ରାଉରକେଲା, (ବସନ୍ତ କୁମାର ଜେନା): ସେକ୍ଟର ୧୯ସ୍ଥିତ ଜ୍ଞାନଜ୍ୟୋତି ପବ୍ଲିକ ସ୍କୁଲର ଗ୍ରୀଷ୍ମକାଳୀନ ଶିବିର ଉଦଯାପିତ ହୋଇଯାଇଛି। ଦୀର୍ଘ ୧୦ଦିନ ଧରି ଚାଲିଥିବା ଏହି ଶିବିରରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୧୩ଜଣ ଛାତ୍ର ଛାତ୍ରୀ ଯୋଗଦେଇ ଘୋଡା ସବାରୀ,ତାଇକୋଣ୍ଡୋ, ପଟ୍ଟଚିତ୍ର ଅଙ୍କନ, କୈାତୁକ ଖେଳ,ଜୁମ୍ବାନୃତ୍ୟ,ଯୋଗ, ବୈଦିକ ଗଣିତ, ପର୍ବର୍ତ୍ତାରୋହଣ, ଚିଡ଼ିଆଖାନା ପରିଦର୍ଶନ ରେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଯୋଗଗୁରୁ କଳ୍ପନା କୁମ୍ଭାର, ତାଇକୋଣ୍ଡୋ ପ୍ରଶିକ୍ଷକ ମୁକେଶ ସାହୁ, ରଶ୍ମିତା ସାହୁ, ଅଜୟ ତାଣ୍ଡିଆ, ସୁନିତା ମାହାତୋ ପ୍ରମୁଖ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରଶିକ୍ଷଣ ଦେଇଥିବା ବେଳେ ସୁଜିତ୍ ତନ୍ତୀ ଓ ଦେବୀପ୍ରସାଦ ସ୍ବାଇଁ ପରିଚାଳନାରେ ସହଯୋଗ କରିଥିଲେ। ସ୍କୁଲର ବରିଷ୍ଠ ଶିକ୍ଷୟିତ୍ରୀ ଶୁଭ୍ରା ମିଶ୍ରଙ୍କ ସଂଯୋଜନା ଓ ଅଧ୍ୟକ୍ଷ ଜଳଧର ମହାପାତ୍ରଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଉଦଯାପନି ଉତ୍ସବରେ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟଅତିଥି ଭାବେ ଯୋଗଦେଇ ଏଭଳି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମାନସିକ,ଶାରିରୀକ , ବୈ।ଦ୍ଧିକତା ଓ ଆତ୍ମବିଶ୍ଵାସ ବିକାଶରେ ସହାୟକ ହେବ ବୋଲି ମତ ରଖିବା ସହ ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ର ଛାତ୍ରୀଙ୍କୁ ପ୍ରମାଣପତ୍ର ବଣ୍ଟନ କରିଥିଲେ। ଏହାସହ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କାର ବଣ୍ଟନ କରିଥିଲେ। ଅଧ୍ୟକ୍ଷ ଶ୍ରୀ ମହାପାତ୍ର ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ଅଭିଭାବକ ଓ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀଙ୍କ ସହଯୋଗୀ ମନୋବୃତ୍ତିର ପ୍ରଶଂସା କରିଥିଲେ। ପ୍ରାରମ୍ଭରେ ଗୈାତମ ରାୟ ଓ ଜୁଲି କାରୁଆ ସ୍ବାଗତ ସଂଗୀତ ପରିବେଷଣ କରିଥିବାବେଳେ ଛାତ୍ର ଶ୍ରୀତମ ଦାସ ବାଦ୍ୟଯନ୍ତ୍ରରେ ସହଯୋଗ କରିଥିଲେ। ଶେଷରେ ସୁଜିତ୍ ତନ୍ତୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ପରିଚାଳନାରେ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀମାନେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.