କଟକ ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ବଭାର ଗ୍ରହଣ କଲେ ଦତ୍ତାତ୍ରୟ ଭାଉସାହେବ ଶିଯେ

5

କଟକ ତା ୧୨.୦୮.୨୦୨୪ ରିଖ – କଟକ ଜିଲ୍ଲାର ନୂତନ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଭାବେ ୨୦୧୬ ବ୍ୟାଚ୍‌ର ଭାରତୀୟ ପ୍ରଶାସନିକ ସେବା ଅଧୁକାରୀ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିଯେ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି । ଏହି ଅବସରରେ ଜିଲ୍ଲାର ସମସ୍ତ ବରିଷ୍ଠ ଅଧିକାରୀଙ୍କ ସମେତ ବିଭାଗୀୟ ଅଧୁକାରୀ ଓ କର୍ମଚାରୀ ନୂତନ ଜିଲ୍ଲାପାଳଙ୍କୁ ସାକ୍ଷାତପୂର୍ବକ ଶୁଭେଚ୍ଛା ଜଣାଇଛନ୍ତି । ବିଧ ମୁତାବକ ବିକାଶମୂଳକ ତଥା ଜନକଲ୍ୟାଣମୂଳକ ପ୍ରଶାସନର ଧାରାକୁ ଆଗେଇ ନେବା ଦିଗରେ ପ୍ରୟାସ ଜାରି ରହିବ ବୋଲି ନୂତନ ଜିଲ୍ଲାପାଳ ଶ୍ରୀ ଶିନ୍ଦେ ମତ ଦେଇଛନ୍ତି । ଜନସାଧାରଣଙ୍କ ନିକଟରେ ସରକାରଙ୍କ ସେବା ପହଂଚାଇବା ପ୍ରଶାସନର ପ୍ରାଥମିକତା । ଆଧୁନିକ ଜ୍ଞାନକୌଶଳ ସହ ତାଳ ଦେଇ ନିଜକୁ ଅଧୁନାତନ କରିବା ଏବଂ ତ୍ବରିତ ବେଗରେ ଜନସାଧାରଣଙ୍କ ସମସ୍ୟାର ସମାଧାନ କରି ସେମାନଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବା ଦିଗରେ କାର୍ଯ୍ୟ କରିବାକୁ ଶ୍ରୀ ଶିନ୍ଦେ ପରାମର୍ଶ ଦେଇଛନ୍ତି । କଟକ ଜିଲ୍ଲାପାଳ ଭାବେ ଯୋଗ ଦେବା ପୂର୍ବରୁ ଶ୍ରୀ ଶିନ୍ଦେ ମୟୂରଭଞ୍ଜ ଓ ବାଲେଶ୍ବର ଜିଲ୍ଲାର ଜିଲ୍ଲାପାଳ ଭାବେ କାର୍ଯ୍ୟ କରି ଅନେକ ସଫଳତା ସାଉଁଟିଛନ୍ତି ।

Leave A Reply

Your email address will not be published.