ମେଧାବୀ ଛାତ୍ରଛାତ୍ରୀଙ୍କୁ ଲ୍ୟାପ୍ଟପ୍ ବିତରଣ ଉଦ୍ଘାଟିତ 

0

ଭଦ୍ରକ(ସତ୍ୟଭୂଷଣ ସ୍ୱାମୀ)  ଓଡ଼ିିଶା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବିଜୁଯୁବ ସଶକ୍ତିକରଣ ଯୋଜନା ୨୦୧୮-୧୯ ଅଧୀନରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ଲ୍ୟାପ୍ଟପ୍ ବିତରଣ ଉତ୍ସବ ଅନୁଷ୍ଠିତ  ହୋଇଥିଲା  । ଜିଲ୍ଳାପାଳଙ୍କ ଭିଡ଼ିଓ କନ୍ଫେରେନ୍ସ ହଲ୍ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ମହିଳା ଓ ଶିଶୁକଲ୍ୟାଣ ବିକାଶ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ ସାମଲ ମେଧାବୀ ଛାତ୍ରଛାତ୍ରୀଙ୍କୁ ଲ୍ୟାପ୍ଟପ୍ ବିତରଣ କରାଯାଇଥିଲା  । ଭଦ୍ରକର ସାଂସଦ ଅର୍ଜ୍ଜୁନ ଚରଣ ସେଠୀ, ଭଦ୍ରକର ବିଧାୟକ ଯୁଗଳ କିଶୋର ପଟ୍ଟନାୟକ, ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଜିଲ୍ଳାପାଳ ଜ୍ଞାନ ଦାସ, ଅତିରିକ୍ତ ଜିଲ୍ଳାପାଳ ଶ୍ୟାମଭକ୍ତ ମିଶ୍ର, ଉପଜିଲ୍ଲାପାଳ ସୁଚାରୁ ବଳ, ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ  । ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ୫ଜଣ ମେଧାବୀ ଛାତ୍ରୀଛାତ୍ରୀ ଚିନ୍ମୟୀ ବେହେରା, ପୂଜାରାଣୀ ପଣ୍ଡା, ଲକ୍ଷ୍ମୀପ୍ରତୀମା ସେଠୀ, କସ୍ତୁରୀ ବେହେରା, ଦିପ୍ତୀମାନ ଜେନାଙ୍କୁ ଲ୍ୟାପ୍ଟପ୍ ପ୍ରଦାନ କରାଯାଇ ଏହି ବିତରଣ କାର୍ଯ୍ୟକ୍ରମର ଉଦ୍ଘାଟନ କରାଯାଇଥିଲା  । ସେହିପରି ପର୍ଯ୍ୟାୟକ୍ରମେ ଜିଲ୍ଲାର ୫୪୧ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ଲ୍ୟାପ୍ଟପ୍ ପ୍ରଦାନ କରାଯିବ  ।

Leave A Reply

Your email address will not be published.