ଜଗତସିଂହପୁର, ତା 4.05.24 ରିଖ ସୁମନ୍ତ କୁମାର ଦାସ: ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହଠାରେ ସାଧାରଣ ନିର୍ବାଚନ ୨୦୨୪ ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ତରଫରୁ ରାଜନୈତିକ ଦଳର ପ୍ରତିନଧିଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଯାଇଅଛି।ଏହି ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଅନୁପମ ସାହା ସମସ୍ତ ରାଜନୈତିକ ଦଳର ପ୍ରତିନିଧି ମାନଙ୍କୁ ସ୍ଵାଗତ କରିଥିଲେ। ତା ୭.୦୫.୨୪ ରିଖ ଠାରୁ ତା ୧୪.୦୫.୨୪ ରିଖ ପଯ୍ୟନ୍ତ ନାମାଙ୍କନ ପ୍ରକ୍ରିୟା ଜାରି ରହିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ ।ମେ ୧୫ ତାରିଖରେ ପ୍ରାର୍ଥୀ ପତ୍ର ଗୁଡ଼ିକ ଯାଞ୍ଚ କରାଯିବ।ମେ ୧୭ ତାରିଖ ରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ୧୬- ଜଗତସିଂହପୁର ଲୋକସଭା, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ)ଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ୧୦୨- ତିର୍ତ୍ତୋଲ (ସଂ) ବିଧାନସଭା, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ)ଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ୧୦୩- ବାଲିକୁଦା- ଏରସମା ବିଧାନସଭା, ଅତିରିକ୍ତ ଜିଲ୍ଲାପାଳ ପାରାଦୀପ ଙ୍କ ନିମନ୍ତେ ପ୍ରକୋଷ୍ଠରେ ୧୦୧- ପାରାଦୀପ ବିଧାନସଭା, ଏବଂ ଉପଜିଲ୍ଲାପାଳ କାର୍ଯ୍ୟାଳୟ ପ୍ରକୋଷ୍ଠରେ ୧୦୪- ଜଗତସିହପୁର ବିଧାନସଭା ମଣ୍ଡଳୀ ନିମନ୍ତେ ପ୍ରାର୍ଥିପତ୍ର ଦାଖଲର ବ୍ୟବସ୍ଥା କରାଯାଇଛି। ପ୍ରାର୍ଥୀମାନେ ମେ ମାସ ୭ ତାରିଖ ରୁ ନୋମିନେସନ ଫର୍ମ କିଣିପାରିବେ ଏବଂ ଦାଖଲ କରିପାରିବେ।ମେ ମାସ ୧୧ ଓ ୧୨ ତାରିଖ ଛୁଟି ଦିବସ ରହି ଥିବାରୁ ମାତ୍ର ୬ ଦିନ କାର୍ଯ ଦିବସରେ ନୋମିନେସନ ଦାଖଲ କରି ପାରିବେ। ଉକ୍ତ ଦିନ ମାନଙ୍କରେ ପୂର୍ବାହ୍ନ ୧୧ ଟା ଠାରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ ହେବ। ପ୍ରବେଶପଥ ଓ କାର୍ଯ୍ୟାଳୟ ପ୍ରକୋଷ୍ଠ ରେ ସିସିଟିଭି ବ୍ୟବସ୍ଥା କରାଯାଇଛି। ପ୍ରାର୍ଥୀଙ୍କ ସହିତ ମୋଟ୍ ୫ ଜଣଙ୍କୁ ନୋମିନେସନ୍ କକ୍ଷ କୁ ପ୍ରବେଶର ଅନୁମତି ରହିଛି।ଏହି ବୈଠକରେ ଯୋଗ ଦେଇ ଏସ.ପି ଶ୍ରୀ ରାହୁଲ ପି.ଆର କହିଲେ, ନିୟମ ଅନୁସାରେ ୧୦୦ ମିଟର ଭିତରେ ଗୋଟିଏ ଦଳର ୩ ଟି ଗାଡ଼ି କୁ ପ୍ରବେଶ କରିବାକୁ ଦିଆଯିବା। ଜନଗହଳି ସମ୍ଭାବନା ଥିବାରୁ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ସମସ୍ତ ପ୍ରତିନିଧି ମାନଙ୍କୁ ଅବଗତ କରାଇ ଥିଲେ। ଏହି ବୈଠକ ରେ ଯୋଗ ଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଭିମନ୍ୟୁ ବେହେରା ଜିଲ୍ଲାର ୮୫୪ଟି ସ୍ଥାନରେ ୧୦୫୧ଟି ବୁଥରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ପ୍ରକାଶ କରିଥିଲେ। ପ୍ରତ୍ୟେକ ବୁଥ ରେ ୨ଟି ଡୋର, ଶୌଚାଳୟ, ପାନୀୟଜଳ, ଭିନ୍ନକ୍ଷମଙ୍କ ନିମନ୍ତେ ହୁଇଲ ଚେୟାର ଓ ରାମ୍ପ ବ୍ୟବସ୍ଥା କରାଯାଇଛି ।୬୦ ପ୍ରତିଶତ ବା ୬୨୮ଟି ଵୁଥରେ ୱେବକ୍ୟାଷ୍ଟିଂ ଲାଇଭ ସ୍କ୍ରିନିଙ୍ଗ କରାଯିବ। ଏନ୍.ଏସ.ଏସ , ସ୍କାଉଟ ,ଏନ୍.ସି.ସି ସ୍ବେଛାସେବୀମାନେ ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମ ଭୋଟର ଙ୍କ ସହାୟତା କରିବେ। ଏତଦ୍ ବ୍ୟତୀତ ରୌଦ୍ରତାପକୁ ଦୃଷ୍ଟିରେ ରଖି ପାନୀୟଜଳ ଓ ଘୋଳଦହିର ବ୍ୟବସ୍ଥା କରାଯାଇଛି। ପ୍ରାର୍ଥୀମାନେ ନୋମିନେସନ ଦିନକ ପୂର୍ବରୁ ନୂତନ ବ୍ୟାଙ୍କ୍ ଆକାଉଣ୍ଟ ଖୋଲିବେ। ପୋଷ୍ଟର ବ୍ୟାନର ଛପାଇବା ପାଇଁ ସୁବିଧା ଆପ୍ ମାଧ୍ୟମରେ ଆବେଦନ କରିପାରିବେ । ପ୍ରତ୍ୟେକ ବ୍ୟାନର୍, ପୋଷ୍ଟରରେ ପ୍ରିଣ୍ଟର୍ ଓ ପବ୍ଲିଶରଙ୍କ ନାମ ଏବଂ କେତେ ସଂଖ୍ୟକ ଛପା ଯାଇଛି ତାର ସଂଖ୍ୟା ଉଲ୍ଲେଖ ରହିବ । ମେ ମାସ ୧୭ ରୁ ୨୦ ତାରିଖ ମଧ୍ୟରେ ଭୋଟର୍ ତାଲିକା ପ୍ରାଥୀମାନଙ୍କୁ ପ୍ରଦାନ କରାଯିବ। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ସମ୍ବିତ ରାଉତ, ଉପଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ଡେପୁଟୀ କଲେକ୍ଟର ନିର୍ବାଚନ , ବି.ଜେ.ଡି , ବି.ଜେ.ପି, ବି.ଏସ୍.ପି , ଆପ୍ ଦଳ ର ପ୍ରତିନିଧି ମାନେ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.