ଦାବୀର ସମାଧାନ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମନାରେ ବସ୍ତି ସୁରକ୍ଷା ମଞ୍ଚର ଅଭିନବ ଢଙ୍ଗରେ ବିକ୍ଷୋଭ- ଘଣ୍ଟ ପଦଯାତ୍ରା

0

ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ

 ପାରଳାଖେମୁଣ୍ଡି ଠାରେ ଆଜି ବସ୍ତି ସୁରକ୍ଷା ମଞ୍ଚ ପକ୍ଷରୁ ଅଭିନବ ଢଙ୍ଗରେ ଦାବୀ ଗୁଡିକର ତୁରନ୍ତ ସମାଧାନ କାରାଯିବା ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମନାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ମଞ୍ଚ ପକ୍ଷରୁ ଘଣ୍ଟ ସବୁ ଧରି ତାକୁ ବଜାଇ ପ୍ରତିବାଦ ଓ ଦାବୀ ଜଣାଇଥିଲେ । ପରେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତଜିଲ୍ଲାପାଳ ଲକ୍ଷ୍ମୀକାନ୍ତ ସେଠୀଙ୍କୁ ଦାବୀପତ୍ର ପ୍ରଦାନ କରି ଦାବୀ ଓ ସମସ୍ୟା ଉପରେ ଆଲୋଚନା କରିଥିଲେ । ଏହି ଅବସରରେ ବସ୍ତି ସୁରକ୍ଷା ମଞ୍ଚର ଆବହକ ସୁଜିତ ପ୍ରଧାନଙ୍କ ନେତୃତ୍ୱରେ ବହୁ ସଂଖ୍ୟାରେ ବସ୍ତିବାସିନ୍ଦା ସଞ୍ଜୟଗାନ୍ଧୀ କଲୋନୀର ସ୍ଥାନୀୟ ହାଇସ୍କୁଲ ଛକଠାରୁ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ ନିମନ୍ତେ ଘଣ୍ଟପିଟି ପିଟି ଏବଂ ବିଭିନ୍ନ ପ୍ଲାକାର୍ଡ ମାନ ଧରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମନାରେ ପହଞ୍ଚି ଜୋରରେ ଘଣ୍ଟାପିଟି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଏ ସମ୍ପର୍କରେ ମଞ୍ଚର ଆବାହକ ସୁଜିତ ପ୍ରଧାନ ସାମ୍ୱାଦିକ ମାନଙ୍କୁ କହିଥିଲେଯେ ସଞ୍ଜୟଗାନ୍ଧୀ କଲୋନୀ ଉପରସାହିରେ ବର୍ତ୍ତମାନ ସୁଦ୍ଧା ବିଦ୍ୟୁତ ସଂଯୋଗ ହୋଇପାରିନି । ଏମିତିକି ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ ବିଦୁ୍ୟତ ସଂଯୋଗ ଯୋଜନା ଆସୁଛି ସେସବୁ ଏଠାରେ ଅକାମୀ ପଡିରହିଥିବା ଫଳରେ ବିଦ୍ୟତୁ ସଂଯୋଗୀ କରଣ ହୋଇପାରୁନି । ଅନ୍ୟ ପକ୍ଷରେ ତିତଲି ପ୍ରଭାବିତ ବସ୍ତି ଅଞ୍ଚଳବାସୀଙ୍କୁ ଜିଲ୍ଲା ପ୍ରଶାସନକୁ ଜଣାଇବା ସତ୍ତ୍ୱେ ଦାବୀ ଗୁଡିକ ସମାଧାନ ହୋଇପାରୁନି ।କି କୌଣସି କାର୍ଯ୍ୟପନ୍ଥା ଗ୍ରହଣ କରାଯାଇନି । ଏ ଦିଗରେ ଜିଲ୍ଲାପ୍ରଶାସନ ଚୁପ ହୋଇ ରହିଥିବା ବେଳେ ତାକୁ ଉଠାଇ ଏ ଦିଗରେ ତତ୍‍ପରତା  ଦେଖାଇବେ ଏବଂ  ବସ୍ତିବାସୀଙ୍କ ସମସ୍ୟାର ସମାଧାନ ଦିଗରେ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବେ ବୋଲି ମଞ୍ଚ ପକ୍ଷରୁ ଘଣ୍ଟପିଟି ପ୍ରତିବାଦ କରାଯାଉଛି କହିଥିଲେ ।

Leave A Reply

Your email address will not be published.