ବାଲେଶ୍ୱର(ଉଜ୍ଜ୍ୱଳ କର) ବାଲେଶ୍ୱର ଜିଲ୍ଲା କାର୍ଯ୍ୟାଳୟଠାରେ ଆୟୋଜିତ ମିଳିତ ଜନ ଅଭିଯୋଗ ଶୁଣାଣୀ ଶିିବିରରେ ଚିକିତ୍ସା ନିମନ୍ତେ ଅଭାବୀ ଲୋକଙ୍କୁ ୧ ଲକ୍ଷ ଅର୍ଥରାଶି ପ୍ରଦାନ କରାଯାଇଛି । ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ରାଉତଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ନିଜର ଆପତି ଅଭିଯୋଗ ତଥା ସମସ୍ୟାର ସମାଧାନ ପାଇଁ ଆସିଥିବା ସର୍ବମୋଟ ୧୦୬ଟି ଆବେଦନକାରୀଙ୍କ ମଧ୍ୟରୁ ୬୧ଜଣଙ୍କର ଅଭିଯୋଗ ତତ୍କାଳ ସମାଧାନ କରାଯାଇଥିବା ବେଳେ ସେଥିରୁ ୮ଜଣଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ବିଭିନ୍ନ ରୋଗର ଚିକିତ୍ସା ନିମନ୍ତେ ୯୫ହଜାର ଟଙ୍କା ସାହାଯ୍ୟ ଭାବେ ପ୍ରଦାନ କରାଯାଇଛି ଏବଂ ଜଣଙ୍କୁ ରେଡକ୍ରସ ତରଫଁରୁ ୫ହଜାର ଟଙ୍କା ଦିଆଯାଇଛି । ଅବଶିଷ୍ଟ ୪୫ଗୋଟି ଅଭିଯୋଗର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇ ତା’ର ସମାଧାନ ପାଇଁ ତ୍ୱରିତ ପଦକ୍ଷେପ ନେବାକୁ ସଂପୃକ୍ତ ବିଭାଗର ଅଧିକାରୀମାନଙ୍କୁ ନିଦେ୍ର୍ଧଶ ଦିଆଯାଇଛି । ଆଜିର ଏହି ଅଭିଯୋଗ ଶୁଣାଣୀ ଶିବିରରେ ଅନ୍ୟମାନଙ୍କ ମଧ୍ୟରୁ ପିଡି ଡିଆରଡିଏ ଶ୍ରୀ ତ୍ରିଲୋଚନ ପ୍ରଧାନ, ଉପଜିଲ୍ଲାପାଳ ଶ୍ରୀ ନୀଲୁ ମହାପାତ୍ର, ସିଡିଏମଓ ଡା ବିବେକାନନ୍ଦ ଦାସ ଓ ଅନ୍ୟାନ୍ୟ ସମସ୍ତ ବିଭାଗୀୟ ଜିଲ୍ଲା ଅଧିକାରୀଗଣ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣାଣୀ କରିଥିଲେ ।