ରାଜଧାନୀରେ କୋଶଳ ମହାବନ୍ଦ , ଗର୍ଜିଲା ପଶ୍ଚିମ ଓଡିଶା ଯୁବା ମଞ୍ଚ 

0

ବରଗଡ/ ଭୁବନେଶ୍ୱର :- ଅଲଗା କୋଶଳ ରାଜ୍ୟ ଗଠନ ପାଇଁ ଆଜି ପୁରା ପଶ୍ଚିମ ଓଡିଶା ରେ ବନ୍ଦ ଡାକରା ଦିଆଯାଇଥିଲା । ଏହି ମହାବନ୍ଦ ର ପ୍ରଭାବ ଏକ ପ୍ରକାର ପୁରାପୁରି ଦେଖିବାକୁ ମିଳିଛି । କୋଶଳ ବନ୍ଦ କୁ ସମର୍ଥନ ଜଣାଇ ଆଜି ଭୁବନେଶ୍ୱର ରେ ପଶ୍ଚିମ ଓଡିଶା ଯୁବା ମଞ୍ଚ ତରଫରୁ ଏକ ବିରାଟ ରେଲି ମାଷ୍ଟର କେଣ୍ଟିଂ ଚକରୁ ବାହାରି ଲୋୱାର ପିଏମଜି ପର୍ଯନ୍ତ ଯାଇଥିଲା ।ସେଠାରେ ପହଞ୍ଚିବାପରେ ଆନ୍ଦୋଳନ କାରୀ ମନେ ସନ୍ଧ୍ୟା 4ଟା ପର୍ଯନ୍ତ ଧାରଣା ଦେଇଥିଲେ । 

         ଏ କଥା ରେ ଦ୍ବିମତ ନାହିଁ ଯେ ସରକାର ମାନେ ପଶ୍ଚିମ ଓଡିଶା କୁ ସବୁବେଳେ ଅବହେଳା କରୁଛନ୍ତି । ସ୍ୱାଧୀନତା ପରଠାରୁ ଆଜି ପର୍ଯନ୍ତ ପଶ୍ଚିମ ଓଡିଶା ସବୁବେଳେ ଅବହେଳିତ । ଏହାର ବହୁତ ପ୍ରମାଣ ରହିଛି । ଜନସଂଖ୍ୟା ଓ ଭୌଗଳିକ ସ୍ଥିତି ଦୃଷ୍ଟିରୁ ପଶ୍ଚିମ ଓଡିଶା ପାଇଁ ଜାହାଭି ଆବଶ୍ୟକ ସରକାର ମାନେ ଆଜି ପର୍ଯନ୍ତ ସେ ସବୁ ଯୋଗାଇ ଦେଇ ନାହାନ୍ତି । ନିଜର ସାମାନ୍ୟ ଅଧିକାର ପାଇଁ ମଧ୍ୟ ଆଜି ପଶ୍ଚିମ ଓଡ଼ିଶାର ବାସୀଙ୍କୁ ଆନ୍ଦୋଳନ କରିବାକୁ ପଡୁଛି । ଉଦାହରଣ ସ୍ୱରୂପ ଗତ କାଲି ରାଜଧାନୀ ଭୁବନେଶ୍ୱର ରେ ପୁରୁଷ ହକି ବିଶ୍ୱ କପ ସମାପ୍ତ ହେଇଯାଇଛି । ଅତି ସୁନ୍ଦର ଭାବରେ ରାଜ୍ୟ ସରକାର ଏହି ଭବ୍ୟ ସମାରୋହ ର ଆୟୋଜନ କରି ସଫଳ ହେଇ ଛନ୍ତି । ଏହା ନିଶ୍ଚିତ ଭାବରେ ବିଶ୍ୱ ଦରବାର ରେ ଓଡିଶା କୁ ସମ୍ମାନ ପ୍ରଦାନ କରବ କିନ୍ତୁ ହକି ର ଏନ୍ତୁଡ଼ିଶାଲ ଭାବରେ ପରିଚିତ ସୁନ୍ଦରଗଡ଼ ଆଜିଭି ଅବହେଳିତ । ସେହିଭଳି ଭାରତ ବର୍ଷରେ ବରଗଡ଼ , ଭାଟିଣ୍ଡା ପରେ ଦ୍ଵିତୀୟ କେଂସର ରୋଗୀ ବହୁଳ ଅଂଚଳ କିନ୍ତୁ ପଶ୍ଚିମ ଓଡ଼ିଶାରେ କେଂସର ହସ୍ପିଟାଲ ସରକାର ମାନେ କରେଇ ଦେଉ ନାହାନ୍ତି । ଦୀର୍ଘ ବର୍ଷ ହେଲା ପଶ୍ଚିମ ଓଡ଼ିଶାରେ ହାଇ କୋର୍ଟ ବେଞ୍ଚ ର ଦାବି ହେଇ ଆସୁଛି ।ଆଜକୁ 3 ମାସ ରୁ ଉର୍ଦ୍ବ ସମୟ ବିତି ଗଲାଣି ଏହି ଦାବି କୁ ନେଇ ସମ୍ବଲପୁର ଓକିଲ ସଂଘ ଦ୍ୱାର ବନ୍ଦ ପାଳନ କରାଯାଉଛି ହେଲେ ସରକାର ମାନେ । ପଶ୍ଚିମ ଓଡିଶାର କୋଣସି ଭି କଲେଜ କିମ୍ବା ବିଶ୍ୱବିଦ୍ୟାଳୟ ଗୁଡିକରେ ଆବଶ୍ୟକୀୟ କର୍ମଚାରୀ ନାହାନ୍ତି , ବୁର୍ଲା ମେଡିକାଲ ରେ ଡାକ୍ତର ନାହାନ୍ତି , ଏହିଭଳି ଅନେକ ସମସ୍ୟା ରହିଛି ଯାହାକୁ ସରକାର ମାନେ ପୁରଣ କରୁନାହାନ୍ତି । ଅଲଗା କୋଶଳ ରାଜ୍ୟ ହିଁ ଏହି ସବୁ ସମସ୍ୟା ର ଏକମାତ୍ର ସମାଧାନ । ଏଥି ପାଇଁ ଆଜି କୋଶଳ ମହାବନ୍ଦ କୁ ସମର୍ଥନ ଜଣାଇ ପଶ୍ଚିମ ଓଡିଶା ଯୁବା ମଞ୍ଚ ଭୁବନେଶ୍ୱରରେ ରେଲି ଓ ଧାରଣା ପ୍ରଦର୍ଶନ କରିଥିଲା ।

          ପଶ୍ଚିମ ଓଡିଶା ଯୁବା ମଞ୍ଚ ର ଆବାହକ ଶ୍ରୀ ଅଜିତ କୁମାର ପତିଙ୍କର ନେତୃତ୍ୱରେ 200 ରୁ ଅଧିକ ଯୁବକ ଓ ଛାତ୍ର ଉକ୍ତ କାର୍ଯକ୍ରମ ରେ ଯୋଗଦେଇଥିଲେ । ଯଦି ଶୀଘ୍ର ଦାବି ପୂରଣ ନହୁଏ ତେବେ ଆଗାମୀ ଦିନରେ ସମଗ୍ର ପଶ୍ଚିମ ଓଡ଼ିଶାରେ ତୀବ୍ର ଜନଆନ୍ଦୋଳନ ହେବ ବୋଲି ଶ୍ରୀ ପତି ଏକ ପ୍ରେସ ବିବୃତି ରେ ଜଣାଇଛନ୍ତି ।

Leave A Reply

Your email address will not be published.