ଗୁଣୁପୁର ଜଗନ୍ନାଥପୁର ପଞ୍ଚାୟତରେ ପୀଠା

0

ଗୁଣପୁର ରୁ ସିଦ୍ଧାର୍ଥ ଦାଶ 

ରାୟଗଡ଼ା ଜିଲ୍ଲାର ଗୁଣପୁର ଉପଖଣ୍ଡ ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତ ଠାରେ ରାଜ୍ୟ  ସରକାରଙ୍କର ପୀଠା କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଯାଇଚ୍ଥି । 

ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଗୁଣପୁର ବିଧାୟକ ଶ୍ରୀ ତ୍ରିନାଥ ଗମାଙ୍ଗ , ସମ୍ମାନିତ ଅତିଥି ଭାବେ  ଗୁଣପୁର ବି.ଡ଼ି.ଓ ଶ୍ରୀମତି ଗାୟତ୍ରୀ ଦେବୀ , ଗୁଣପୁର ବ୍ଲକ E.A.E ଶ୍ରୀ ନିହାର ରଂଜନ ମାଝି , ଗୁଣପୁର ବିଦ୍ୟୁତ ବିଭାଗ ଏସ୍.ଡ଼ି.ଓ ଏବଂ ପଦ୍ମପୁର ବ୍ଲକ ଅଧକ୍ଷ୍ୟା ଙ୍କ ସମେତ ୫୦୦  ରୁ ଉର୍ଦ୍ଧ ଜନସାଧାରଣ ଉପସ୍ଥିତ ରହିଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ଆୟୋଜିତ ସଭା କୁ ଜଗନ୍ନାଥପୁର ସରପଞ୍ଚ ଶ୍ରୀମତୀ ଗୌରୀ ଗମାଙ୍ଗ ପରିଚାଳନା କରିଥିବା ବେଳେ ବିଧାୟକ ଶ୍ରୀ ତ୍ରିନାଥ ଗମାଙ୍ଗ ସଭାପତିତ୍ୱ କରିଥିଲେ ।

ଗୁଣପୁର ଉପଖଣ୍ଡ ଜଗନ୍ନାଥପୁର ପଞ୍ଚାୟତ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଗୁଣପୁର  ବିଧାୟକ ଶ୍ରୀ ତ୍ରିନାଥ ଗମାଙ୍ଗ ଯୋଗଦେଇ ସରକାର ପ୍ରତ୍ୟେକ ଲୋକଙ୍କ ପାଇଁ ଯେଉଁ ଯୋଜନା କରୁଚ୍ଥନ୍ତି ତାହା ଯେପରି ସଠିକ ହିତାଧିକାରୀଙ୍କ ନିକଟରେ ପହଞ୍ଚିପାରିବ ସେଥିପ୍ରତି ଉତ୍ତରଦାୟୀ ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ । ପ୍ରତ୍ୟେକ ଲୋକ ତାଙ୍କ ପାଇଁ ଥିବା ଯୋଜନା ସଂପର୍କରେ ଅବଗତ ହେବା ଓ  ଯୋଜନାର ସୁପଂଳ ପାଇବା ଏହି ପୀଠା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବୋଲି ଜଗନ୍ନାଥପୁର ସରପଞ୍ଚ ଶ୍ରୀମତୀ ଗୌରୀ ଗମାଙ୍ଗ କହିଥିଲେ । 

ଏହି ଅବସର ରେ ୧୨ ଜଣ ହିତାଧିକାରୀ ଙ୍କୁ ମଧୁବାବୁ ପେନ୍ସନ୍ ଯୋଜନା ରେ ସହାୟତା ଭତ୍ତା ପ୍ରଦାନ କରାଯାଇଚ୍ଥି । ଯେଉଁ  ହିତାଧିକାରୀ ଏହି ସମୟ ମଧ୍ୟରେ ସହାୟତା ନ ପାଇଚ୍ଥନ୍ତି ପରବର୍ତ୍ତୀ ସମୟରେ ସେମାନଙ୍କୁ ମଧ୍ୟ ଏହି ସହାୟତା ଯୋଗାଇ ଦିଆଯିବାକୁ ଚେଷ୍ଟା କରାଯିବ ବୋଲି ଗୁଣପୁର ବି.ଡ଼ି.ଓ ଶ୍ରୀମତୀ ଗାୟତ୍ରୀ ଦେବୀ ସୂଚନା ଦେଇଥିଲେ ।

Leave A Reply

Your email address will not be published.