ମହାବନ୍ଦର ମହା ପ୍ରଭାବ  : ପଦ୍ମପୁର -ପାଇକମାଲରେ ଜୀବନଯାତ୍ରା ବ୍ୟାହତ 

0

 ପଦ୍ମପୁରରୁ ନୀଳ ଦୀପ 

 ବରଗଡ଼ ଜିଲ୍ଲା ପଦ୍ମପୁରରେ ମଧ୍ୟ କୋଶଳ ସମନ୍ୱୟ ସମିତି ତରଫରୁ ଡାକରା ଦିଆଯାଇଥିବା କୋଶଳ ମହାବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ସ୍ୱତନ୍ତ୍ର କୋଶଳ ରାଜ୍ୟ ଦାବି ନେଇ କରାଯାଇଥିବା ଏହି ମହା ବନ୍ଦକୁ ବିଭିନ୍ନ ଅନୁଷ୍ଠାନ ମାନେ ମଧ୍ୟ ସମର୍ଥନ କରିଛନ୍ତି । ଏ ନେଇ ପଦ୍ମପୁରର ମୁଖ୍ୟ ଭେଉଁରିଆ ଛକ ଠାରେ କୋଶଳ ସମନ୍ୱୟ ସମିତିର ସଦସ୍ୟ ମାନେ ରାସ୍ତା ଅବରୋଧ କରିବା ସହ ପଦ୍ମପୁର ରେ ଜରୁରୀକାଳୀନ ସେବା ତଥା ଆମ୍ବୁଲାନ୍ସ, ଚିକିତ୍ସାଳୟ,ଓମ୍ଫେଡ ଆଦି କୁ ବାଦଦେଇ ସମସ୍ତ ସ୍କୁଲ,କଲେଜ,ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ,ଦୋକାନ ବଜାର, ଯାନବାହାନ ଚଳାଚଳ ବନ୍ଦ ରହିଛି। ସେହିପରି ପାଇକମାଲରେ ଏହି ମହବନ୍ଦର ପ୍ରଭାବ ଦେଖିବାକୁ ମିଳିଛି | ସହରର ଦୋକାନ ବଜାର, ବ୍ୟବସାୟ ପ୍ରତିଷ୍ଠାନ, ସରକାରୀ କାର୍ୟାଳୟ, ସ୍କୁଲ କଲେଜ ବନ୍ଦ ଥିବା ବେଳେ ଯାନବାହାନ ଚଳାଚଳ ଠପ ହୋଇ ଯାଇଛି ବୋଲି ଆମ ବରଗଡ଼ ବ୍ୟୁରୋଚିଫ ଗୌରାଙ୍ଗ ଚରଣ ଦାଶ ସୂଚନା ଦେଇଛନ୍ତି | 

 

 

 

 

Leave A Reply

Your email address will not be published.