ସ୍ୱାସ୍ଥ୍ୟ ବିଳାସ ଫାର୍ମାସୀ ପକ୍ଷରୁ ଭଗବାନ ଧନ୍ୱନ୍ତରୀଙ୍କ ଜିଲ୍ଲାସ୍ତରୀୟ ଜୟନ୍ତୀ

0

 ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗର ସ୍ଥିତ ସ୍ୱାସ୍ଥ୍ୟ ବିଳାସ ଫାର୍ମାସୀ ଆୟୁର୍ବେଦିକ ସଂସ୍ଥା ପକ୍ଷରୁ ଫାର୍ମାସୀ ପରିସରରେ ଭଗବାନ ଧନ୍ୱନ୍ତରୀଙ୍କ ଜିଲ୍ଲା ସ୍ତରୀୟ ଜୟନ୍ତୀ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହିପରିପ୍ରେକ୍ଷୀରେ ଉତ୍କଳ ହିତୈଷିଣୀ ସମାଜର ସମ୍ପାଦକ ତଥା ସାହିତ୍ୟ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ସାଧାରଣ ସଭାରେ ପାରଳାଖେମୁଣ୍ଡି ସ୍ଥିତ ମହିଳା ମହାବିଦ୍ୟାଳୟର ଅଧ୍ୟାପିକା ଡ:କଲ୍ୟାଣି ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭଗବାନ ଧନ୍ୱନ୍ତରୀ ଓ ଆୟୁର୍ବେଦର ବିଭିନ୍ନ ଦିଗ ଉପରେ କହି ବିଭିନ୍ନ ଗଛର ଫଳ ପତ୍ର ନେଇ ପ୍ରଭୃତିର କିଭଳି ଔଷଧୀୟ ଗୁଣ ରହିଛି କେଉଁ ରୋଗରେ କେଉଁ ଫଳ ପତ୍ର ଚେର ପ୍ରଭୃତି ଖାଇଲେ କିଭଳି ଉପଚାର ମିଳିଥାଏ କହିବା ସହ ନିଜର ବାଡି ବଗିଚାରେ ଏହି ଔଷଧୀୟ ଗୁଡକର ଲଗାଇବା ଏବଂ ଏହାର ସଂରକ୍ଷଣ ଉପାଦେୟତାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଅନ୍ୟତମ ମଞ୍ଚାସୀନ ଅତିଥି ଭାବେ ଅବସର ପ୍ରାପ୍ତ କୃଷି ଅଧିକାର ବରିଷ୍ଠ କବିରାଜ ରାଜେନ୍ଦ୍ର ପ୍ରସାଦ ଦାସ, ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ (ଅବସର) ଡଃ ପୂର୍ଣ୍ଣଚନ୍ଦ୍ର କୋରା ଏବଂ ସା.ସାଂ.ଗ ପ.ର  ମହାନିର୍ଦ୍ଦେଶକ ଡ: କାହ୍ନୁଚରଣ ପାଢୀ ପ୍ରମୁଖ ଯୋଗଦେଇ ଆୟୁର୍ବେଦିକ ଓ ଏଲୋପାଥିକ ଔଷଧ ମଧ୍ୟରେ ରହିଥିବା ପାର୍ଥକ୍ୟ ଆୟୁର୍ବେଦିକ ଗଛଲତା ଉପରେ  ଗବେଷଣା ଓ ଏହାର ସଂରକ୍ଷଣତାର ବିଭିନ୍ନ ଦିଗ ଉପରେ କହି ବିଶ୍ୱାସ ଭାବନା ହୋଇ ଭଗବାନଙ୍କ ନାମ ନେଇ ଯେକୌଣସି ରୋଗ ବ୍ୟାଧି ବେଳେ ଯେଉଁ ଔଷଧ ଖାଇଲେ ମଧ୍ୟ ତାହା ରୋଗରୁ ଉପଶମ ମିଳିଥାଏ ବୋଲି କହିଥିଲେ । ଏହି ଅବସରରେ ସମ୍ୱଲପୁର ଜିଲ୍ଲା ପଡିଆ ବାହାଲ ଗ୍ରାମର ବରିଷ୍ଠ କବିରାଜ ବିରଞ୍ଜି ମିର୍ଦ୍ଧାଙ୍କ କବିରାଜ ଡା: ସତ୍ୟନାରାୟଣ ପାତ୍ର ସ୍ମୃତି ସମ୍ମାନ ୨୦୧୮ ପ୍ରଦାନ କରାଯାଇଥିଲା । ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ପରିକ୍ଷାର ସର୍ବୋଚ ନମ୍ୱର ରଖିଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ମାନପତ୍ର ଓ ପୁରସ୍କାର ବଣ୍ଟନ କରାଯାଇଥିଲା । ଅନ୍ୟ ପକ୍ଷରେ ମୁଖ୍ୟ ଅତିଥି  ଡ: କଲ୍ୟାଣୀ ମିଶ୍ର ଓ ସମ୍ମାନୀତ ଅତିଥି କବିରାଜ ରାଜେନ୍ଦ୍ର ପ୍ରସାଦ ଦାଶଙ୍କୁ ଫାର୍ମାସୀ ପକ୍ଷରୁ ସମ୍ୱର୍ଦ୍ଧିତ କରାଯାଇଥିଲା । ଫାର୍ମାସୀର କବିରାଜ ରାମନାଥ ପାତ୍ର ଧନ୍ୟବାଦ ଦେଇଥିବା ବେଳେ ନଳନୀକାନ୍ତ ପାତ୍ର ସ୍ୱାଗତ ଭାଷଣ ଏବଂ ଡଃ ପୂର୍ଣ୍ଣଚନ୍ଦ୍ର ପାତ୍ର ଓ ରମାକାନ୍ତ ପାତ୍ର ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ପାରଳାଖେମୁଣ୍ଡିର ପଦାମୃତ ପକ୍ଷରୁ ରଙ୍ଗାରଙ୍ଗ ଓଡିଶୀ, ସମ୍ୱଲପୁରୀ ପ୍ରଭୃତି ନୃତ୍ୟ ପରିବେଷଣ କରାଯାଇଥିଲା ।

Leave A Reply

Your email address will not be published.