସ୍ଥାନୀୟ ବେଲଗଡ଼ିଆ ଅଞ୍ଚଳର କ୍ରିଷ୍ଣା ବେହେରାଙ୍କ ପୁଅ ଅଭିଶେକ ବେହେରା ସହିତ ବିଶୋଇ ଥାନା ନୂଆଗାଁ ଅଞ୍ଚଳର ଏବଂ କୁଳିଅଣା ଥାନା ଗାଙ୍ଗରାଜରେ ରହି କୋରିଆର ଡେଲିଭରୀ ବୟ ଭାବେ କାର୍ଯ୍ୟ କରୁଥିବା ଦୁର୍ଯ୍ୟୋଧନ  ନାୟକଙ୍କ ପୁଅ ପ୍ରକାଶ ଚନ୍ଦ୍ର ନାୟକକୁ ବାରିପଦା ଟାଉନ ଥାନା ପୁଲିସ କେଶ ନଂ ୩୦୮/୨୦୧୮ରେ ଗିରଫ କରିଛି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ବାରିପଦା ରିଜର୍ଭ ପୁଲିସରେ କନେଷ୍ଟବଳ ଭାବେ କାର୍ଯ୍ୟ କରୁଥିବା ଭୀମସେନ ମହାନ୍ତ ଚଳିତ ଡ଼ିସେମ୍ବର ୬ରେ ଅନ ଲାଇନରେ ଏମ ଆଇ କମ୍ପାନୀର ୨ଟି ମୋବାଇଲ ସେଟ୍ ବୁକିଂ କରିଥିଲେ ଏବଂ ୧୩ ତାରିଖରେ ଡେଲିଭରୀ ଆସି ଭୀମସେନ ମହାନ୍ତଙ୍କୁ ଡେଲିଭରୀ ଦିଆଯାଇଥିଲା ।  ଭୀମସେନ ପ୍ୟାକେଟକୁ ଖୋଲିବା ପରେ ତା ଭିତରୁ ୨ଟି ୧୦ ଟଙ୍କା ମୂଲ୍ୟର ସିନ୍ଥଲ ସାବୁନ, ପୁରୁଣା ମୋବାଇଲ ବେକ କଭର ବାହାରିଥିଲା । ତେଣୁ ଠକାମୀର ଶିକାର ହୋଇଥିବା ଭୀମସେନ ଏ ବିଷୟରେ ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ କରିବା ଥାନା ଅଧିକାରୀ ଅଶୋକ କୁମାର ନାୟକ ଅଭିଯୁକ୍ତ ଦୁଇ ଜଣଙ୍କୁ ଥାନାକୁ ଆଣି ପଚରାଉଚରା କରିବା ପରେ ଅଭିଯୁକ୍ତମାନେ କୋରିଆରରେ ଆସିଥିବା ମୋବାଇଲକୁ ବାହାର କରିଥିବା ବିଷୟ ସ୍ୱିକାର କରିଥିଲେ । ପୁଲିସ ପକ୍ଷରୁ ତଲାସୀ ନିଆଯିବା ପରେ ଏମାନଙ୍କ ନିକଟରୁ ୪ଟି ମୋବାଇଲ ସେଟ୍ , ୨ଟି ପାୱାର ବ୍ୟାଙ୍ଗ, ଗୋଟାଏ ଲ୍ୟାପଟପ, ୨ଟି ହେଡ଼ ଫୋନ, ୧ ହଜାର ୬୦ ଟଙ୍କା ଓ ୩ଟି ଏଟିମ କାଡର଼୍ ଜବତ କରାଯାଇ ଥିଲା ।

 

Leave A Reply

Your email address will not be published.