ରାୟଗଡା ରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲା କାଶିପୁର ବ୍ଲକ ରେ ବିଭିନ୍ନ ରୋଗ ପାଇଁ ଚର୍ଚାରେ ରହି ଆସିଛି।କେବେ ମେଲେରିଆ, କେବ ଡାଇରିଆ ତ କେବେ ଡିପଥେରିଆ ରୋଗରେ ନାନା ଧନ ଜୀବନ ନଷ୍ଟ ହୋଇଯାଇଛି ।ଆଗକୁ ବର୍ଷା ଦିନ ଆସୁଥିବାରୁ ଅଞ୍ଚଳକୁ ସଚେତନତା କରାଇବା ପାଇଁ ହିଣ୍ଡଲ ଇଣ୍ଡେଷ୍ଟ୍ରିଆଦିତ୍ୟ ଆଲୁମିନା କମ୍ପାନୀ ପକ୍ଷରୁ ମେଲେରିଆ,ଡେଙ୍ଗୁ ଓ ଡାଇରିଆ ସଚେତନ କରିବା ପାଇଁ ସଚେତନ ରଥ ଉଦଘାଟନ ହୋଇଯାଇଛି ।ଏହି ରଥଟି କମ୍ପାନୀ ର ପାରିପାର୍ଶ୍ବିକ ଗ୍ରାମଞ୍ଚଳ ଗାଡିକୁ ଯାଇ ପଥପ୍ରାନ୍ତନାଟକ ମାଧ୍ୟମରେ ଲୋକଙ୍କୁ ଏହା ସଚେତନତା କରାଇବ।ଡିପି ସଭାପତି ବିଜୟ ରନ୍ନଚୈଧୁରି, ଜମିହରା ବିସ୍ଥାପିତ ସଭାପତି ଡଉଲରତ୍ନ ଚୌଧୁରୀ ,ଅପରେସନ ମୁଖ୍ୟ କୈଶିକ ସରଣ ମିଶ୍ର,ଚିପ ଫାଇନାନ୍ସ ଅଫିସର ବସୁଦେବ ଖୁଣ୍ଟିଆ,ଏଚ ଆର ହେଡ ଦିପକ ମହାନ୍ତି ପତକା ଦେଖାଇ ଶୁଭାରମ୍ଭ କରିଥିଲେ ।ଏହି କାର୍ଯ୍ୟକ୍ରମକୁ ସି ଏସ ଆର ହେଡ ତନ୍ମୟ ମହାନ୍ତି ପରିଚାଳନା କରିଥିଲେ।ମାଙ୍କଡଝୋଲା ଗ୍ରାମର ମୁକ୍ତାଦେବୀ ଚାରିଟେବୁଲ ଟ୍ରଷ୍ଟ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post