ଡ଼ିୟୁଜେ ନିର୍ବାଚନ ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ଉଠାଇଲେ ସାମ୍ବାଦିକ 

0

ଟିଟିଲାଗଡ଼,(ସୁନୀଲ ବେହେରା) ଟିଟିଲାଗଡ଼ କଲ୍ୟାଣମଣ୍ଡପ ଠାରେ ଓୟୁଜେର ଜିଲ୍ଲା ଶାଖା ଡ଼ିୟୁଜେର ନୂତନ କର୍ମକର୍ତ୍ତା ନିର୍ବାଚନ ସମାପ୍ତ ହୋଇଯାଇଛି । ନିର୍ବାଚନ ନିୟମ ଅନୁଯାୟୀ ପ୍ରଥମେ ସାଧାରଣ ସଭାରେ ନିର୍ବାଚନ ଅଧିକାରୀ  ଚୟନ କରିବା କଥା  । ପ୍ରସ୍ତାବ ଅନୁଯାୟୀ ନାମାଙ୍କନ ପତ୍ର କେଉଁଠି ଦାଖଲ କରାଯିବ ସ୍ଥାନ ନିରୁପଣ ଓ ସମୟ ନିର୍ଦ୍ଧାରଣ କରିବାର ନିୟମ ରହିଛି  । ବାଇ ଲ ଅନୁଯାୟୀ ଜଣେ ସଭ୍ୟ ଲଗାତାର ଦୁଇଥର ସଭାପତି ହୋଇପାରିବ, ତୃତୀୟ ଥର ପାଇଁ ନୁହେଁ । ବଲାଙ୍ଗିର ଡ଼ିୟୁଜେ ନିର୍ବାଚନରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ପାଟଣାଗଡ଼ଠାରେ ଏକ୍ଜିକୁ୍ୟଟିଭ ସଦସ୍ୟକୁ ନେଇ ଏକ ସଭା ଆୟୋଜନ କରାଯାଇଥିଲା । ସଭାପତିଙ୍କ କହିବା ହିସାବରେ କୁଆଡେ଼ ନିର୍ବାଚନ ଓ ନାମାଙ୍କନ ପତ୍ର ଦାଖଲ ଗତ ତା.୧୦.୧୨.୧୮ରଖି ସମୟ ନିର୍ଦ୍ଧାରଣ କରାଯାଇଥିଲା । ଯାହାକି ଗଣତାନ୍ତ୍ରିକ ପଦ୍ଧତିର ସୀମା ଉଲଂଘନ କରୁଛି । ଯେଉଁ ସଭ୍ୟମାନଙ୍କୁ ନେଇ ପାଟଣାଗଡ଼ଠାରେ ସଭା ଆୟୋଜନ କରାଯାଇଥିଲା, ପ୍ରାୟ ସଭ୍ୟ ଏଭଳି ପ୍ରସଙ୍ଗ ଚର୍ଚ୍ଚା ହୋଇନଥିବା ଦର୍ଶାଇ ଥିଲେ  । ଗତ ତା.୭.୧୨.୧୮ରିଖ ଦିନ ସଭ୍ୟଙ୍କ ସଦସ୍ୟତା ନବୀକରଣ ପାଇଁ କୁହାଯାଇ ଥିବାବେଳେ,କେଉଁଠି ହେବ ସ୍ଥାନ ନିରୁପଣ ମଧ୍ୟ ହୋଇନଥିଲା  । ଏଣୁ ଅଧିକାଂଶ ସଭ୍ୟ ସଦସ୍ୟ ନବୀକରଣ ୧୨.୧୨.୨୦୧୮ରେ ଟିଟିଲାଗଡ଼ କଲ୍ୟାଣ ମଣ୍ଡପ ଠାରେ  କରିଥିଲେ । ଆଉ ମଧ୍ୟ ଅନେକ ପୁରୁଣା ସଭ୍ୟମାନଙ୍କ କୈାଣସି ଦୋଷ ଦର୍ଶାନଯାଇ ତାଙ୍କର ସଦସ୍ୟତା ନବୀକରଣ ନ କରିବା ପାଇଁ ଆଦେଶ ଦେଇଥିବା ଏକ ହୀନମନ୍ୟତାର ପରିଚୟ ବୋଲି ଅଭିଯୋଗ ହୋଇଛି । ଚର୍ଚ୍ଚା ଅନୁଯାୟୀ ଏହି  ପୁରୁଣା ସଦସ୍ୟଙ୍କ ସଭ୍ୟ ପଦ ନବୀକରଣ ହେଲେ ସଭାପତିଙ୍କୁ କୁଆଡେ଼ ମହଙ୍ଗା ପଡ଼ିବ ଏଣୁ ଭୟରେ ଗତ ୭.