ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-ସମ୍ପ୍ରତି ସଫଳତାର ଶୀର୍ଷରେ ପହଞ୍ଚି ମହିଳା ମାନେ ସମ ସହାଭାଗିତା ପ୍ରଦାନ କରିଥିଲେ ଶୁଦ୍ଧା ଅନେକ ଯାଗାରେ ଲିଙ୍ଗଗତ ମତଭେଦ ନଜରକୁ ଆସେ, ଅମାବାସ୍ୟା ରାତ୍ରିରେ ଜନ୍ମ ଝିଅ ତେଜସ୍ୱିନୀ ଜନ୍ମହେଲା ପରଠାରୁ ହିଁ ତିରସ୍କାର ପାଇଲା କିନ୍ତୁ ତେଜସ୍ୱିନୀର ବାପା ଭାଙ୍ଗି ନପଡ଼ି ଉପଯୁକ୍ତ ପରିବେଷ୍ଟନୀରେ ଲାଳନ ପାଳନ ପରେ ସର୍ବ ଭାରତୀୟ ସ୍ତରରେ ଉତ୍କର୍ଷତା ସହ ସଫଳ ପ୍ରତିପାଦିତ କରିଛି ଉଆଁସୀ କନ୍ୟା ତେଜସ୍ୱିନୀ କିନ୍ତୁ ବିନୟୀ, ଶିଷ୍ଟାଚାରୀ ଓ ବାସ୍ତବ ବିଦ୍ୱାନପଣ କୁ ସମାଜ ଓ ରାଷ୍ଟ୍ର ହିତରେ ଉତ୍ସର୍ଗ କରିଛି ତେଜସ୍ୱୀ କନ୍ୟା ତେଜସ୍ୱିନୀ ଏହିଭଳି ଭିନ୍ନ ସ୍ୱାଦର, ନାରୀ ଜାଗରଣ, ସଂସ୍କାର, ସଂଘର୍ଷ ଓ ସଫଳତାର ବିଷୟ ବସ୍ତୁକୁ ନେଇ ନାଟ୍ୟକାର ସ୍ବସ୍ତି ସୁନ୍ଦରଙ୍କ ରଚିତ ଓ ନିର୍ଦ୍ଧେଷିତ ନାଟକ “ତେଜସ୍ୱୀ କନ୍ୟାର ଜନ୍ମ କଳଙ୍କ” ନାଟକ ସାରିଆପଲ୍ଲୀ ଠାରେ ମଞ୍ଚସ୍ଥ ହୋଇଯାଇଛି l ସଂଳାପଓ ରୂପସଜ୍ଜା ଦାୟିତ୍ୱ ଶିବରାମ ରାଉତ ନିର୍ବାହନ କରିଥିବା ବେଳେ ସଂଗୀତ ଦେଇଥିଲେ ଦିବାକର ପରିଡା,କେବଳ କନ୍ୟା ସନ୍ତାନ ମାନଙ୍କ ଦ୍ୱାରା ପ୍ରସ୍ତୁତ ଏହି ନାଟକରେ ବର୍ଷାରାଣୀ, ରୁପାଲୀ, ଅଙ୍କିତା, ଆରତୀ, ସୁନମ, ପୁନମ, ଶ୍ରାବଣୀ, ରେଶମା,ବର୍ଷା ଙ୍କ ଭୂମିକା ଦର୍ଶକ ମାନଙ୍କୁ ଅତ୍ୟନ୍ତ ଆକୃଷ୍ଠ କରିଥିଲା l ଉକ୍ତ ନାଟକ ନିଖିଳ ଉତ୍କଳ ଆଲିୟ ଖଣ୍ଡାୟତ ସମାଜ, ସାରିଆପଲ୍ଲୀ ପଲ୍ଲୀପରିଷଦର ବାର୍ଷିକ ଉତ୍ସବ ଅବସରରେ ପରିବେଷଣ ହୋଇଥିଲା ଅନୁଷ୍ଠାନିକ ଭାବେ ସମାଜର କୁଳାଧିପତି ପ୍ରହଲ୍ଲାଦ ଲେଙ୍କା ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ଏବଂ ମୁଖ୍ୟବକ୍ତା ଅଧ୍ୟାପକ ଦିବ୍ୟଲୋଚନ ବିଶ୍ୱାଳ, ସମ୍ମାନିତ ଅତିଥି ସ୍ଥାନୀୟ ସରପଞ୍ଚ ଶୁକଦେବ ସ୍ୱାଇଁ, ରେସ୍ପଣ୍ଡ ଟ୍ରଷ୍ଟ ଅଧ୍ୟକ୍ଷ ସ୍ବସ୍ତି ସୁନ୍ଦର ସିଅ, ସମ୍ପାଦକ କୃଷ୍ଣଚନ୍ଦ୍ର ସ୍ୱାଇଁ ସମାଜ ଓ ସଙ୍ଗଠନ ଉପରେ ଆଲୋକପାତ କରିଥିଲେ l ଏହି କାର୍ଯ୍ୟକ୍ରମର ମୁଖ୍ୟ ପରିଚାଳନା ଦାୟିତ୍ୱ ସଭାପତି ଓ ସମ୍ପାଦକଙ୍କ ତତ୍ୱାବଧାନରେ ସମୀର ରାଉତ, ରୋହିତ ରାଉତ ନେଇଥିବା ବେଳେ ଦେବାଶିଷ, ଆଶିଷ, ଲକ୍ଷ୍ମଣ ମଳିକ, ସଂଯୁକ୍ତା ପ୍ରଧାନ, ସୁହାସିନୀ ମଳିକ, ବିଶ୍ୱଜିତ, କାହ୍ନା ପ୍ରମୁଖ ସହଯୋଗ କରିଥିଲେ l ଏହିଭଳି ସଂସ୍କାରଧର୍ମୀ କାର୍ଯ୍ୟକ୍ରମକୁ ଅଞ୍ଚଳବାସୀ ବେଶ ପ୍ରଶଂସା କରିଛନ୍ତି l
Sign in
Sign in
Recover your password.
A password will be e-mailed to you.
Next Post