ବାଇକ ଦୁର୍ଘଟଣାରେ ଆହତଙ୍କୁ ମେଡିକାଲରେ ଭର୍ତ୍ତି କଲେ ନବରଙ୍ଗପୁର ବିଧାୟକ ଗୌରୀ ମାଝୀ

5

 ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୦୯/୦୮/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଝରିଗୁଡା ନିକଟ ଜଙ୍ଗଲ ରେ ଆଜି ସନ୍ଧ୍ୟା ପ୍ରାୟ ୭ ଘଣ୍ଟ ସମୟରେ ଏକ ବାଇକ ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ତେବେ ଦୁର୍ଘଟଣା ଗ୍ରସ୍ତ ହୋଇ ରାସ୍ତା କଡ଼ରେ ଅସହାୟ ହୋଇ ପଡ଼ିଥିବା ଦୁଇ ଜଣଙ୍କୁ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ଉଦ୍ଧାର କରିବା ସହ ଏମ୍ବୁଳାନ୍ସ ଯୋଗେ ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ମାନବିୟତା ଦେଖାଇ ଛନ୍ତି। ସୂଚନା ଅନୁଯାଇ ଆଜି ଉମରକୋଟ ଠାରେ ବିଶ୍ଵ ଆଦିବାସୀ ଦିବସ ରେ ଯୋଗ ଦେବାକୁ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ଯାଇଥିଲେ। କାର୍ଯ୍ୟକ୍ରମ ସମାପ୍ତ ପରେ ରାତ୍ର ୭ ଘଣ୍ଟ ସମୟ ରେ ବିଧାୟକ ଗୌରୀ ମାଝୀ ଉମରକୋଟ ରୁ ନବରଙ୍ଗପୁର ଫେରୁଥିଲେ। ତେବେ ଡାବୁଗାଁ ଥାନା ଅନ୍ତର୍ଗତ ମାନୀଗାଁ ପଞ୍ଚାୟତ ନୂଆ ଗୁଡା ଗ୍ରାମ ର ମନ ଧର ଭତରା (୪୫) ଓ ପର୍ଶୁରାମ ଭତରା (୨୫) ଏକ ବାଇକ୍ ରେ ଉମରକୋଟ ରେ ବିଶ୍ଵ ଆଦିବାସୀ ଦିବସ ରେ ଯୋଗ ଦେଇ ନିଜ ଗ୍ରାମ ନୂଆ ଗୁଡା କୁ ଫେରୁଥିବା ବାଟରେ ଡାବୁଗାଁ ଥାନା ଅନ୍ତର୍ଗତ ଝରିଗୁଡ଼ା ଜଙ୍ଗଲ ନିକଟରେ ବାଇକ୍ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଥିଲା।

ଏଥିରେ ମନ ଧର ଭତରା ଗୁରୁତର ଆହତ ହୋଇଥିବା ବେଳେ ପର୍ଶୁରାମ ଭତରା ଆହତ ହୋଇ ରାସ୍ତା କଡ଼ରେ ଛିଟିକି ପଡ଼ିଥିଲେ। ଦୁହେଁ ଅସହାୟ ଅବସ୍ଥାରେ ରାସ୍ତା ଉପରେ ପଡ଼ିଥିବା ବେଳେ ଉମରକୋଟ ରୁ ନବରଙ୍ଗପୁର ଫେରୁଥିବା ବିଧାୟକ ଗୌରୀ ଶଙ୍କର ମାଝୀ ରାସ୍ତା କଡ଼ରୁ ଦୁହିଁଙ୍କୁ ଉଦ୍ଧାର କରି ତୁରନ୍ତ ଅଗ୍ନିଶମ ବିଭାଗ ଓ ଏମ୍ବୁଲାନ୍ସ କୁ ଫୋନ କରିଥିଲେ। ଏବଂ ଆଶୁ ଆରୋଗ୍ୟକାମନା କରିଥିଲେ। ଅଗ୍ନିଶମ କର୍ମଚାରୀ ତୁରନ୍ତ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଦୁହି ଆହତ ଙ୍କୁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଗୁରୁତର ମନ ଧର ଭତରା ଙ୍କୁ ଜିଲ୍ଲା ମୁଖ୍ୟ ସରକାରୀ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ତେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ମାନବିକତା ଦେଖାଇ ଦୁଇ ଆହତ ଙ୍କୁ ଉଦ୍ଧାର କରିବା ପରେ ସାଧାରଣରେ ତାଙ୍କୁ ଉଚ୍ଚ ପ୍ରଶଂସା କରାଯାଇଛି।

Leave A Reply

Your email address will not be published.