(ଶାସକ ପ୍ରଶାସକ/ ଖଲ୍ଲିକୋଟ ରୁ ଶିବରାମ ଜେନା) : ୨୫ଜୁନ୍ ୧୯୭୫ ମସିହା ରେ ଘଟିଥିବା ଘଟଣା କୁ ନେଇ ସାରା ଦେଶରେ କଳାଦିବସ ପାଳିତ ହୋଇଯାଇଛି । ଭାରତ ର ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ବର୍ଗତ ଇନ୍ଦିରା ଗାନ୍ଧୀଙ୍କ ଇଙ୍ଗିତରେ ଜରୁରୀକାଳୀନ ପରିସ୍ଥିତି ଜାରି ହୋଇଥିଲା।ଯାହାକି ସାରାଦେଶରେ ହୈଚୈ ସୃଷ୍ଟି କରିଥିଲା ,।କ୍ଷୁବ୍ଧ କରିଥିଲା ଜନସାଧାରଣ ମାନଙ୍କୁ,ଏ ସଂକ୍ରାନ୍ତରେ କହିବାକୁ ଗଲେ ଧାରା ୩୫୨,୩୫୬,୩୬୦ କୁ ଭିତ୍ତିକରି ଏପନ୍ଥା ଅବଲମ୍ବନ କରିଥିବାରୁ ଏହାର ପ୍ରତିବାଦରେ ସାରା ଦେଶରେ କଳାଦିବସ ପାଳିତ ହୋଇଥିଲା। ଆଜିର ଏହିଦିନ କୁ ସ୍ମରଣିକା ଦିବସ ବୋଲି ଜଣାପଡିଛି। ଏଅଵସରରେ ଖଲ୍ଲିକୋଟ ବିଜେପି ପକ୍ଷରୁ ବିଧାୟକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀ ଙ୍କ ବାସଭବନ ରେ ପାଳିତ ହୋଇ ଛି କଳାଦିବସ ।
ଏ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ ବିଜେପି ର ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ , କବିସୂର୍ଯ୍ୟ ନଗର ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ନାୟକ , ହିଞ୍ଜିଳିକାଟୁ ର ବିଜେପି ପକ୍ଷରୁ ଲଢୁଆ ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶିଶିର କୁମାର ମିଶ୍ର, ଘୁମୁସର ଜିଲ୍ଲା ବିଜେପି କାର୍ଯ୍ୟକାରିଣୀର ସଭାପତି ଵିଜୟ କୁମାର ସ୍ବାଇଁ, ଜିଲ୍ଲା ସାଧାରଣ ସଂପାଦକ ଶ୍ରୀ ଅନିଲ କୁମାର ପଣ୍ଡା ଜିଲ୍ଲା ଉପସଭାପତି କୋରା ନାଥ ସ୍ବାଇଁ , ସୀତାରାମ ପାଣିଗ୍ରାହୀ, ଖଲ୍ଲିକୋଟ ପ୍ରାକ୍ତନ ଏନ୍ ଏ ସି ଚେୟାର ମେନ୍ ଶଙ୍କର ପ୍ରସାଦ ନାହାକ, ଯୁବମୋର୍ଚ୍ଚା ସାଧାରଣ ସଂପାଦକ ଶ୍ରୀ ଜଗନ୍ନାଥ ଭୂୟାଁ ଙ୍କ ସମେତ ଅନ୍ୟାନ୍ୟ ବହୁ ବରିଷ୍ଠ ବିଜେପି ନେତା ଓ କର୍ମୀ ମାନେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।
ତା ସଙ୍ଗେ ସଙ୍ଗେ ରାଜନୈତିକ ହିଂସା ଘଟଣାରେ ମୃତକଙ୍କ ସାନଭାଇ ଙ୍କୁ ତିନିଲକ୍ଷ ଟଙ୍କାର ଏକଚେକ୍ ପିତା ରାମ ପାହନ ଙ୍କୁ ଖଲ୍ଲିକୋଟ ବିଧାୟକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀ ଓ କବିସୂର୍ଯ୍ୟ ନଗର ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ନାୟକ ଉପସ୍ଥିତ ରେ ପ୍ରଦାନ କରିଛନ୍ତି।