ଭୁବନେଶ୍ବର: ଭୁବନେଶ୍ବରର ନୟାପଲ୍ଲୀ ସ୍ଥିତ ନୂଆ ସାହିର ବାସିନ୍ଦା ସ୍ଵର୍ଗତଃ ଆର୍ ସୋମନାଥଙ୍କ ପାର୍ଥିବ ଶରୀର ସ୍ଥାନାନ୍ତରଣରେ ସହଯୋଗର ହାତ ବଢାଇଛନ୍ତି ଅଗ୍ରଣୀ ସମାଜସେବୀ ସଂଘ ଜୟ ଓଡ଼ିଶା। ଆର୍ ସୋମନାଥ ଥିଲେ ପେସାରେ ଜଣେ ଦିନ ମଜୁରିଆ ତଥା ତାଙ୍କ ପୁତ୍ର ରାସ୍ତାକଡ଼ରେ ମୋଚି ଭାବେ କାମ କରି ପରିବାର ପ୍ରତିପୋଷଣ କରୁଥିଲେ। ସୋମନାଥ ପୂର୍ବରୁ ଟିବି ରୋଗରେ ଆକ୍ରାନ୍ତ ଥିବାବେଳେ ଶନିବାର ସକାଳେ ତାଙ୍କର ଅକାଳ ବିୟୋଗ ଘଟିଥିଲା। ଆର୍ଥିକ ପରିସ୍ଥିତି ଠିକ୍ ନଥିବାରୁ ତାଙ୍କ ସହଯୋଗ ନିମନ୍ତେ ଅଞ୍ଚଳର ଜଣେ ସମାଜସେବୀ ଦେବବ୍ରତ ମହାନ୍ତି ଜୟ ଓଡ଼ିଶାର ସଭାପତି ଶ୍ରୀ ରୁଦ୍ର ସାମନ୍ତରାୟ ଙ୍କୁ ଯୋଗାଯୋଗ କରିଥିଲେ। ରୁଦ୍ର ସଙ୍ଗେ ସଙ୍ଗେ ତାଙ୍କ ଦ୍ଵାରା ପରିଚାଳିତ ଜୟ ଓଡ଼ିଶାର ଶେଷସାଥୀ ସ୍ଵର୍ଗରଥ ବ୍ୟବସ୍ଥା କରାଇ ସୋମନାଥଙ୍କ ମୃତ ଶରୀର କୁ ତାଙ୍କ ବାସଭବନରୁ ଶ୍ମଶାନକୁ କରାଇଥିଲେ। ଏହାସହ ରୁଦ୍ର ତାଙ୍କ ବାସଭବନକୁ ଯାଇ ପାର୍ଥିବ ଶରୀରର ଶେଷଦର୍ଶନ କରିଥିଲେ ଓ ତାଙ୍କ ପୁତ୍ରକୁ ଭେଟି ସମବେଦନା ଜଣାଇଥିଲେ। ସମୁର୍ଣ୍ଣ ଶେଷକୃତ୍ୟ କାର୍ଯ୍ୟ ସମୟରେ ୱାର୍ଡ ନଂ 39ର କର୍ପୋରେଟର ଶ୍ରୀ ବିଷ୍ଣୁ ପ୍ରସାଦ ସାହୁ ଶ୍ମଶାନରେ ଉପସ୍ଥିତ ରହି ସମସ୍ତ ସହଯୋଗ କରିଥିଲେ।
ଜୟ ଓଡ଼ିଶା ଦ୍ଵାରା ପରିଚାଳିତ ଏହି ସ୍ଵର୍ଗରଥ ଭୁବନେଶ୍ବର ର ଯେକୌଣସି ଅଞ୍ଚଳରୁ ସତ୍ୟ ନଗର ପର୍ଯ୍ୟନ୍ତ ନିଶୁଳ୍କ ସେବା ଯୋଗାଉଛି ଓ ଏହି ସେବା ଉପଲବ୍ଧ କରିବା ନିମନ୍ତେ 9853220023 ନଂ ରେ ଯୋଗାଯୋଗ କରିବାକୁ ହୁଏ।
Sign in
Sign in
Recover your password.
A password will be e-mailed to you.