ବଲାଙ୍ଗୀର :କଥାରେ ଅଛି ଦୃଢ଼ ମନୋବଳ ଓ ଇଚ୍ଛାଶକ୍ତି ଆଗରେ ସବୁ ହାର ମାନିଥାଏ। ଯଦି ଆପଣଙ୍କ ମନୋବଳ ଦୃଢ଼ ଥିବ, ଯେତେ ବି ଦୁର୍ବଳତା ଥିଲେ ବି ଆପଣ କେବେ ହାର ମାନିବେ ନାହିଁ। ଏହି ଉକ୍ତିକୁ ଯଥାର୍ଥ କରି ଦେଖାଇଛନ୍ତି ବଲାଙ୍ଗିର ଜିଲ୍ଲାର ଦିବ୍ୟାଙ୍ଗ ଲେଖାରାମ ଭୋଇ। ଦୃଷ୍ଟିହୀନ ଲେଖାରାମ ଓଏଏସ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ସାରା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି।