ବାରିପଦା/Dillip Mohanty – ଭାରତ ନିର୍ବାଚନ କମିଶନଙ୍କ ନିଦେ୍ର୍ଧଶ କ୍ରମେ ସଠିକ୍ ଓ ନିର୍ଭୂଲ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଜାତୀୟ ଭୋଟର ତାଲିକା -୨୦୧୮ ସଂଶୋଧନ ପ୍ରକ୍ରିୟା ଚଳିତ ନଭେମ୍ବର ୩୦ ପର୍ଯ୍ୟନ୍ତ ମୟୂରଭଞ୍ଜ ଜିଲାର ସମସ୍ତ ୯ଟି ନିର୍ବାଚନ ମଣ୍ଡଳୀରେ ଚାଲୁ ରହିବ । ଉକ୍ତ କାର୍ଯ୍ୟକ୍ରମ ଅନ୍ତର୍ଗତ ଜାନୁଆରୀ ୧ ମଧ୍ୟରେ ଯୋଗ୍ୟତା ସୂଚକ ୧୮ ବର୍ଷ ପୂରଣ ହୋଇଥିବା ସମସ୍ତ ଯୁବତୀ ଓ ଯୁବକମାନେ ଭୋଟର ତାଲିକାରେ ସେମାନଙ୍କର ନାମକୁ ଅନ୍ତର୍ଭୂକ୍ତ କରାଇ ପାରିବେ ଏବଂ ଯେଉଁମାନଙ୍କର ଭୋଟର ତାଲିକାରେ ରହିଥିବା ନାମରେ ତୃଟି ରହିଥିବ ସେମାନେ ରହିଥିବା ଭୂଲକୁ ସଂଶୋଧନ କରାଇପାରିବେ ଅଥବା ଯେଉଁମାନେ ତାଙ୍କର ନାମକୁ ଭୋଟର ତାଲିକାରୁ ବାଦ ଦେବାକୁ ଚାହୁଁଥିବେ ସେମାନଙ୍କର ନାମକୁ ମଧ୍ୟ ତାଲିକାରୁ କଟାଇ ପାରିବେ । ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲା ପ୍ରଶାସନ ତତ୍ୱାବଧାନରେ ଜିଲାର ସମସ୍ତ ରାଜନୈତିକ ଦଳ, ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ନେଇ ୧୮.୧୧.୨୦୧୭ ପୂର୍ବାହ୍ନରେ ମୟୂରଭଞ୍ଜ ଅତିରିକ୍ତ ଜିଲାପାଳ ସୁରଥ ଚନ୍ଦ୍ର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଏକ ବୈଠକ ଅନୁଷ୍ଠିତ ହୋଇ ନିର୍ବାଚନ କମିଶନଙ୍କ ନିଦେ୍ର୍ଧଶ କ୍ରମେ ୦୧.୦୧.୨୦୧୮ ସୁଦ୍ଧା ଯେଉଁମାନଙ୍କର ବୟସ ୧୮ ବର୍ଷ ପୂରଣ ହେଉଥିବ ଏହି ସମସ୍ତ ଭୋଟରମାନଙ୍କୁ ଭୋଟର ତାଲିକାରେ ଅନ୍ତର୍ଭୂକ୍ତ କରାଇବା ସଂଗେସଂଗେ ମୃତ ବ୍ୟକ୍ତିଙ୍କ ନାମକୁ ତାଲିକାରୁ ବାଦ ଓ ତାଲିକାରେ ଯେଉଁମାନଙ୍କର ନାମ, ଠିକଣା, ବୟସ ଆଦିରେ ତୃଟି ରହିଯାଇଥିବ ସେମାନେ ଏହାକୁ ସଠିକ୍ ଓ ନିର୍ଭୂଲ ଭାବେ ସଂଶୋଧନ ପ୍ରକ୍ରିୟା ଚଳିତ ମାସ ୧୫ ତାରିଖରୁ ଆରମ୍ଭ ହୋଇଛି ଏବଂ ଏହା ୩୦ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ସୂଚନା ପ୍ରଦାନ କରିବା ସହିତ ଜିଲାର ସମସ୍ତ ରାଜନୈତିକ ଦଳ ଏହି ପ୍ରକ୍ରିୟାରେ ସମସ୍ତ ପ୍ରକାରର ସହଯୋଗ କାମନା କରିଥିଲେ । ଉକ୍ତ ସଠିକ୍ ଓ ନିର୍ଭୂଲ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ଅଭିଯାନ ଜିଲାରେ ଥିବା ସମସ୍ତ ବୋଥସ୍ତରରେ ନିୟୋଜିତ ବିଏଲଓମାନଙ୍କ ଦ୍ୱାରା ଘରକୁଘର ବୁଲି ଭୋଟରମାନଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ନିର୍ଦ୍ଧାରିତ ଫର୍ମ ମାଧ୍ୟମରେ ସଂଗ୍ରହ ସହିତ ସଠିକ୍ ଯାଞ୍ଚ ମାଧ୍ୟମରେ ଭୋଟର ତାଲିକାରେ ନାମକୁ ଅନ୍ତର୍ଭୂକ୍ତ, ମୃତ ବ୍ୟକ୍ତିମାନଙ୍କ ନାମକୁ ବାଦ ଓ ତାଲିକାରେ ରହିଥିବା ତୃଟିକୁ ସଂଶୋଧନ ଆଦି କାର୍ଯ୍ୟକୁ ସମ୍ପାଦନ କରାଯିବ । ଉକ୍ତ କାର୍ଯ୍ୟକ୍ରମ ଅନ୍ତର୍ଗତ ଚଳିତ ନଭେମ୍ବର ୧୯, ୨୩, ୨୬ ଓ ୨୮ ସ୍ୱତନ୍ତ୍ର ଅଭିଯାନ ଦିବସଗୁଡ଼ିକରେ ଜିଲାର ୨୨୧୬ ବୋଥ କେନ୍ଦ୍ରରେ ବିଏଲଓମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସମ୍ପାଦନ କରିବେ ଓ ବୋଥୱାରୀ ସଠିକ୍ ଶତପ୍ରତିଶତ ନିର୍ଭୂଲ ଭୋଟର ତାଲିକା ପ୍ରସ୍ତୁତିରେ ଯେପରି କୌଣସି ଯୋଗ୍ୟ ଭୋଟର ବାଦ ପଡ଼ିନଯାନ୍ତି ସେଥିପ୍ରତି ବିଶେଷ ଯତ୍ନବାନ ହୋଇ କାର୍ଯ୍ୟକରିବେ । ଏହି ପ୍ରକ୍ରିୟାକୁ ସମ୍ପୃକ୍ତ ଉପଜିଲାପାଳ ତଥା ଇଆରଓ, ବିଡ଼ିଓ, ତହସିଲଦାର ତଥା ଏଇଆରଓଙ୍କ ତତ୍ୱାବଧାନରେ ବିଏଲଓମାନେ ପରିଚାଳନା କରିବେ ବୋଲି ଅତିରିକ୍ତ ଜିଲାପାଳ ଶ୍ରୀମଲ୍ଲିକ ସୂଚନା ଦେଇଛନ୍ତି ।
Sign in
Sign in
Recover your password.
A password will be e-mailed to you.