ଜଗତସିଂହପୁର ରେ ବାଂଲାଦେଶୀ ଅନୁପ୍ରବେଶକାରୀ ଙ୍କ ପ୍ରବେଶ ରେ କଟକଣା ଓ ସମ୍ଭାବ୍ଯ ବନ୍ୟା ପରିସ୍ଥିତି ର ସମୀକ୍ଷା ବୈଠକ

5

ଜଗତସିଂହପୁର, ତା 10.08.24 ରିଖ ସୁମନ୍ତ କୁମାର ଦାସ:  ପୂର୍ବାହ୍ନ ରେ ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟର ସଦ୍ଭାବନା ସଭାଗୃହରେ ନୂତନ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ରେ ବାଂଲାଦେଶୀ ଅନୁପ୍ରବେଶକାରୀ ଙ୍କ ପ୍ରବେଶ ରେ କଟକଣା ଓ ମହାନଦୀ ରେ ସୃଷ୍ଟି ହୋଇଥିବା ସମ୍ଭାବ୍ଯ ବନ୍ୟା ପରିସ୍ଥିତି ସମ୍ପର୍କରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ସମ୍ପ୍ରତି ବାଂଲାଦେଶ ରେ ଉପୁଜିଥିବା ରାଜନୈତିକ ଅସ୍ଥିରତା ଯୋଗୁଁ ଅନେକ ବାଂଲାଦେଶୀ ଦେଶାନ୍ତର ହେଉଛନ୍ତି। ଜିଲ୍ଲା ରେ ଥିବା ବିସ୍ତୃତ ତଟ ରେଖା ଦେଇ ଏହି ବାଂଲାଦେଶୀ ଅନୁପ୍ରବେଶକାରୀ ମାନେ ଜିଲ୍ଲା ଭିତରକୁ ଆସିବାର ସମ୍ଭାବନା ରହିଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଶ୍ରୀ ସୋନାଲ ଜିଲ୍ଲା ବାସୀ ଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ଅନୁପ୍ରବେଶ ରୋକିବା ପାଇଁ ତଟରକ୍ଷୀବାହିନୀ,ଓଡିଶା ମେରାଇନ ପୋଲିସ ମାନେ ସଜାଗ ରହିଛନ୍ତି।ବି ଡି ଓ ମାନେ ସରପଞ୍ଚ ଙ୍କ ମାଧ୍ୟମରେ ସମୁଦ୍ରକୁଳିଆ ଗ୍ରାମ ମାନଙ୍କରେ ନୂଆ ଲୋକ ବା ଅନୁପ୍ରବେଶକାରି ଆସିଲେ ପୋଲିସ ଏବଂ ପ୍ରଶାସନ କୁ ଜଣେଇବାକୁ ପରାମର୍ଶ ଦେଇଥିଲେ।ଏହାପରେ ସେ ମହାନଦୀ ରେ ସୃଷ୍ଟି ହୋଇଥିବା ସମ୍ଭାବ୍ଯ ବନ୍ୟା ପରିସ୍ଥିତି ସମ୍ପର୍କରେ ଜିଲ୍ଲା ର ବରିଷ୍ଠ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ। ହୀରାକୁଦରେ ଏ ବର୍ଷ ର ପ୍ରଥମ ବନ୍ୟା ଜଳ ନିଷ୍କାସନ ହୋଇସାରିଛି ତେଣୁ ଜିଲ୍ଲା ରେ ସମ୍ଭାବ୍ଯ ବନ୍ୟା ନିମନ୍ତେ ବ୍ୟାପକ ପ୍ରସ୍ତୁତି ସମ୍ପର୍କରେ ସେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ୍ କୁମାର ରାଉତ ଙ୍କ ଠାରୁ ପଚାରି ବୁଝିଥିଲେ। କୌଣସି ଅଭାବନୀୟ ପରିସ୍ଥିତି ଉପୁଜିଲେ ତାର ସମାଧାନ ନିମନ୍ତେ ଆବଶ୍ୟକୀୟ ସଂସାଧନ, ଯେପରି କି, ପଲିଥିନ୍, ଶୁଖିଲା ଖାଦ୍ୟ, ଆସ୍କା ଲାଇଟ୍, ବୋଟ୍ ଆଦି ର ଉପଲବ୍ଧତା ଓ ରିଲିଫ୍ ସେଣ୍ଟର ର ଅବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ଏପରି ସ୍ଥିତିରେ କେବଳ ପ୍ରଶାସନିକ ଅଧିକାରୀ ନୁହଁ ବରଂ ସମସ୍ତ ଜିଲ୍ଲାବାସୀ ନିଜର ମାନବିକତା ଦୃଷ୍ଟିକୋଣରୁ ସହଯୋଗ ର ହାତ ବଢାଇବାକୁ ସେ ଆଶା ପୋଷଣ କରିଥିଲେ। ବନ୍ୟା ଆଶ୍ରୟସ୍ଥଳୀ ଗୁଡିକ ର ସ୍ଥିତି ତଦାରଖ କରି ସେଠାରେ ଆବଶ୍ୟକୀୟ ମୌଳିକ ସୁବିଧାସୁଯୋଗ ର ରିପୋର୍ଟ ପ୍ରସ୍ତୁତି ଓ କାର୍ଯ୍ୟାନୁଷ୍ଠାନ ପାଇଁ ସେ ସମସ୍ତ ବିଡିଓ ତହସିଲଦାର ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବନ୍ୟା ପରିସ୍ଥିତି ଉପୁଜିଲେ ତୁରନ୍ତ ସମୟ ପୂର୍ବରୁ ଜନସାଧାରଣ ଙ୍କୁ ବିପଦ ମୁକ୍ତ ସ୍ଥାନ କୁ ସ୍ଥାନାନ୍ତରିତ କରିବା, ସଚେତନତା ବାର୍ତ୍ତା ପ୍ରଚାର କରିବା ପାଇଁ ସେ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ବୈଠକରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ରାହୁଲ ପି ଆର୍, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ୍ କୁମାର ରାଉତ, ଅତିରିକ୍ତ ଜିଲ୍ଲାପାଳ(ପାରାଦ୍ୱୀପ) ଶ୍ରୀ ଲଲିତ ମୋହନ ବେହେରା, ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରବି ନାରାୟଣ ଜେଠୀ,ଉପ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ,କୋଷ୍ଟ ଗାର୍ଡ ର ଡେପୁଟି କମାଣ୍ଡର, ତହସିଲଦାର, ବିଡ଼ିଓ , ଓଡ୍ରାଫ୍, ର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି ଜିଲ୍ଲାପାଳ ଙ୍କୁ ସମସ୍ତ ଆବଶ୍ୟକୀୟ ସୂଚନା ପ୍ରଦାନ କରିଥିଲେ। ଶେଷରେ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଜିଲ୍ଲା ର ଉତ୍ତରୋତ୍ତର ଉନ୍ନତି ନିମନ୍ତେ ସମସ୍ତଙ୍କ ର ସହଯୋଗ କାମନା କରିବା ସହ ଧନ୍ୟବାଦ ଜଣାଇଥିଲେ।

Leave A Reply

Your email address will not be published.