ରାଜଧାନୀରେ ଟ୍ରାଫିକ୍ ସଚେତନତା, ସଡ଼କସୁରକ୍ଷା-ଜୀବନରକ୍ଷା

0

ଭୁବନେଶ୍ୱର :  ଆମ ଦେଶରେ ପ୍ରତି ଘଂଟାରେ ୫୩ଟି ଦୁର୍ଘଟଣାରେ ୧୭ଜଣ ପ୍ରାଣ ହରାଉଥିବା ଏକ ସମୀକ୍ଷାରୁ ଜଣାଯାଇଛି । ଟ୍ରାଫିକ ନିୟମ ମାନିଲେ ଏଥିରୁ ବର୍ତି ପାରିବା । ସେହିପରି ରାଜଧାନୀ ଭୁବନେଶ୍ୱରରେ ସ୍ମାର୍ଟ ଟ୍ରାଫିକ୍ ସିଗନାଲ୍ ବ୍ୟବସ୍ଥା ଲାଗୁ ହେଉଥିବା ବେଳେ ଏହାକୁ ସଚେତନତା ଆବଶ୍ୟକ ବୋଲି କୁହାଯାଇଛି ବିଜୁ ପଟ୍ଟନାୟକ ଫରେଷ୍ଟ ପାର୍କରୁ ଟ୍ରାଫିକ୍ ସଚେତନତା ଅଭିଯାନ ଆରମ୍ଭ ଅବସରରେ ବହୁ ବିଶିଷ୍ଟ ବ୍ୟକ୍ତି ମତ ପ୍ରକାଶ କରିଛନ୍ତି । ସାହାର୍ଯ୍ୟ ଗୃପ୍, ପେସ୍ ଏକାଡେମି ଓ ଫରେଷ୍ଟ ପାର୍କ ୱାର୍କର ଆସୋସିଏସନ୍ ମିଳିତ ଭାବେ ଏହି ସଚେତନତା କାର୍ଯ୍ୟକ୍ରମରେ ଲୋକଙ୍କୁ ଟ୍ରାଫିକ୍ ସିଗନାଲ୍ ସମ୍ପର୍କରେ ସଚେତନତା କରାଯିବା ସହ ସହ ପ୍ରଚାରପତ୍ର ବଂଟା ଯାଇଥିଲା । ସାହାର୍ଯ୍ୟ ଗୃପର  ସଭାପତି ଲିଙ୍ଗରାଜ ସାହୁ, ପେସ୍ ଏକାଡେମିର ମୁଖ୍ୟ ପ୍ରସନ୍ନ ଚୌଧୁରୀଙ୍କ ସଂଯୋଜନାରେ ଅନୁଷ୍ଠିତ  ଏହି କାର୍ଯ୍ୟକ୍ରମରେ ରୋଟାରି କ୍ଳବ ଆଗାମୀ ଡିଜି ରୋଟାରିଆନ୍, ଦେବାଶିଷ ମିଶ୍ର, ଗଦାଧର ଦାସ, ଫରେଷ୍ଟ ପାର୍କ ୱାର୍କସ ଆସୋସିଏସନ୍ ସଭାପତି ଦୁର୍ଗା ଚରଣ ଦାଶ, କିଶୋର ଚନ୍ଦ୍ର କର, ପ୍ରଶାନ୍ତ କୁମାର ପରିଡ଼ା, ପଦୀପ ପୃଷ୍ଟି, ସଞ୍ଜୟ ସାହୁ ଓ ବହୁ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ । 

 

Leave A Reply

Your email address will not be published.