“ହର ଘର ତିରଙ୍ଗା” ଅଭିଯାନ ବ୍ୟାପକ କରିବାକୁ ଉନ୍ନୟନ କମିଶନରଙ୍କ ଅଧ୍ଯକ୍ଷତାରେ ବୈଠକ

6
  • ବିଭିନ୍ନ ପ୍ରସ୍ତୁତି ନେଇ ଜିଲ୍ଲାପାଳମାନଙ୍କ ସହିତ ଆଲୋଚନା

  • ଏକତା ଏବଂ ଦେଶଭକ୍ତିର ଗଭୀର ଭାବନାକୁ ପ୍ରେରିତ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ।

ଭୁବନେଶ୍ବର: “ହର ଘର ତିରଙ୍ଗା” (ପ୍ରତ୍ୟେକ ଘରେ ତ୍ରିରଙ୍ଗା) ଅଭିଯାନକୁ ବ୍ୟାପକ କରିବାକୁ ଆଜି ପୂର୍ବାହ୍ନରେ ଏକ ବୈଠକ ଲୋକ କସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପଞ୍ଚାୟତିରାଜ ପାନୀୟଜଳ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସୁଶୀଲ କୁମାର ଲୋହାନୀ, ଗ୍ରାମ୍ୟ ଉନ୍ନୟନ, ସୂଚନା ଓ ଲୋକସଂପର୍କ ବିଭାଗ ପ୍ରମୁଖ ଶାସ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ସୂଚନା ଓ ଲୋକସଂପର୍କ ବିଭାଗ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ଆଦିର ନିର୍ଦ୍ଦେଶକ ଓ ଅନ୍ୟ ସମ୍ପୃକ୍ତ ବିଭାଗର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥୂବ ବେଳେ ସମସ୍ତ ଜିଲ୍ଲାର ଲ୍ଲାର ଜିଲ୍ଲାପାଳମାନେ ଆଭାସୀ ବ୍ୟବସ୍ଥା ମାଧ୍ଯମରେ ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଏହି ଅଭିଯାନକୁ ବ୍ୟାପକ ଓ ଭଲ ଭାବରେ ଅନୁଷ୍ଠିତ ହେବା ନେଇ ଉନ୍ନୟନ କମିଶନର ସମସ୍ତଙ୍କ ସହଯୋଗ କାମନା କରିଥିଲେ ।
Image“ହର ଘର ତିରଙ୍ଗା” ଅଭିଯାନ, ଘରେ ଘରେ ଜାତୀୟ ପତାକା ତ୍ରିରଙ୍ଗା ଉତ୍ତୋଳନ କରିବା ସହ ଏଥିରେ ସମସ୍ତେ ସାମିଲ ମିଲ ହୋଇ ଦେଶର ଏକତା ଓ ଦେଶଭକ୍ତି ଭାବନକୁ ଉତ୍ସାହିତ କରିବା ପାଇଁ ଉଦ୍ଦିଷ୍ଟ । ଏହି ଅଭିଯାନ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ, ସୂଚନା ଓ ଲୋକସଂପର୍କ ବିଭାଗ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ, ଗୃହ ନିର୍ମାଣ ଓ ନଗର ରନ୍ନୟନ ବିଭାଗ,ମିଶନ ଶକ୍ତି ବିଭାଗ ଆଦି ସହଯୋଗରେ କରାଯାଇଛି । ଏହି ଅଭିଯାନରେ ପ୍ରମୁଖ କାର୍ଯ୍ୟକ୍ରମ ତ୍ରିରଙ୍ଗା ଯାତ୍ରା, ତ୍ରିରଙ୍ଗା ଶୋଭାଯାତ୍ରା, ତ୍ରିରଙ୍ଗା ଗଣ ଦୌଡ, ତ୍ରିରଙ୍ଗା ସଙ୍ଗୀତ ସମାରୋହ, ତ୍ରିରଙ୍ଗା ଶପଥ, ତ୍ରିରଙ୍ଗା ସେଲଫି, ସମ୍ବର୍ଦ୍ଧନା, ତ୍ରିରଙ୍ଗା କାନଭାସ, ତ୍ରିରଙ୍ଗା ମେଳା ଇତ୍ୟାଦି କାର୍ଯ୍ୟକ୍ରମ ଆଦି ରହିଛି । ଏ ସଂପର୍କରେ ଜିଲ୍ଲାପାଳମାନଙ୍କ ସହିତ ଆଲୋଚନା ସହ ମତାମତ ଗ୍ରହଣ ପୂର୍ବକ ଆବଶ୍ୟକ ପରାମର୍ଶ ଦିଆଯାଇଥୁଲ ଥୁଲା । ତଥା ଜିଲ୍ଲାରେ ହର ଘର ତିରଙ୍ଗା ଅଭିଯାନକୁ ବ୍ୟାପକ କରିବାକୁ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ବ୍ୟାପକ ପ୍ରଚାର ପ୍ରସାର କରାଯିବା ନେଇ ବ୍ୟବସ୍ଥା ଗ୍ରହଣ କରାଯାଇଛି ।
