ଭଞ୍ଜନଗର ରେ ୭୮ତମ ସ୍ଵାଧୀନତା ଦିବସ ଉତ୍ସବର ଚିତ୍ତାକର୍ଷକ ପ୍ୟାରେଡ୍ ସହିତ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଉତ୍ସବ

6

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }:  ଆଜି ଭଞ୍ଜନଗର ସହରର ବିଭିନ୍ନ ଅନୁଷ୍ଠାନ,ପ୍ରତିଷ୍ଠାନ, ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କ ରେ ଜାତିୟ ପତାକା ଉତ୍ତୋଳନ କରି ସ୍ଵାଧୀନତା ଦିବସ ର ୭୮ ତମ ଉତ୍ସବ ପାଳନ କରାଯାଇଥିବାବେଳେ । କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଷ୍ଟାଡିୟମରେ ଉପଖଣ୍ଡ ସ୍ତରୀୟ ସ୍ଵାଧିନତା ଦିବସ ପାଳନ ହୋଇଯାଇଛି। ଏଥିରେ ଆଖ ପାଖ ଅଞ୍ଚଳ ର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଚିତ୍ତାକର୍ଷକ ପ୍ୟାରେଡ୍ ପରିବେଷଣ ହେବା ସହିତ ଦେଶ ଭକ୍ତି ଓ ସଂସ୍କୃତି ସମ୍ପର୍ଣ୍ଣ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ କରିଥିଲେ ଛାତ୍ରଛାତ୍ରୀମାନେ।

