ଶହୀଦ ଅଚୁ୍ତାନନ୍ଦ ସାହୁଙ୍କ ସ୍ମୃତିରେ ରକ୍ତଦାନ ଶିବିର

0

ବାଲେଶ୍ୱର/ Ujjwal Kar : ମାଓବାଦୀଙ୍କ ଆକ୍ରମଣରେ ଶହୀଦ ଦୂରଦର୍ଶନର କ୍ୟାମେରାମ୍ୟାନ ଅଚୁ୍ତାନନ୍ଦ ସାହୁଙ୍କ ଏକାଦଶାହ ଅବସରରେ ବାଲେଶ୍ୱରର ଗଣମାଧ୍ୟମ ପ୍ରତିନିଧିଙ୍କ ମିଳିତ ସହଯୋଗରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସ୍ଥାନୀୟ ସିଦ୍ଧି କଲ୍ୟାଣ ମଣ୍ଡପ ପରିସରରେ ଆଜି ଅନୁÂିତ ହୋଇଯାଇଛି । ବାଲେଶ୍ୱର ଲୋକସଭା ସାଂସଦ ରବୀନ୍ଦ୍ର କୁମାର ଜେନା, ସଦର ବିଧାୟକ ଜୀବନ ପ୍ରଦୀପ ଦାଶ, ପୂର୍ବାଞ୍ଚଳ ଜୋନ୍ ପୁଲିସ ଡିଆଇଜି ଅମିତେନ୍ଦ୍ର ନାଥ ସିହ୍ନା, ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବି ଯୁଗଲ କିଶୋର, ପୂର୍ବତନ ପୌରାଧ୍ୟକ୍ଷ ଆଲୋକ କୁମାର ସାହୁ ପ୍ରମୁଖ ଏଥିରେ ବରେଣ୍ୟ ଅତିଥିଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟରତ ଅବସ୍ଥାରେ ଶହୀଦ୍ ହୋଇଥିବା ଦୂରଦର୍ଶନର କ୍ୟାମେରାମ୍ୟାନ ଶ୍ରୀ ସାହୁଙ୍କ ପ୍ରତି ଗଣମାଧ୍ୟମ ପ୍ରତିନିଧିଙ୍କ ସ୍ମୃତିରକ୍ଷା ପାଇଁ ଏହି ପ୍ରୟାସ ଦିବଂଗତ ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ । ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହିତ ରକ୍ତର ଅଭାବ ପୂରଣ ପାଇଁ ଏହି ଭଳି ଶବିରି ଆୟୋଜନ ଅନ୍ୟମାନଙ୍କୁ ନିଶ୍ଚିତ ପ୍ରେରଣା ଯୋଗାଇବ ବୋଲି ଅତିଥିମାନେ ଆଶା ପ୍ରକାଶ କରିଥିଲେ । ବରିÂ ସାମ୍ବାଦିକ ବିପ୍ଲବ କୁମାର ମହାନ୍ତି, ଦୈନିକ ଓଡ଼ିଆ ସମ୍ବାଦପତ୍ର ‘ସମାଜ’ର ଉତ୍ତର ଓଡ଼ିଶା ସଂସ୍କରଣ ପରିଚାଳନା ମୁଖ୍ୟ ମଧୁସୁଦନ ଦାସ, ଡାକ୍ତର ଶାନ୍ତନୁ ଦାସ, ସମାଜସେବୀ ବାଦଲ ଦାସ, ସାହିରୁଲ ହକ୍, ଯୁବ ସଂଗଠକ ବିକ୍ରମ ପଣ୍ଡା, ସନ୍ତୋଷ ଦାସ, ରଘୁନାଥ ଲେଙ୍କା, ଗିରିଜା ଶଙ୍କର ଦାସ, ତୁଷାରକାନ୍ତି ତପସ୍ୱୀ, ଛାତ୍ରନେତା ସିମନ ଦାସମହାପାତ୍ର, ପିଣ୍ଟୁ ପୋଦାର, ଟ୍ରାଫିକ ଥାନା ଏସଆଇ ପ୍ରଶାନ୍ତ ରଣସିଂହ ପ୍ରମୁଖଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶିବିରରେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସହିତ କରିବା ସହିତ ନିଜେ ମଧ୍ୟ ରକ୍ତଦାନ କରିଥିଲେ । ଏହି ଅବସରରେ ପ୍ରତ୍ୟେକ ରକ୍ତଦାତାମାନଙ୍କୁ ଫୁଲଚାରା ପ୍ରଦାନ କରାଯାଇଥିଲା । ରଶ୍ମି ରଞ୍ଜନ ଦାସ, ରାଜ କିଶୋର ବେହେରା, ଆଷୁତୋଷ ମଲ୍ଲିକ, ସନ୍ଦୀପ୍ତ ଦାସ, ମାନସ ରଞ୍ଜନ ବିଶ୍ୱାଳ, ଚିତ୍ତରଞ୍ଜନ ନାୟକ, ଅବିନାଶ ଠାକୁର, ଭବାନୀ ଶଙ୍କର ବେହେରା, ଅଧିପ କୁମାର ଜେନା, ଅଜିତ କୁମାର ମହାନ୍ତି, ମଲ୍ଲିକ ରିଜ୍ୱାନ, ସୋମନାଥ ସାହୁ, ପ୍ରଶନ୍ନଜିତ ସେଠୀ, ଅରୂପ ନାରାୟଣ ମହାନ୍ତି, ହାଇଦର ଖାନ୍, ସେଖ୍ ନଜିମ୍, ପ୍ରକାଶ ମହାନ୍ତି ପ୍ରମୁଖଙ୍କ ସମେତ ଗଣମାଧ୍ୟମର ବହୁ ପ୍ରତିନିଧି ଏଥିରେ ଯୋଗଦେଇ ଶିବିର ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।

Leave A Reply

Your email address will not be published.