(ଶାସକ ପ୍ରଶାସକ/ ଖଲ୍ଲିକୋଟ ରୁ ଶିବରାମ ଜେନା ଙ୍କ ରିପୋର୍ଟ): ମୋ ଗାଁ ଖଲ୍ଲିକୋଟ ବୋଲି କହିଲେ ଛାତିଟା କୁଣ୍ଡେ ମୋଟ ହୋଇ ଥିବା ବେଳେ ଏବେ ଏଠାକାର ଏନ୍ ଏ ସି ଅନ୍ତର୍ଗତ ଫୁଲ ଝର ଵିତରେ ଥିବା ଓମ୍ ଶାନ୍ତି ନଗର ୱାର୍ଡ ନଂ -୪ ର ରାସ୍ତା ର ଅବସ୍ଥା ଶୋଚନୀୟ ହୋଇ ଥିବା ଜଣାପଡ଼ିଛି। ଦୀର୍ଘ ୨୨/୨୩ ବର୍ଷ ହେବ ଏ ସାହି ରେ ପ୍ରାୟ ୩୦ରୁ ୪୦ ଘର ଆଗ ପଛ ହୋଇ ତିଆରି ଥିବା ବେଳେ ଏବେ ସୁଦ୍ଧା ଏଠି ମାଟି ସୋଲେ ପଡି ପାରିନାହିଁ । ଏନ୍ ଏ ସି ରୋଡ଼ ହସ୍ତାନ୍ତର କରାଯାଇଛି ଆଜକୁ ପ୍ରାୟ ଦେଢ ବର୍ଷ ହେଲା।
ବାରମ୍ବାର ଏହାକୁ ଭିତ୍ତି କରି ନିୟୃଜ୍ ବାହାରି ଵାର ପରିଲକ୍ଷିତ ହୋଇଛି । ତଥାପି ପ୍ରଶାସକ ମାନଙ୍କ ପାଇଁ ଫରକ୍ ପଡୁନାହିଁ । ଶେଷରେ ଏଠାକାର ଜନସାଧାରଣ ଙ୍କ ମନରେ ନୈରାଶ ରଛାୟା ଆଚ୍ଛାଦିତ ହୋଇ ଥିବା ବେଳେ,
ଏନ୍ ଏ ସି ରେ ରୋଡ ତିଆରି ପାଇଁ ଫଣ୍ଡସ୍ ନାହିଁ ବୋଲି ଅଧିକାରୀ ପ୍ରକାଶ କରିଛନ୍ତି।
ଏଠାକାର ଜନସାଧାରଣ ରାସ୍ତା ପାଇଁ ବାରମ୍ବାର ଦରଖାସ୍ତ ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ପଦେକ୍ଷପ ନିଆଯାଇନଥିବା ଜଣାପଡିଛି। ଖଲ୍ଲିକୋଟ ର ପ୍ରତ୍ୟେକ ୱାର୍ଡରେ ଫେବର ପଡିଛି । ମାତ୍ର ଓମ୍ ଶାନ୍ତି ନଗର ରାସ୍ତା ପ୍ରତି କାହାର ନଜରକୁ ଆସିଲା ଭଳି ମନେହୁଏ ନାହିଁ। ଏ ପରିପ୍ରେକ୍ଷି ରେ କହିବାକୁ ଗଲେ ଓମ୍ ଶାନ୍ତି ନଗର ପ୍ରତି ବୈମାତୃକ ମନୋଭାବ ପୋଷଣ କରି ଵାର ସାମ୍ନା କୁ ଆସିଛି। ଆଗାମୀ ଦିନରେ ଯଦି କୌଣସି ପଦେକ୍ଷପ ନ ନିଆଯିବ, ତାହା ହେଲେ ଓମ ଶାନ୍ତି ନଗର ଵାସୀ ରାଜ ରାସ୍ତା କୁ ଓହ୍ଲାଇବେ ବୋଲି ମତବ୍ୟକ୍ତ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.