ଅନେକ ଧର୍ମ, ସଂମ୍ପ୍ରଦାୟ, ସଂସ୍କୃତି ଓ ଭାଷାର ମହାମିଳନର ପ୍ରତୀକ ସୁଜଳା ସୁଫଳା ଶସ୍ୟଶ୍ୟାମଳା ପୂର୍ଣ୍ଣଭୂମି ଭାରତ ବର୍ଷ ର ୭୮ ତମ ସ୍ଵାଧୀନତା ଦିବସ ବିପୁଳ ଆନନ୍ଦ ଉଲ୍ଲାସର ସହିତ ପାଳନ ହୋଇଛି ଭଞ୍ଜନଗର ସହରରେ। ପୂର୍ବ ନିର୍ଧାରିତ ସମୟାନୁସାରେ ଠିକ୍ ୯:୧୫ ମିନିଟ୍ ରେ ସ୍ଥାନିତ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଅନୀଲ କୁମାର ସେଠୀ ଉପସ୍ଥିତ ହୋଇଥିଲେ ଷ୍ଟାଡିୟମରେ, ସେଠାରୁ ତାଙ୍କୁ ଫୁଲତୋଡ଼ା ଦେଇ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ର ଏନ୍ ସି ସି ଗାର୍ଡ ମାନଙ୍କ ଦ୍ଵାରା ଷ୍ଟାଡିୟମ ଭିତରକୁ ପାଛୋଟି ନିଆଯାଇଥିଲା। ପରେ ପରେ ଆସି ଯୋଗଦାନ କରିଥିଲେ ସ୍ଥାନୀୟ ତହସିଲଦାର, ଅତିରିକ୍ତ ତହସିଲଦାର, ବିଜ୍ଞାପିତ ଅଞ୍ଚଳ ପରିଷଦ ର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ନଗରପାଳିକା। କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ପଡ଼ିଆରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ୨୫ ଗୋଟି ପ୍ୟାରେଡ୍ ଦଳ ସୁସଜ୍ଜିତବେଶ ପରି ପାଟିରେ ପ୍ୟାରେଡ୍ ପରିବେଷଣ ପାଇଁ ଦଣ୍ଡାୟମାନ ଥିଲେ। ମୂଖ୍ୟ ଅତିଥି ଙ୍କ ଦ୍ଵାରା ଜାତୀୟ ପତାକା ଉତ୍ତୋଳନ ହେବା ସହିତ ସ୍କୁଲ ଛାତ୍ରୀ ମାନଙ୍କ ଦ୍ଵାରା ଜାତୀୟ ସଙ୍ଗୀତ ଗାନ କରାଯାଇଥିବା ବେଳେ ପୁର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଏକ ସୁସଜ୍ଜିତ ଖୋଲା ଜିପ୍ ରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଅନୀଲ କୁମାର ସେଠୀ ୨୫ ଗୋଟି ପ୍ୟାରେଡ୍ ଦଳକୁ ବୁଲି ଦେଖିଥିଲେ। ପରେ ପରେ ସ୍ଵାଧୀନତା ଦିବସ ଉତ୍ସବ ପାଳନର ମହତ୍ତ୍ୱ ବିଷୟରେ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ ଓ ଜନସାଧାରଣ ଙ୍କୁ ଉଦବୋଧନ ଦେଇଥିଲେ। ୨୫ ଗୋଟି ପ୍ୟାରେଡ୍ ଦଳର ଆକର୍ଷଣୀୟ ପ୍ୟାରେଡ୍ ରେ ପ୍ରତି ଦଳଠୁ ଅଭିବାଦନ ଗ୍ରହଣ କରିଥିଲେ ମୂଖ୍ୟ ଅତିଥି। ଏଥିରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ର ଏନ୍ ସି ସି ଅଧିକାରୀ ଲ୍ୟୁଟନାଣ୍ଟ୍ ରଜନୀ କାନ୍ତ ତ୍ରିପାଠୀ ଓ ନାଭାଲ ଅଫିସର ଶ୍ରୀ ରବିନ୍ଦ୍ର କୁମାର ମିଶ୍ର ଙ୍କ ସହିତ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ଏ ଏନ୍ ଓ , ଶିକ୍ଷକ ଶିକ୍ଷୟିତ୍ରୀ ସହିତ ଭାରତୀୟ ସୈନ୍ୟ ବାହିନୀ ର ବିଭିନ୍ନ ବିଭାଗର ଅବସରପ୍ରାପ୍ତ ସୈନିକ ଉପସ୍ଥିତ ଥିଲେ। ବିଭିନ୍ନ ଶିକ୍ଷାନୁଷ୍ଠାନ ରୁ ଆସିଥିବା ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ୫ ମିନିଟ୍ ସମୟ ବ୍ୟବଧାନରେ ଗୋଟିଏ ପରେ ଗୋଟିଏ ପରିବେଷଣ କରାଯାଇଥିଲା। ଏହାକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳ ର ଅନେକ ଜନସାଧାରଣଙ୍କ ଭିଡ଼ ହୋଇଥିଲା। ପୂର୍ବ ରୁ ହୋଇଯାଇଥିବା ବିଭିନ୍ନ ପ୍ରତିଯୋଗିତା ର ସଫଳ ପ୍ରତିଯୋଗୀମାନଙ୍କୁ ଏଠାରେ ପୁରସ୍କାର ପ୍ରଦାନ ସହିତ ଆଜିର ପ୍ୟାରେଡ୍ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ର କୃତି ପ୍ରତିଯୋଗୀ ଦଳ ମାନଙ୍କୁ ମଧ୍ୟ ସିଲ୍ କପ୍ ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଷ୍ଟାଡିୟମ୍ ର ଶାନ୍ତିଶୃଙ୍ଖଳା ଓ ସୁରକ୍ଷା ଦୃଷ୍ଟିକୋଣରୁ ଅନେକ ପୋଲିସ୍ ସୁରକ୍ଷା କର୍ମଚାରୀମାନଙ୍କ ସହିତ ଭଞ୍ଜନଗର ଥାନାଧିକାରୀ, ଏସ୍ ଡି ପି ଓ, ଅତିରିକ୍ତ ଏସ୍ ପି ଙ୍କ ସହିତ ଆଇ ଆର୍ ବି ବାଟାଲିୟନ ର ଯବାନ ମାନେ ଉପସ୍ଥିତ ଥିଲେ। ଶେଷରେ ସୁଚନା ଲୋକସମ୍ପର୍କ ବିଭାଗ ଅଧିକାରୀ ଶ୍ରୀ ଗୈ।ରି ଶଙ୍କର ଶତପଥି ସମସ୍ତ ଙ୍କୁ ଧନ୍ୟବାଦ୍ ଅର୍ପଣ କରି ସମସ୍ତ ଦାୟିତ୍ୱରେ ସୁଚାରୁରୂପେ ପରିଚାଳନା କରିଥିଲେ।

Leave A Reply

Your email address will not be published.