ଭଞ୍ଜନଗର ରେ ପାଳନ ହେଲା “ଭାରତ ବିଭାଜନ ବିଭୀଷିକା ସୃତି ଦିବସ”।

6

ଭଞ୍ଜନଗର ରୁ {ଉଦୟନାଥ ପଣ୍ଡା}: ଭଞ୍ଜନଗର ସହରରେ ଭାରତୀୟ ଜନତା ପାର୍ଟିର ତଥା ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକ ଙ୍କ ପରିଚାଳନା ରେ ଆଜି ଅଗଷ୍ଟ ୧୪ ମଙ୍ଗଳବାର ୨୦୨୪ ତାରିଖ ରେ ପାଳିତ ହୋଇଛି ବିଶାଳ ତ୍ରିରଙ୍ଗା ପତାକା ଶୋଭା ଯାତ୍ରା ସହିତ ସ୍ଥାନୀୟ ଟାଉନ ହଲ୍ ରେ “ଭାରତ ବିଭାଜନ ବିଭୀଷିକା ସ୍ମୃତି ଦିବସ” ର ବିରାଟ ସଭା।

କହିବାକୁ ଗଲେ ସାରା ବିଶ୍ବରେ ସବୁଠୁ ସୁନ୍ଦର ଏଇ ଆମ ଭାରତ ଭୂଇଁ । ମାତୃଭୂମି, ପୁଣ୍ୟ ଭୂମି, ଦେବ ଭୂମି, କର୍ମ ଭୂମି ସବୁଠୁ ପବିତ୍ର ଏହି ଭାରତ ଭୂଇଁ । ଏହାରି କୋଳରେ କେତେ ମହାତ୍ମା ଜନମ ନେଇଛନ୍ତି । ଏହି ଭୂମିକୁ କାହିଁ କେଜାଣି କେତେ ବାହ୍ୟଶତ୍ରୁ ଆକ୍ରମଣ କରିଛନ୍ତି । ତଥାପି ସେମିତି ମୁଣ୍ଡ ଟେକି ଠିଆ ହୋଇଛି ଏହି ମାଟି । କେତେ ଶତ୍ରୁ ଆସି ଏହାର ସୋନ୍ଦର୍ଯ୍ୟକୁ ନଷ୍ଟ କରିବାକୁ ଚାହିଁଛନ୍ତି ,ହେଲେ ଏହାର ବୀର ସନ୍ତାନ ମାନେ ସେମିତି ଲଢେଇ କରି ଆସିଛନ୍ତି ।

୧୯୪୭ ଜୁନ ମାସ ଦୁଇ ତାରିଖ ଥିଲା ସେହି କଳା ଦିନ l ଦିଲ୍ଲୀରେ ଏକ ବୈଠକରେ ବସି ନିର୍ଦ୍ଧାରଣ ହେଉଥିଲା ଭାରତର ଭବିଷ୍ୟତ । କୋଟି କୋଟି ଭାରତୀୟଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଥିଲେ ମାତ୍ର ୧୦ରୁ ୧୨ ଜଣ ବ୍ୟକ୍ତି । ପୁଣି ଗୋଟିଏ ଦେଶର ଭାଗ୍ୟ ହେଉଥିଲା ପରିକଳ୍ପନା। ଦୁଇଖଣ୍ଡ ହୋଇଗଲା ଅଖଣ୍ଡ ଭାରତ । ଦୁଇ ରାଷ୍ଟ୍ରର ସିଦ୍ଧାନ୍ତ ମୁର୍ଖତା ପୂର୍ଣ୍ଣ ଥିଲା । ଯାହାକୁ ଭଗବାନ ଗୋଟେ କରିଛନ୍ତି ମନୁଷ୍ୟ ତାକୁ କିପରି ଭାଙ୍ଗି ପାରିବ ? ହେଲେ ଅଖିଳ ଭାରତୀୟ କଂଗ୍ରେସ କମିଟି ୧୯୪୭ ଜୁନ ୧୫ ତାରିଖ ଦିନ ଭାରତ ବିଭାଜନର ଯୋଜନାକୁ ଅନୁମୋଦନ ଦେଇଦେଲେ । ଏହା ଫଳରେ ୧୪ ଓ ୧୫ ଅଗଷ୍ଟ ମଧ୍ୟରାତ୍ରୀରେ ଭାରତ ମାତାର ବିଭାଜନ କରି ଦିଆଗଲା।

ସେଥିନିମିତ୍ତ ଏହି କଳା ଦିବସକୁ ମନେ ପକାଇବାପାଇଁ ଦେଶର କୋଣେ ଅନୁକୋଣେ ପାଳନ ହେଉଛି ଅଖଣ୍ଡ ଭାରତ ଦିବସ।
ଏହି ଅବସରରେ ଆଜି ମଙ୍ଗଳବାର ଦିନ ଭଞ୍ଜନଗର ସହରରେ ୧୪ ଅଗଷ୍ଟକୁ (ଭାରତ ବିଭାଜନ ବିଭୀଷିକା ସୃତି ଦିବସ ) ରୂପେ ପାଳନ କରାଯାଇଛି । ଏଥିରେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକ ଓ କନ୍ଧମାଳ ସାଂସଦ ଶ୍ରୀଯୁକ୍ତ ସୁକାନ୍ତ କୁମାର ପାଣିଗ୍ରାହୀ ଙ୍କ ସହିତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଓ ଜନସାଧାରଣ ଯୋଗଦାନ କରିଥିଲେ I ଏହି ଅବସରରେ ଭଞ୍ଜନଗର ସହରରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ଆଜିର ପ୍ରବଳ ବର୍ଷା ସତ୍ବେ ସଂଧ୍ୟା ୫ ଘଣ୍ଟା ସମୟରେ ଭଞ୍ଜନଗର ସ୍ଥିତ ଭେଜିପୁଟୁ ବାଇପାସ୍ ଠାରେ ଚକରା ବିଶୋୟୀ ଛକରେ ବିର ବିପ୍ଳବୀ ଚକରା ବିଷୋୟୀଙ୍କ ପ୍ରତିମୃତ୍ତିରେ ପୁଷ୍ପ ମାଲ୍ୟାର୍ପଣ ଦେଇ ୧୦୦ ମିଟର ଲମ୍ବାର ଜାତୀୟ ପତାକା ଧରି ନିରବ ଶୋଭାଯାତ୍ରା ଭେଜିପୁଟ ଦେଇ ଖଲାସିସାହି ହୋଇ ମେଇନ ରୋଡ଼ ଦେଇ ଟାଉନ ହଲରେ ପହଞ୍ଚିଥିଲାI ଏହାପରେ ଟାଉନ ହଲରେ ଭାରତ ବିଭାଜନ ବିଭୀଷିକା ସୃତି ଦିବସ ସମ୍ପର୍କିତ ଏକ ବିରାଟ ସଭା ଅନୁଷ୍ଠିତ ହେବ I

ବର୍ଷା ପବନ ସତ୍ୱେ ଏହି ବିରାଟ ସଭା ଆରମ୍ଭ ହେବାବେଳ କୁ ସଂଧ୍ୟା ୭ ହୋଇଯାଇଥିଲା। ଏଥିରେ ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକ ଓ କନ୍ଧମାଳ ସାଂସଦ ଶ୍ରୀଯୁକ୍ତ ସୁକାନ୍ତ କୁମାର ପାଣିଗ୍ରାହୀ, ଶ୍ରୀଯୁକ୍ତ ସାରଦା ସତପଥି ଙ୍କ ସହିତ ବିଜେପି ଘୁମୁସର ବିଧାୟକ ସାଂଗଠନିକ ଜିଲ୍ଲା ସଭାପତି ବିଜୟ କୁମାର ସ୍ବାଇଁ, ବିଜେପି ରାଜ୍ୟ ସାଧାରଣ ସଂପାଦକ ମୂଖ୍ୟବକ୍ତା ଶ୍ରୀଯୁକ୍ତ ଯତିନ୍ , ଜିଲ୍ଲା ସାଧାରଣ ସଂପାଦକ ଶ୍ରୀ ନିଳମାଧବ ପାତ୍ର, ଜିଲ୍ଲା ଉପସଭାପତି ଶ୍ରୀ ସନ୍ତୋଷ କୁମାର ତିଆଡି, ଭଞ୍ଜନଗର ମଣ୍ଡଳ ସଭାପତି ବିପ୍ର ପ୍ରଧାନ, ମୁଜାଗଡ ରୁ ଧୋବା ଗୈାଡ, କୁଲାଡ ରୁ ବ୍ରହ୍ମାନନ୍ଦ ଦାସ, ବିଡିପୁର ରୁ ସନ୍ତୋଷ ବିଷୋୟୀ, ଜଗନ୍ନାଥ ପ୍ରସାଦ ରୁ ଅଜିତ କୁମାର ନାୟକ, ତାରିଶିଂ ରୁ ନିଳାଞ୍ଚଳ, ବିଜେପି ଭଞ୍ଜନଗରସ୍ଥ ନଗର ପାଳ ପାର୍ଥି ଶିବ ଶଙ୍କର ମହାପାତ୍ର, କୃଷକ ମୋର୍ଚ୍ଚା ରୁ ପ୍ରଦିପ ସାହୁ, ମୋର୍ଚ୍ଚା ସଭାପତି ମାନସ କୁମାର ଜେନା ମଞ୍ଚାସିନ ଥିଲେ। ଏଥି ସହିତ ରାଧା ମୋହନ ଜେନା, କୁବେର ପ୍ରଧାନ,ଶରତ ବରାଡ ଙ୍କ ସହିତ ଅନେକ କାର୍ଯ୍ୟକର୍ତ୍ତା, କର୍ମୀ ଓ ବିଭିନ୍ନ ବୀଭାଗର ସାମ୍ବାଦିକ ଉପସ୍ଥିତ ଥିଲେ।

Leave A Reply

Your email address will not be published.