ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ରାୟଗଡ଼ାରେ ଓକିଲ ସଂଘ ତରଫରୁ ବନ୍ଦ ପାଳନ

15

ରାୟଗଡ଼ାରୁ ସରୋଜ କୁମାର ସାହୁ

ପଶ୍ଚିମ ଓଡିଶା ପରେ ଆଜି ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବୀ ନେଇ ଦକ୍ଷିଣ ଓଡ଼ିଶାର ଅଭିବକ୍ତ କୋରାପୁଟ ଜିଲ୍ଲାର ଓକିଲ ମାନଙ୍କ ବନ୍ଦ ଡାକରାରେ ରାୟଗଡ଼ା ଜିଲ୍ଲା ଓକିଲ ସଂଘ ବନ୍ଦ ପାଳନ କରିଛି । ଏହି ବନ୍ଦ ପାଳନରେ ସମ୍ପୂର୍ଣ୍ଣ ରାୟଗଡ଼ା ଜିଲ୍ଲା ଠପ୍ ହୋଇଯାଇଛି । ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ, ସ୍କୁଲ କଲେଜ, ବ୍ୟବସାୟ ପ୍ରତିଷ୍ଠାନ ଓ ଗାଡି ମୋଟର ଚଳାଚଳ ସମ୍ପୂର୍ଣ୍ଣ ମାତ୍ରାରେ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି । ହାଇକୋର୍ଟର ଏକ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ରାୟଗଡ଼ା ଠାରେ ସମସ୍ତ ଆନୁଷଙ୍ଗିକ ସୁବିଧା ରହିଥିବା ସହ ଅଭିବକ୍ତ କୋରାପୁଟ ଜିଲ୍ଲାକୁ ଏହା ସୁବିଧା ହେବା ନେଇ ରାୟଗଡ଼ା ଓକିଲ ସଂଘ ଦାବୀ କରିଛି । ଏପରିକି ତଦନ୍ତ ରିପୋର୍ଟ ମଧ୍ୟ ରାୟଗଡ଼ା ସପେକ୍ଷରେ ରହିଥିବା ବେଳେ ମିଳିତ କ୍ରିୟାନୁଷ୍ଠାନ କମିଟି ଏହାକୁ ସମର୍ଥନ ଜଣାଇଥିବା ଓକିଲ ସଂଘ ପ୍ରକାଶ କରିଛି । ଏହି ବନ୍ଦ ଡାକରାକୁ ଜିଲ୍ଲାର ଗୁଣୁପୁର, ବିଷମକଟକ, ମୁନିଗୁଡା ଓ କାଶୀପୁର ବ୍ଲକରେ ଥିବା ଓକିଲ ସଂଘ ମଧ୍ୟ ସମର୍ଥନ କରିଛନ୍ତି ।

 

Leave A Reply

Your email address will not be published.