ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ )ତା. ୧୨/୦୯/୨୦୨୪ – ଜିଲ୍ଲା ସଦର ମହକୁମା ଭବାନୀପାଟଣାଠାରେ ମାଁ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ଉତ୍ସବ ପାଳନ ନିମନ୍ତେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଶ୍ରୀ ପାୱାର ସଚିନ ପ୍ରକାଶଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଆଗାମୀ ମାଁ ଙ୍କ ପବିତ୍ର ଛତର ଯାତ୍ରା କିପରି ଶାନ୍ତି ଶୃଙ୍ଖଳାର ସହିତ ମହାସମାରୋହରେ ପାଳନ କରାଯିବ ସେଥିପାଇଁ ଜିଲ୍ଲାପାଳ ସମସ୍ତଙ୍କର ଆନ୍ତରିକ ସହଯୋଗ
କାମନା କରିଥିଲେ। ଏହି ପ୍ରସ୍ତୁତି ବୈଠକରେ ମାନ୍ୟବର ସାଂସଦ ଶ୍ରୀମତୀ ମାଳବିକା ଦେବୀ ଯୋଗଦେଇ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମାଁ ମାଣିକେଶ୍ଵରୀଙ୍କ ପବିତ୍ର ଛତର ଯାତ୍ରା ଭାଇଚାରା ସମ୍ପର୍କ ଭାବ ରଖି ମିଳି ମିଶି ଶାନ୍ତି ଶୃଙ୍ଖଳାର ସହିତ ଉତ୍ସବ ପାଳନରେ ସମସ୍ତ ସହଯୋଗ କରିବାପାଇଁ ପରାମର୍ଶ ଦେଇଥିଲେ । ପ୍ରସ୍ତୁତି ବୈଠକରେ ନିଷ୍ପତି ଅନୁଯାୟୀ ଅକ୍ଟୋବର 11 ତାରିଖରେ ମାଁ ମାଣିକେଶ୍ଵରୀଙ୍କ ଛତର ଯାତ୍ରା ଅନୁଷ୍ଠିତ ହେବ ଏବଂ 12 ତାରିଖରେ ବିଜୟ ଦଶମୀ ଉପଲକ୍ଷେ ଅପରାହ୍ନ ୪ ଘଟିକା ରୁ ୬ ଘଟିକା ମଧ୍ୟେ ଲାଖ ବିନ୍ଦା କାର୍ଯ୍ୟକ୍ରମ ଧାର୍ଯ୍ୟ କରାଯାଇଛି । ଅକ୍ଟୋବର ୧୦ ତାରିଖ ମହାଅଷ୍ଟମୀ ରାତିରେ ମାଁ ଙ୍କ ପୂଜାଅର୍ଚ୍ଚନା କରାଯାଇ ଅକ୍ଟୋବର ୧୧ ତାରିଖରେ ଜେନାଖାଲ ଠାରୁ ମାଁ ମାଣିକେଶ୍ଵରୀଙ୍କ ମନ୍ଦିର ପର୍ଯ୍ୟନ୍ତ ହଜାର ହଜାର ଭକ୍ତ ଶ୍ରଦ୍ଧାଳୁଙ୍କ ଉପସ୍ଥିତି ଜିଲ୍ଲାପ୍ରଶାସନ, ପୋଲିସ ପ୍ରଶାସନର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଛତର ଯାତ୍ରା ଅନୁଷ୍ଠିତ ହେବ। ମାଁ ଙ୍କ ଛତର ପୋଲିସ କଡନ ଭିତରେ ରହିବ ଭକ୍ତ ଶ୍ରଦ୍ଧାଳୁ କିପରି ମାଁ ଙ୍କ ଦର୍ଶନ କରିପାରିବେ ଏବଂ ଠିକ୍ ସମୟରେ ମାଁ ଙ୍କ ଛତର ମନ୍ଦିରରେ ପହଁଞ୍ଚି ପାରିବେ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଛତର ଯାତ୍ରା ଅବସରରେ ଟାଉନରେ ଆବଶ୍ୟକ ରାସ୍ତା ମରାମତି, ପାନୀୟ ଜଳର ସୁବିଧା, ବିଦ୍ୟୁତ୍ ସରବରାହ, ସ୍ବାସ୍ଥ୍ୟସେବା, ରାସ୍ତାଘାଟ ସଫାସୁତୁରା ରାସ୍ତାର ଉଭୟ ପାର୍ଶ୍ବରେ ବ୍ଲିଚିଂ ପକାଇବା, ଅବକରି ବିଭାଗ ଦ୍ଵାରା ମଦ ଦୋକାନ ବନ୍ଦ ରଖିବା, ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ଵାରା ସୂଚନା କେନ୍ଦ୍ର ଖୋଲାଯିବା ଧାରା ବିବରଣୀ ପ୍ରଦାନ କରିବା । ପୋଲିସ ପ୍ରଶାସନ ଦ୍ଵାରା ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସାଂସ୍କୃତିକ କାର୍ଯ୍ୟକ୍ରମ ଇତ୍ୟାଦି ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏ ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ତନ୍ମୟ କୁମାର ଦରୱାନ୍ , ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ତ୍ରିଲୋଚନ ପାତ୍ର, ଉପଜିଲ୍ଲାପଳ ଧର୍ମଗଡ ଧିମାନ୍ ଚକମା, ଏ. ଡି. ଏମ. ଓ. ଡ଼ଃ. ନିହାରେନ୍ଦ୍ର ପଣ୍ଡା, ଅବକାରୀ ନିରୀକ୍ଷକ ରଞ୍ଜନ ନାଏକ, ପୌରପାଳିକା ନିର୍ବାହୀ ଅଧିକାରୀ ସତ୍ୟସମ୍ପରନା ରାଉତ, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ, ଡେପୁଟି ଜିଲ୍ଲାପାଳ ମମତା ଦାସଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, ବହୁ ବରିଷ୍ଠ ନାଗରିକ ଙ୍କ ସମେତ ଉମା ଶଙ୍କର କର, ସତ୍ୟନାରାୟଣ ମହାପାତ୍ର, ଉତ୍ସବ ସାହୁ, ସନ୍ତୋଷ ବହିଦାର ରାଜବାଟିରୁ ଅଶୋକ ନେଗୀ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା, ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.