ଟିକିରିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଗସ୍ତ

3

ରାୟଗଡା ରୁ ବୈକୁଣ୍ଠ ଦୁରିଆ -ରାୟଗଡ଼ା ଜିଲ୍ଲାର କାଶୀପୁର ବ୍ଲକର ଟିକିରିଠାରେ ଅପରାହ୍ନ ୩.୪୫ ଟା ବେଳେ ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ହେଲିକପ୍ଟର ଯୋଗେ ପହଞ୍ଚି ଲୋକକୁ ସମ୍ବୋଧନ କରିଥିଲେ । ଏହି ସମୟରେ ତାଙ୍କ ସହ ମଞ୍ଚରେ ଭି କେ ପାଣ୍ଡିୟନ ଜିଲ୍ଲାର ତିନୋଟି ବିଧାୟକ ପ୍ରାର୍ଥୀଙ୍କ ସହ କୋରାପୁଟ ସାଂସଦ ପ୍ରାର୍ଥୀ କୌଶଲ୍ୟା ହିକକା, ପୁର୍ବତନ ରାଜ୍ୟ ସଭା ସାଂସଦ ତଥା ଜିଲ୍ଲା ବିଜେଡ଼ି ସଭାପତି ଏନ୍ ଭାସ୍କର ରାଓ ମଧ୍ୟ ମଞ୍ଚାସିନ ରହିଥିଲେ । ଏହି ଅବସରରେ ଶ୍ରୀଯୁକ୍ତ ପଟ୍ଟନାୟକ ଗୋଟିଏ ବିଧାୟକ ଓ ଅନ୍ୟଟି ସାଂସଦ ପ୍ରାର୍ଥୀ ପାଇଁଦୁଇଟି ଶଙ୍ଖ ଚିହ୍ନରେ ଭୋଟ ଦେଇ ପୁଣିଥରେ ବିଜୟୀ କରିବାକୁ ଅନୁରୋଧ କରିଥିଲେ ଏହି ଅବସରରେ ଶ୍ରୀଯୁକ୍ତ ପାଣ୍ଡିୟନ୍ ନବୀନ ସରକାରଙ୍କ ଯେଉଁ ଲୋକାଭିମୁଖୀ ଯୋଜନା ଗୁଡିକ କାର୍ଯ୍ୟକାରୀ କରିଛନ୍ତି ସେ ନେଇ ଆଲୋକ ପଟ କରିବା ସହ ଦୁଇଟି ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଅନୁରୋଧ କରିଥିଲେ ।

ପରେ ୪.୩୦ ସମୟରେ ସେ ସେଠାରୁ ନିଜ ହେଲିକପ୍ଟର ଯୋଗେ ଭୁବନେଶ୍ୱର ଚାଲି ଯାଇଥିଲେ ଏହି ସମୟ ରେ କାଶୀପୁର ବ୍ଲକ ର ବିଜେଡି ର କର୍ମୀ ହରପ୍ରସାଦ ନାୟକ, ଅମିତ ନାୟକ, କୃଷ୍ଣ ମହାପାତ୍ର, ଜଗଦିଶ ପାତ୍ର, ବିନଦ ନାଏକ,ସହ ଅନେକ କର୍ମୀ ଉପସ୍ଥିତ ଥିଲେ |

Leave A Reply

Your email address will not be published.