ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ହର୍ ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ।

5

ପଦ୍ମପୁର:- ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସକାଳ ୧୧ ଘଣ୍ଟା ସମୟରେ ଆର.ବି. ହାଇସ୍କୁଲ ପଡ଼ିଆ ଠାରୁ ବାହାରି ଭେଉଁରିଆ ଛକ, ଥାନାଛକ ଶାସ୍ତ୍ରୀ ଛକ ଦେଇ ଏକ ବିଶାଳ ଶୋଭାଯାତ୍ରା ସହର ପରିକ୍ରମା କରି ଆର.ବି ହାଇସ୍କୁଲ ପଡ଼ିଆ ଠାରେ ପହଞ୍ଚିଥିଲା l ଏହି କାର୍ଯ୍ୟକ୍ରମ ରେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ବରଗଡ ସାଂସଦ ପ୍ରଦୀପ ପୁରୋହିତ, ଅତିରିକ୍ତ ଜିଲ୍ଲାପାଳ କୁନାଲ ମୋତିରାମ ଚଭନ, ବିଜେପି ନେତା ଗୋବର୍ଦ୍ଧନ ଭୁଏ, ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ଯ ନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମାଝୀ, ସମାଜସେବୀ ନିରୋଜ ଦୋରା, ବିଜେପି ଯୁବ ନେତା ପ୍ରୀତେଶ ବହିଦାର, ସମସ୍ତ ଜେ.ଇ, ବିଜ୍ଞାପିତ ଅଞ୍ଚଳ ପରିଷଦ ସମସ୍ତ କର୍ମଚାରୀ, ସମସ୍ତ କାଉନସିଲର, ସମସ୍ତ ସ୍କୁଲ କଲେଜ ଛାତ୍ର ଛାତ୍ରୀ, ସ୍ବଚ୍ଛ ସାଥୀ, ଏସ.ଏଚ୍.ଜି ମହିଳା, ଓ ସହର ର ବୁଦ୍ଧିଜୀବୀ ଯୋଗ ଦେଇଥିଲେ l 

Leave A Reply

Your email address will not be published.