ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ବନଖଣ୍ଡ ତରଫରୁ ସ୍ଥାନୀୟ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ “ବିଶ୍ୱ ହସ୍ତୀ ଦିବସ” ପାଳିତ ହୋଇ ଯାଇଛି।
ଏହି ଅବସରରେ ପାରଳାଖେମୁଣ୍ଡି ବନଖଣ୍ଡର ବନଖଣ୍ଡ ଅଧିକାରୀ ଶ୍ରୀ ଏସ୍.ଆନନ୍ଦ , ସହକାରୀ ବନ ସଂରକ୍ଷକ ଶ୍ରୀ ଅରୁଣ କୁମାର ସାହୁ ଏବଂ ସୁଶ୍ରୀ ଶାଇନ୍ ଶ୍ରୀ ଦାଶ ଏବଂ ସମସ୍ତ ବନାଞ୍ଚଳ ଅଧିକାରୀ ଉପସ୍ଥିତ ଥିଲେ।
ଆଜିର (ସୋମବାର) ଏହି ବିଶ୍ୱ ହସ୍ତୀ ଦିବସ ଅବସରରେ ମୁଖ୍ୟ ବିଷୟବସ୍ତୁ “ପ୍ରାକ୍ ଐତିହାସିକ ସୌନ୍ଦଯ୍ୟ , ଧାର୍ମିକ ସମ୍ପର୍କ ଏବଂ ପରିବେଶୀୟ ଗୁରୁତ୍ୱ କୁ ଜୀବନ୍ତ କରିବା ବିଷୟରେ ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ଶ୍ରୀ ଏସ୍.ଆନନ୍ଦ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ।
ବିଶ୍ୱ ହସ୍ତୀ ଦିବସ ଅବସରରେ ସମସ୍ତ ବନାଞ୍ଚଳରେ କୁଇଜ଼ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଉକ୍ତ କୁଇଜ଼ ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ଉପକୃତ ପ୍ରତିଯୋଗୀଙ୍କୁ ପ୍ରଥମ , ଦ୍ଵିତୀୟ ଓ ତୃତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା। ଆଜି ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ସେଂଚୁରିଆନ ସ୍କୁଲ ର ଛାତ୍ରଛାତ୍ରୀ , ଶିକ୍ଷକ , ଅଭିଭାବକ ଉପସ୍ଥିତ ଥିଲେ। ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଟିମ୍ ଗଠନ କରି କୁଇଜ଼ ବିଭିନ୍ନ ପଶୁପକ୍ଷୀଙ୍କ ଶବ୍ଦ , ଫୋଟଚିତ୍ର , ଚଟାପଟ ପ୍ରଶ୍ନ ଇତ୍ୟାଦି ପ୍ରତିଯୋଗିତାମାନ କରାଯାଇଥିଲା। ସେହି ଟିମ୍ ମାନଙ୍କ ମଧ୍ୟରୁ ଉପଯୁକ୍ତ ଟିମ୍ କୁ ପ୍ରଥମ , ଦ୍ଵିତୀୟ ଓ ତୃତୀୟ ସ୍ଥାନର ମାନପତ୍ର ଦିଆଯାଇଥିଲା।ଏହି ପରିପ୍ରେକ୍ଷୀରେ ଦେବଗିରି ବନାଞ୍ଚଳର ହାତୀ ବାହିନୀ ର ଶ୍ରୀ କୈଳାଶ ଚନ୍ଦ୍ର ରାଉତ ଦାସକାଠିଆ ଓ ଘୁଡୁକୀ ମାଧ୍ୟମରେ ହାତୀର ସୁରକ୍ଷା ଦିଗରେ ଏକ ସଚେତନତା ବାର୍ତା ପ୍ରଦାନ କରିଥିଲେ ଏବଂ ତତ୍ ସଂଗେ ସେଂଚୁରିଆନ୍ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ହାତୀର ସୁରକ୍ଷା ନିମନ୍ତେ ଏକ ସୁନ୍ଦର ନାଟକ “ଜନ ମିଶିବେ ହାତୀ ହସିବେ” ପରିବେଷଣ କରି ଜନସଚେତନତା ସୃଷ୍ଟି କରିଥିଲେ।
ଜଙ୍ଗଲ ଓ ବନ୍ୟଜନ୍ତୁ ର ସୁରକ୍ଷା ନିମନ୍ତେ ସମସ୍ତ ଅଂଶୀଦାରୀ ଛାତ୍ରଛାତ୍ରୀ , ଶିକ୍ଷକ ଶିକ୍ଷୟତ୍ରୀ , ବନବିଭାଗର ସମସ୍ତ କର୍ମଚାରୀ ଙ୍କୁ ନେଇ ଏକ ଶପଥ ପାଠ କରାଯାଇଥିଲା ଏବଂ ଶେଷରେ ସମସ୍ତେ ଜାତୀୟ ସଂଗୀତ ଗାନ କରି ସଭା ସାଙ୍ଗ କରିଥିଲେ।
ଏହି କାର୍ଯ୍ୟକ୍ରମକୁ ପାରଳାଖେମୁଣ୍ଡି ବନଖଣ୍ଡର ସହକାରୀ ବନ ସଂରକ୍ଷକ ଶ୍ରୀ ଅରୁଣ କୁମାର ସାହୁ ଏବଂ ସୁଶ୍ରୀ ଶାଇନ୍ ଶ୍ରୀ ଦାଶ ପରିଚାଳନା କରିଥିଲେ ଏବଂ ତାଙ୍କ ସହ ଦେବଗିରି ବନାଞ୍ଚଳ ର ବନାଞ୍ଚଳ ଅଧିକାରୀ ଶ୍ରୀ ବ୍ରହ୍ମାନନ୍ଦ ସାହୁ , ବନପାଳ ଶ୍ରୀ ପି . ଭେଙ୍କଟରମନ , ଶ୍ରୀ ସନ୍ତୋଷ କୁମାର ପରିଚ୍ଛା , ବନରକ୍ଷୀ ଶ୍ରୀ ପ୍ରସାଦ ନାୟକ ଏବଂ ସମସ୍ତ ଜଙ୍ଗଲ ସୁରକ୍ଷା ବାହିନୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.