Imageଏହି ଅଭିଯାନରେ ରାଜ୍ୟରେ ଅଗଷ୍ଟ ୧୩ ତାରିଖରେ ଜିଲ୍ଲାସ୍ତରରେ ତ୍ରିରଙ୍ଗା ଯାତ୍ରା ଶୋଭାଯାତ୍ରା ଅନୁଷ୍ଠିତ ହେବ । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀମାନେ ଜିଲ୍ଲାପାଳଙ୍କ ତତ୍ତ୍ୱାବଧାନରେ ଅନ୍ୟ ଜିଲ୍ଲାସ୍ତରୀୟ ବିଭାଗ ଓ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାର ସହଯୋଗରେ ପ୍ରସ୍ତୁତି କରିବେ । ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଦ୍ବାରା ପ୍ରସ୍ତୁତ ତ୍ରିରଙ୍ଗା ସଙ୍ଗୀତ ସମସ୍ତ ସମାରୋହରେ ପରିବେଷଣ କରାଯିବ । ରାଜ୍ୟସ୍ତରୀୟ ତ୍ରିରଙ୍ଗା ସଙ୍ଗୀତ ସମାରୋହ ଜୟଦେବ ଭବନଠାରେ ଅନୁଷ୍ଠିତ ହେବ । ଅଗଷ୍ଟ ୧୩ ରୁ ୧୫ ତାରିଖ ମଧ୍ୟରେ ଜିଲ୍ଲାର ସମସ୍ତ ପ୍ରମୁଖ କାର୍ଯ୍ୟକ୍ରମରେ ତ୍ରିରଙ୍ଗା ଶପଥ ପାଠ ଅନୁଷ୍ଠିତ ହେବ । ସବୁଠି ଓଡ଼ିଆ ଭାଷାରେ ତ୍ରିରଙ୍ଗା ଶପଥ ନିଆଯିବ । ବିଭିନ୍ନ ସ୍ଥାନରେ ହେବାକୁ ଥିବା ତ୍ରିରଙ୍ଗା ସଙ୍ଗୀତ ସମାରୋହ ଆରମ୍ଭରୁ ମଧ୍ୟ ଶପଥ ପାଠ କରାଯିବା ପାଇଁ ପରାମର୍ଶ ଦିଆଯାଇଛି । ତ୍ରିରଙ୍ଗା ସଙ୍ଗୀତ ସମାରୋହ ସ୍ଥଳରେ ନିର୍ଦ୍ଦିଷ୍ଟ ଆକାରର ଫ୍ରେମ୍ ପ୍ରସ୍ତୁତି କରାଯାଇ ସେଲଫି ପଏଣ୍ଟ କରାଯିବ । ଜନସାଧାରଣଙ୍କୁ ସେଲଫି ଉଠାଇ www.harghartiranga.com ରେ ଅପଲୋଡ କରିବାକୁ ଉତ୍ସାହିତ କରାଯିବ । ସେହିପରି ଜନସାଧାରଣ ମଧ୍ଯ ନିଜ ନିଜ ବାସଗୃହମାନଙ୍କରେ ଜାତୀୟ ପତାକା ଉତ୍ତୋଳନ କରି ସେଲଫି ଉଠାଇ ଉପରୋକ୍ତ ପୋର୍ଟାଲରେ ଅପଲୋଡ କରିପାରିବେ । ବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ଅଧିକ ସଂଖ୍ୟକ ଛାତ୍ରଛାତ୍ରୀଙ୍କ ଯୋଗଦାନ, ସ୍ଥାନୀୟ ନେତୃବୃନ୍ଦଙ୍କ ଅଂଶଗ୍ରହଣ ସମେତ ବ୍ଳକ ଓ ପଂଚାୟତ ସ୍ତରରେ ତ୍ରିରଙ୍ଗା ଯାତ୍ରା, ତ୍ରିରଙ୍ଗା ଶୋଭାଯାତ୍ରା, ତ୍ରିରଙ୍ଗା ଗଣଦୌଡ ଓ ମାରାଥନ ଆୟୋଜନ ଭଳି ବିଭିନ୍ନ କାର୍ଯ୍ୟକ୍ରମ କିପରି କରାଯିବ, ସଂପର୍କରେ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ତରଫରୁ ସମସ୍ତ ଜିଲ୍ଲା ତଥା ବ୍ଳକକୁ ଦିଆଯାଇ ନିର୍ଦ୍ଦେଶ ଅନୁସାରେ ପ୍ରସ୍ତୁତି ସଂପର୍କରେ ଆଲୋଚନା କରାଯାଇଥିଲା ।

Leave A Reply

Your email address will not be published.