ଭାରତ ସ୍କାଉଟ ଓ ଗାଇଡ଼ ଡ଼ଭା ଶାଖା ପକ୍ଷରୁ ରକ୍ତ ବର୍ଗ ଚିହ୍ନଟ ଶିବିର 

0

ଝାରବନ୍ଧ/ଶାସକପ୍ରଶାସକ- ଝାରବନ୍ଧ ବ୍ଳକ ଡ଼ଭା ଜୁନିଅର କଲେଜ ପରିସରରେ ଭାରତ ସ୍କାଉଟ ଓ ଗାଇଡ଼ ଡ଼ଭା ଶାଖାର ରୋଭର ସ୍କାଉଟ ଲିଡ଼ର ତଥା ଇଂରାଜୀ ଅଧ୍ୟାପକ ଶ୍ରୀଯୁକ୍ତ ସରୋଜ କୁମାର ସାହୁ ଙ୍କ ନେତୄତ୍ବରେ ରକ୍ତ ବର୍ଗ ଚିହ୍ନଟ ଓ ଏଚ.ଆଇ.ଭି ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଶ୍ରୀସାହୁଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା,ଏହି ସଭାରେ ଡ଼ଭା କଲେଜ ଅଧ୍ୟକ୍ଷ ଶ୍ରୀଯୁକ୍ତ କୄଷ୍ଣଚନ୍ଦ୍ର ଥପା,ଝାରବନ୍ଧ ଜୁନିଅର କଲେଜ ଅଧ୍ୟକ୍ଷ ଶ୍ରୀଯୁକ୍ତ ସାନନ୍ଦ କୁମାର ସାହୁ,ଝାରବନ୍ଧ ଡିଗ୍ରୀ କଲେଜ ଅଧ୍ୟକ୍ଷ ଶ୍ରୀଯୁକ୍ତ ଶ୍ୟାମସୁନ୍ଦର ବେହେରା,ଶ୍ରୀଯୁକ୍ତ ଘନଶ୍ୟାମ ଡ଼ନସନା,ଶ୍ରୀଯୁକ୍ତ ଜୟକୁମାର ସାହୁ,ଶ୍ରୀଯୁକ୍ତ କିଶୋର ବାରିକ ପ୍ରମୁଖ ମଞ୍ଚାସିନ ହୋଇ ରକ୍ତଦାନ ର ଉପକାରିତା ବିଷୟରେ ଆଲୋଚନା କରିଥିଲେ । ଡ଼ଭା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଜନସ୍ବାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ଶ୍ରୀଯୁକ୍ତ ଅରୁଣ କୁମାର ଭୋଇ ଏବଂ ସୁପରଭାଇଜର ଶ୍ରୀଯୁକ୍ତ ସୁଦାମ ମିର୍ଦ୍ଧା ସ୍ବାସ୍ଥ୍ୟ ଓ ଏଚ.ଆଇ.ଭି ବିଷୟରେ ସଚେତନ କରାଇଥିଲେ । ସ୍ବାସ୍ଥ୍ୟ କେନ୍ଦ୍ରର ଟେକ୍ନିସିଆନ ଶ୍ରୀଯୁକ୍ତ ସମୀର ରଞ୍ଜନ ବେହେରା ରକ୍ତ ଚିହ୍ନଟ କରିଥିଲେ ।କଲେଜର ଅଧ୍ୟୟନରତ ସମସ୍ତ ଛାତ୍ରଛାତ୍ରୀ ରକ୍ତ ଚିହ୍ନଟ କରାଇଥିଲେ ।ଏହି ଅବସରରେ ଭାରତ ସ୍କାଉଟ ଭାବରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ କିଛି କୄତକାର୍ଯ୍ୟ ଛାତ୍ର ଙ୍କୁ ମାନପତ୍ର ପ୍ରଦାନ କରି ସମ୍ମାନୀତ କରାଯାଇଥିଲା ।

Leave A Reply

Your email address will not be published.