ହାଇକୋର୍ଟ ର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି : ଆନ୍ଦୋଳନ କୁ ୨୮ ତାରିଖ ପର୍ଯ୍ୟନ୍ତ

0

ଗୁଣପୁର ରୁ ସିଦ୍ଧାର୍ଥ ଦାଶ: ଅବିଭକ୍ତ କୋରାପୁଟ ଜିଲ୍ଲାରେ ହାଇକୋର୍ଟ ର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ମଙ୍ଗଳବାର ଓକିଲ ଙ୍କ ପକ୍ଷରୁ ବନ୍ଦ ପାଳନ ହୋଇଥିଲା । ଗୁଣପୁର ବନ୍ଦ ଦ୍ୱାରା ପ୍ରଭାବିତ ହୋଇଥିଲା । 

ପ୍ରକାଶ ଥାଉକି , ଅବିଭକ୍ତ କୋରାପୁଟ ଜିଲ୍ଲାର ଆଇନଜୀବି ମାନଙ୍କ ସମାବେଶ ଜୟପୁର ଠାରେ ଗୁରୁବାର ଦିନ ହୋଇଥିଲା ।  ସେହି ବୈଠକ ର ନିଷ୍ପତି କ୍ରମେ ବନ୍ଦ ପାଳନ ପରେ ମଧ୍ୟ ଆନ୍ଦୋଳନ କୁ ୨୮ ତାରିଖ ପର୍ଯ୍ୟନ୍ତ ଚାଲୁ ରଖିବାକୁ ନିଷ୍ପତି ନିଆଯାଇଥିବା ବେଳେ ଗତକାଲି ଗୁଣପୁର ବାର୍ ଆସୋସିଏସନ ସଭାପତି ଶ୍ରୀ ବ୍ରହ୍ମାନନ୍ଦ  ପଟ୍ଟନାୟକଙ୍କ ଅଧକ୍ଷତା ରେ ହୋଇଥିବା ଜରୁରୀ ବୈଠକ ରେ ଆଇନଜୀବି କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିବେ ବୋଲି ନିଷ୍ପତି ନିଆଯାଇଛି ।

 

Leave A Reply

Your email address will not be published.