ତିତଲି ପ୍ରଭାବରେ ପାହାଡ ଧସି ୧୮ଜଣଙ୍କ ଜୀବନହାନୀ ହୋଇଥିବା ବାରଘର ଗ୍ରାମର ୭୬ଜଣ ପରିବାରଙ୍କୁ ଘର ନିର୍ମାଣ ପାଇଁ ୭୬୦ଟି ଆଜବେଷ୍ଟସ ଟିଣ ବଣ୍ଟନ

0

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ :  ଗଜପତି ଜିଲ୍ଲାରେ ଗତ ଅକ୍‍ଟୋବର ୧୦ତାରିଖ ରାତିରେ ସାମୁଦ୍ରିକ ଝଡବାତ୍ୟା ତିତଲି ପ୍ରଭାବରେ ସର୍ବାଧିକ କ୍ଷତିଗ୍ରସ୍ତ ଓ ଜୀବନହାନି ହୋଇଥିଲା ରାୟଗଡ ବ୍ଲକର ଗଙ୍ଗାବାଡ ପଞ୍ଚାୟତ ଅନ୍ତର୍ଗତ ବାରଘର ଗ୍ରାମ । ବାରଘର ଗ୍ରାମ ସମୁଦ୍ର ପତନ ଠାରୁ ପ୍ରାୟ ୧୫୦୦ଫୁଟ ଉଚ୍ଚରେ ତଥା ମହେନ୍ଦ୍ରଗିରି ପାହାଡର ଦାରୁବ୍ରହ୍ମ ପାହାଡ ନିକଟରେ ଏହି ବାରଘରର ଗ୍ରାମ ରହିଛି । ତିତଲି ପ୍ରଭାବରେ ଏହି ଗ୍ରାମରେ ଥିବା ୭୬ଟି ଘର ସମ୍ପୁର୍ଣ୍ଣ ଭାଙ୍ଗିଯାଇ ଥିବା ସହ ପାହାଡରୁ ମାଟି ପଥର ଧସି ୧୮ ଜଣଙ୍କ ଜୀବନହାନୀ ହୋଇଥିଲା । ଏହି ଘଟଣା ସମଗ୍ର ଓଡିଶାରେ ବେଶ୍‍ ଚର୍ଚ୍ଚିତ ହୋଇଥିଲା ।କ୍ଷତିଗ୍ରସ୍ତ ଗ୍ରାମବାସୀ ରିଲିଫ ଆକାରେ ଚାଉଳ, ଟଙ୍କା ପ୍ରଭୃତି ସହ ଘର ଘୋଡାଇବା ପାଇଁ ଟାର୍ପିଲିନ (ପାଲ) ପାଇଥିଲେ ହେଲେ ମଧ୍ୟ ତାହା ଘର ଘୋଡାଇବା ପାଇଁ  ଯଥେଷ୍ଟ ନ ହୋଇ ଖୋଲା ଆକାଶର ଶୀତ ଥଣ୍ଡା କାକରରେ ପଡି ରହି ଜୀବନ କଟାଉଥିଲେ ।ଏମିତିକି ସରକାରଙ୍କ ପକ୍ଷରୁ ଘରଭଙ୍ଗା ସହାୟତା ରାଶି ଲକ୍ଷାଧିକ ଟଙ୍କା ପାଇଥିଲେ ମଧ୍ୟ ତିତଲି ପ୍ରଭାବରେ ନିଜ ଲୋକଙ୍କୁ ହରାଇବା ସହ ବ୍ୟାପକ କ୍ଷତିଗ୍ରସ୍ତ ହୋଇ ଅଣନିଶ୍ୱାସୀ ହୋଇପଡିଥିବା ଯୋଗୁଁ ଘରନିର୍ମାଣ କ୍ଷେତ୍ରରେ ସମର୍ଥ ହୋଇପାରୁନଥିଲେ । ହେଲେ ଜିଲ୍ଲା ପ୍ରଶାସନର ବିଶେଷ ସାହାଯ୍ୟ ସହଯୋଗରେ କ୍ଷତିଗ୍ରସ୍ତ ବିପନ୍ନ ପରିବାରଙ୍କୁ ସହାୟତା କରିବା ପାଇଁ ସୁଦୁର ଭବାନୀପାଟଣା ସ୍ଥିତ ଵାର୍ଲଡ ଭିଜନ ଇଣ୍ଡିଆ ନାମକ ଏକ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂସ୍ଥା ବଦାନ୍ୟ ବ୍ୟକ୍ତି ଭାବେ ଆଗେଇ ଆସି ଜିଲ୍ଲା ପ୍ରଶାସନର ସହଯୋଗ ଓ ମାଧ୍ୟମରେ ବାରଘର ଗ୍ରାମରେ ଘରନିର୍ମାଣ ଛାତପାଇଁ ଆଜବେଷ୍ଟ ଟିଣ ଆଣି ପହଞ୍ଚିଥିଲେ । ୭୬ଟି ପରିବାରଙ୍କୁ ୩ଫୁଟ ଓସାରରେ ୧୦ ଫୁଟ ଲମ୍ୱାର ପ୍ରତିପରିବାର ପିଛା ୧୦ଟି ଟିଣ ଯାହାର ମୂଲ୍ୟ ୮୦୦୦ଟଙ୍କା ହେବ  । ଏହିଭଳି ୭୬ ପରିବାରଙ୍କୁ ୭୬୦ଟି ଟିଣ ଉପଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁଙ୍କ ଦ୍ୱାରା ବଣ୍ଟନ କରିଥିଲେ । ଏହି ବଣ୍ଟନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶିଶୁ ଶିକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ ,ରାୟଗଡ ବ୍ଲକ ଅଧ୍ୟକ୍ଷ ଧନେଶ୍ୱର ଭୂୟାଁ , ଵାର୍ଲଡ ଭିଜନ ଇଣ୍ଡିଆର କାର୍ଯ୍ୟକ୍ରମ ଅଧିକାରୀ ସୁକାନ୍ତ କୁମାର ନାଗ୍‍, ଏବଂ ସଂଯୋଜକ ଜିିହୋବା ଦାସ ବର୍ଦ୍ଧନ ପ୍ରମୁଖ ଉପସ୍ଥିତ ରହି ଆମେ ସେମାନଙ୍କ ସହିତ ଅଛୁ ଆଉ ଯାହା ଆବଶ୍ୟକ ତାହା ଯୋଗାଇଦିଆଯିବ ଏହା ଆଗକୁ ବଢିବା ପାଇଁ କିଛିଟା ପ୍ରେରଣା ଦେବ ବୋଲି କହିଥିଲେ ।

Leave A Reply

Your email address will not be published.