ବଲାଙ୍ଗୀର/ ନିରୋଜ ମିଶ୍ର : ବଲାଙ୍ଗିରରେ ବନ୍ଦକୁ ସଫଳ କରିବା ପାଇଁ ଲାଗି ପଡ଼ିଛନ୍ତି ବିଭିନ୍ନ ସଂଗଠନ । ଡାକବାଜି ଯନ୍ତ୍ର ସାହାଯ୍ୟରେ ବଲାଙ୍ଗିର ସହରରେ ପଡ଼ାରୁ ପଡ଼ାକୁ ବୁଲି ଲୋକଙ୍କୁ ବନ୍ଦରେ ସାମିଲ ହେବା ଲାଗି ଆହ୍ୱାନ ଦେଇଛନ୍ତି ଆନ୍ଦୋଳନକାରୀ। ଜରୁରୀକାଳୀନ ସେବାକୁ ଏହି ବନ୍ଦରୁ ବାଦ ଦିଆଯାଇଛି।ସକାଳ ୬ଟାରୁ ଆରମ୍ଭ ହୋଇଥିବା ବନ୍ଦ ପାଳନ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । ଏହି ବନ୍ଦ ର ପ୍ରଭାବ ଦେଖିବାକୁ ମିଳିଛି ବଲାଙ୍ଗୀରରେ |ଦୋକାନବଜାର,ସ୍କୁଲ୍, କଲେଜ୍, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସବୁ ବନ୍ଦ ରହିଛି। ରେଲୱେ ଷ୍ଟେସନ୍ ଛକରେ ଆନ୍ଦୋଳନକାରୀମାନେ କୋଶଳ ରାଜ୍ୟ ଦାବିରେ ନାରାବାଜି କରିଛନ୍ତି।
Sign in
Sign in
Recover your password.
A password will be e-mailed to you.