ଶହୀଦ ରତିକାନ୍ତ ଓ କୂଳଦୀପଙ୍କୁ ମାଲ୍ୟାର୍ପଣ 

0

ବାରିପଦା(ଦିଲ୍ଲୀପ ମହାନ୍ତି )  ଠିକ ୨୫ବର୍ଷ ପୂର୍ବେ ୧୯୯୩ମସିହା ଡିସେମ୍ବର ୨୨ତାରିଖ ଦିନ ବାରିପଦାରେ ଗୁଳିକାଣ୍ଡ ଘଟିଥିଲା । ଏହି ଗୁଳିକାଣ୍ଡରେ ବାରିପଦାର ନାଗରିକ ରତିକାନ୍ତ ଏବଂ କୂଳଦୀପ ଶହୀଦ ହୋଇଥିଲେ । ତେବେ ସେମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ବାରିପଦା ଟ୍ରାଫିକ ଛକ ଠାରେ ଥିବା ଶହୀଦଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଏଥିରେ ବାରିପଦା ବିଧାୟକ ତଥା ଓଡ଼ିଶା ବିଧାନସଭା ଉପବାଚସ୍ପତି ସାନନ୍ଦ ମାରାଣ୍ଡି,ଆଦିବାସୀ ଉନ୍ନୟନ ସଂସ୍ଥାର ଅଧ୍ୟକ୍ଷ ଦେବାଶିଷ ମାରାଣ୍ଡି,ବିଜୁ ଯୁବ ଜନତା ଦଳର ଯୁବ ସଭାପତି ଜିତେନ୍ଦ୍ର ମହାନ୍ତି, ବିଜୁ ଜନତାଦଳ କାର୍ଯ୍ୟକାରୀ ସଭାପତି ଦେବାଶିଷ ମହାନ୍ତ,ଯୁବ ଜେନାଲ ସଭାପତି ସୁବ୍ରମଣ୍ୟମ ମହାନ୍ତି,ବିବେକାନନ୍ଦ ମଲ୍ଲିକ,ସ୍ୱରୂପ ଦାସ,ତାପସ ପାଢ଼ୀ,ପୂର୍ଣ୍ଣେନ୍ଦୁ ପରିଡା, ସରୋଜ ବୋଷ,ନବ ସାହୁ,ବିରଂଚି ମହାପାତ୍ର,ନନ୍ଦନ ଭଞ୍ଜ,ଅମ୍ବିକା ଘୋଷ,କପିଲ ଖଣ୍ଡେଲୱାଲଙ୍କ ସମେତ ବହୁ ସଂଖ୍ୟାରେ ଯୁବଛାତ୍ର ଯୋଗଦେଇ ମାଲ୍ୟର୍ପଣ କରିଥିଲେ । 

 

Leave A Reply

Your email address will not be published.