ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ୱାଧୀନତାର ୭୮ତମ ବର୍ଷ ପାଳନ ଅବସରରେ ଅମୃତ ମହୋତ୍ସବ ପାଳନ ପୂର୍ତ୍ତି ଅବସରରେ ଆସନ୍ତା ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ସାରା ଦେଶରେ ପାଳନ କରିବା ନିମନ୍ତେ କେନ୍ଦ୍ର ସରକାର ନିଷ୍ପତି ନେଇଛନ୍ତି।
ଏହି ଅବସରରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଗଜପତି ଜିଲ୍ଲାରେ ଆଡମ୍ବର ସହକାରେ ପାଳନ ନିମନ୍ତେ ଆଜି ( ଶୁକ୍ରବାର) ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଆବାସି ମାଧ୍ଯମରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାର ସମସ୍ତ ଗ୍ରାମ ପଞ୍ଚାୟତ , ବ୍ଲକ୍ , କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ପାରଳାଖେମୁଣ୍ଡି ପୌର ପରିଷଦ ରେ ପାଳିତ ହେବ “ହର ଘର ତ୍ରିରଙ୍ଗା” କାର୍ଯ୍ୟକ୍ରମ । ଗଜପତି ଜିଲ୍ଲାରେ ଏହି କାର୍ଯ୍ୟକ୍ରମଟିକୁ ବ୍ୟାପକ ଆକାରରେ ପାଳନ କରିବା ସକାଶେ ଜିଲ୍ଲାପାଳ ସମସ୍ତ ଲାଇନ୍ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇଥିଲେ ଯେ , ଭାରତର ସ୍ବାଧୀନତା ଉପଲକ୍ଷେ ଜାତୀୟ ପତାକା ଉତ୍ତୋଳନ କରିବାକୁ ଲୋକଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ ଘରେ ଜାତୀୟ ପତାକା ଉତ୍ତୋଳନ କରି ଦେଶପ୍ରିତି ଜାଗ୍ରତ କରାଇବା । ଏହି କାର୍ଯ୍ୟକ୍ରମ ଗଜପତି ଜିଲ୍ଲାର ସମସ୍ତ ଅଞ୍ଚଳରେ କିଭଳି ବ୍ୟାପକ ଭାବେ ପାଳନ ହେବ ସେଥି ସକାଶେ ସରକାରଙ୍କ ପ୍ରଦତ୍ତ ମାର୍ଗ ଦର୍ଶିକା ଅନୁପାଳନ କରିବାକୁ ଜଣାଇଥିଲେ। ଜିଲ୍ଲାର ସ୍ବୟଂ ସହାୟିକା ମହିଳା ମାନଙ୍କ ଦ୍ବାରା ୧୧ ତାରିଖ ମଧ୍ୟରେ ୯୦ ହଜାର ତ୍ରିରଙ୍ଗା ପତାକା ବଣ୍ଟା ଯିବ। ସମସ୍ତ ବ୍ଲକ୍ ରେ ପତାକା ଯୋଗାଇ ଦିଆଯିବ।
ଜିଲ୍ଲାର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ପୌରପାଳିକା ନିର୍ବାହୀ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ପତାକା ବଣ୍ଟନ କରାଯିବ। ଜନସାଧାରଣଙ୍କ ହୃଦୟରେ ଜାତୀୟ ଭାବନା ଉଦ୍ରେକ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ କରିବାକୁ ଜିଲ୍ଲାପାଳ ଅବଗତ କରାଇଥିଲେ। ତ୍ରିରଙ୍ଗା ଯାତ୍ରା , ତ୍ରିରଙ୍ଗା ରାଲି , ତ୍ରିରଙ୍ଗା ଦୌଡ , ତ୍ରିରଙ୍ଗା ଦସ୍ତଖତ ସଂଗ୍ରହ , ତ୍ରିରଙ୍ଗା ଶପଥ ପାଠ , ତ୍ରିରଙ୍ଗା ସେଲ୍ଫି , ତ୍ରିରଙ୍ଗା ସମ୍ମାନ , ତ୍ରିରଙ୍ଗା ମେଳା ପ୍ରଭୃତି ସଠିକ ଭାବେ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଏହି ବୈଠକରେ ଜିଲ୍ଲା ମୁଖ୍ଯ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼.ଗୁଣନିଧି ନାୟକ , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜ , ଜିଲ୍ଲା ଶିକ୍ଷା ଅଧିକାରୀ ଡ଼.ମାୟାଧର ସାହୁ , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରଦୀପ୍ତ ଗୁରୁମାଇ , ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ , ଜିଲ୍ଲା ମଙ୍ଗଳ ଅଧିକାରୀ ମମତା ପାଢ଼ୀ , ଜିଲ୍ଲା ପ୍ରକଳ୍ପ ସଂଯୋଜକ , ମିଶନ୍ ଶକ୍ତି ଟିମନ ବାରା , ମନସ୍ମିତା ପାତ୍ର ସମେତ ବିଭିନ୍ନ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.