୧୨.୧୮ରିଖ ଦିନ ସଭ୍ୟପଦ ନବୀକରଣ କରି ନଥିଲେ । ଯେତେବେଳ ପର୍ଯନ୍ତ ସଭ୍ୟ ପଦ ସଂପୁର୍ଣ୍ଣ ନବୀକରଣ ନ ହୁଏ ତେବେ ନିର୍ବାଚନ ପ୍ରକ୍ରିୟା ହେଲା କିପରି ବୋଲି ପ୍ରଶ୍ନ ଉଠିବା ସ୍ୱାଭାବିକ? ପ୍ରତିବର୍ଷ ନିର୍ଦ୍ଧାରିତ ଦିନ ଓ ସ୍ଥାନରେ ସଭ୍ୟ ନବୀକରଣ ସହ ମନୋନୟନ କିମ୍ବା ନିର୍ବାଚନ ହୁଏ । କିନ୍ତୁ ଚଳିତ ବର୍ଷ ପଦବୀ ଆଶଙ୍କାରେ ସଭାପତି ମହାଶୟ ନିର୍ଦ୍ଧାରିତ ସମୟ ପୂର୍ବରୁ ସମସ୍ତ କାମ ସାରିଦେଇଥିଲେ ବୋଲି ଅଭିଯୋଗ ହୋଇଛି  । ସଭ୍ୟମାନେ ନିର୍ଦ୍ଧିଷ୍ଟ ସ୍ଥାନ ଜାଣିପାରି ନ ଥିବାରୁ ନାମାଙ୍କନ ପତ୍ର ଦାଖଲ କରି ପାରି ନ ଥିଲେ । ଏଣୁ ସଭାପତି ଓ ସଂପାଦକ ପଦ ନିଦ୍ୱର୍ନ୍ଦ୍ୱରେ ବେନିୟମ ଭାବରେ ନିର୍ବାଚିତ ହୋଇ ନିଜେ ଫୁଳ ମାଲ ପିନ୍ଧି ବାହାବାହା ନେଇଥିଲେ । ସଭାପତି ମହାଶୟ କେଉଁ ଦୈନିକ ଖବର କାଗଜର ସାମ୍ବାଦିକ ସାଧାରଣରେ ସ୍ୱଷ୍ଟ କରିବେ କି? ଆଉ କିଛି ସାମ୍ବାଦିକଙ୍କ କହିବା ଅନୁଯାୟୀ କେଉଁ ସାମ୍ବାଦିକ ସରକାରୀ ବାଳିକା ବିଦ୍ୟାଳୟର ଜାଗାକୁ ଷ୍ଟଲ ବନେଇ ଭଡ଼ା ଲଗେଇଲା ପରେ ବିକ୍ରି କରିଦେଲେ,ଯାହାକି ବର୍ତ୍ତମାନ ଜିଲ୍ଲାପାଳଙ୍କ ଇଜଲାସରେ ବିଚାରାଧୀନ ଅଛି ସଭାପତି ଭାବେ ସ୍ପଷ୍ଟ କରିବେ କରିବେ କି ? ରେଲୱେର ଜମିରେ କେଉଁ ସାମ୍ବାଦିକ ନିଜସ୍ୱ ଗୃହ ନିର୍ମାଣ କରିଥିଲେ ତାହା ବି କହିବେ କି? ଗତ ୨୦୧୬ ଡ଼ିୟୁଜେ ନିର୍ବାଚନ ମଧ୍ୟ ଟିଟିଲାଗଡ଼ କଲ୍ୟାଣମଣ୍ଡପ ଠାରେ ହୋଇଥିଲା । ବର୍ତ୍ତମାନର ସଭାପତି ସେତେବେଲେ ମଧ୍ୟ ସଭାପତି ପଦବିରେ ଥିଲେ । ଓୟୁଜେ ବାଇ-ଲ ଅନୁଯାୟୀ ଦୈନିକ ସମ୍ବାଦ ପତ୍ରର ସାମ୍ବାଦିକ ସଭ୍ୟ ହେବାର ନିୟମ ଅଛି ଓ ନୂତନ ସଭ୍ୟମାନେ ନିର୍ବାଚନରେ ଭାଗ ନେଇପାଇରିବେ ନାହିଁ । କିନ୍ତୁ ଏଥର ନିର୍ବାଚନରେ କି ମହତ ଉଦେ୍ଧଶ୍ୟ ରଖି ବାଇ ଲର ଖୋଲା ଉଲ୍ଲଂଘନ କରାଗଲା ବୋଲି କିଛି ସାମ୍ବାଦିକ ପ୍ରଶ୍ନ କରିଛନ୍ତି  । 

Leave A Reply

Your email address will not be published.