ସହଯୋଗ ପାଇଁ ମିଳିଲା ୧୯ଟି ସଂଗଠନର ସହମତି
ଭୁବନେଶ୍ୱର: ନିଶାମୁକ୍ତି ସଚେତନତା ଅଭିଯାନକୁ ବ୍ୟାପକ କରିବା ଉଦ୍ଦେଶ୍ୟରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ବିଭିନ୍ନ ଆଧ୍ୟାତ୍ମିକ ତଥା ସେ୍ୱଚ୍ଛାସେବୀ ସଂଗଠନର ସହଯୋଗ ନେବା ସମଗ୍ର ରାଜ୍ୟରେ ହିଂସାମୁକ୍ତି ପାଇଁ ସଚେତନତା ଅଭିଯାନକୁ ବ୍ୟାପକ ଓ କ୍ରିୟାଶୀଳ କରିବା ପାଇଁ ବିଭାଗକୁ ୧୯ଟି ସଂଗଠନ ସହଯୋଗ କରିବା ନିମନ୍ତେ ସହମତି ପ୍ରକାଶ କରିଛନ୍ତିା ଏହି ମର୍ମରେ ସଂଗଠନଗୁଡ଼ିକ ସହିତ ବିଭାଗ ପକ୍ଷରୁ ଅଣ-ଆର୍ଥିକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛିା
ରାଜ୍ୟ ଭିନ୍ନକ୍ଷମ ପୁନଃଥଇଥାନ ପ୍ରତିଷ୍ଠାନରେ ଆଜି ଅନୁଷ୍ଠିତ ଏକ ବୈଠକରେ ବିଭିନ୍ନ ସଂଗଠନର ପ୍ରତିନିଧି ଏବଂ ବିଭାଗର ବରିଷ୍ଠ ଅଧିକାରୀବୃନ୍ଦ ମିଳିତ ହୋଇ ସମନ୍ୱିତ ଓ ସାମୂହିକ ସହଯୋଗ କ୍ରମେ ନିଶାମୁକ୍ତି ସଚେତନତା ଅଭିଯାନକୁ ସଶକ୍ତ କରିବା ପାଇଁ ବିସ୍ତୃତ ଆଲୋଚନା କରିଥିଲୋ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ କହିଲେ ଯେ ବିଭିନ୍ନ ସଂଗଠନ ସହିତ ମିଳିତ ଭାବରେ ନିଶାମୁକ୍ତି ପାଇଁ ବିଭାଗ କାର୍ଯ୍ୟ
କରିବା ଏଥି ପାଇଁ ବିଭିନ୍ନ ପ୍ରତିକାରମୂଳକ ପଦକ୍ଷେପ, ନୈତିକ ଶିକ୍ଷା, ଆରୋଗ୍ୟ କେନ୍ଦ୍ର ପରିଚାଳନା ସାଙ୍ଗକୁ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଗ୍ରହଣ କରାଯିବା ଶ୍ରୀ ସେଠୀ ନିଶାମୁକ୍ତି ସଚେତନତା ଅଭିଯାନ ଓ ଏହାର ସୁଫଳ ପ୍ରସଙ୍ଗ ଆଧାରିତ ଏକ ଅନ୍ଲାଇନ୍ ନୁ୍ୟଜ୍ଲେଟର ପ୍ରକାଶନ ସାଙ୍ଗକୁ ସୋସିଆଲ୍ ମିଡିଆରେ ବ୍ୟାପକ ପ୍ରଚାରପ୍ରସାର ଉପରେ ଗୁରୁତ୍ୱ ଦେଇଥିଲୋ
ବିଭାଗ ସହିତ ଅଣ-ଆର୍ଥିକ ବୁଝାମଣା ସ୍ୱାକ୍ଷର କରିଥିବା ସଂଗଠନ ଗୁଡ଼ିକ ହେଲେ ଜାତୀୟ ସେବା ସଂସ୍ଥା, ଚାଇଲ୍ଡ୍ ଆଣ୍ଡ ଓ୍ୱିମେନ୍ ଡେଭଲପ୍ମେଣ୍ଟ ସୋସାଇଟି, ଆର୍ଟ ଅଫ୍ ଲିଭିଂ, ଈଶା ଫାଉଣ୍ଡେସନ୍, ରୋଟାରୀ କ୍ଲବ୍, ସୋସାଇଟି ଫର୍ ଚିଲ୍ଡ୍ରେନ୍ (ସୋଚ୍), ରାମକୃଷ୍ଣ ମିଶନ, ସଲାମ୍ ଜୀବନ, ନ୍ୟୁ ଲାଇଫ୍ ୱେଲନେସ ଟ୍ରଷ୍ଟ, ଗୋପବନ୍ଧୁ ସେବା ପରିଷଦ, ନାଚୁରାଲ୍ ଇନଷ୍ଟିଟ୍ୟୁଟ ଫର ସୋସିଆଲ୍ ୱେଲଫେୟାର, ସତସଙ୍ଗ ବିହାର, ସତ୍ୟସାଇ ସେବା ସଂଗଠନ, ନିଶ୍ୱାସ, ବିବେକାନନ୍ଦ କେନ୍ଦ୍ର, ବିକଳ୍ପ, ଜିତା ସଂଗଠନ,ୟୁଥ୍ ଫର ଭଲୁଣ୍ଟାରୀ ଓ୍ୱାର୍କ ଓ ପୁଣ୍ୟ ଆଶ୍ରମା
ବିଭାଗର ନିର୍ଦ୍ଦେଶକ ନିୟତି ପଟ୍ଟନାୟକ ସମସ୍ତ ବୁଝାମଣାପତ୍ରରେ ବିଭାଗ ପକ୍ଷରୁ ସ୍ୱାକ୍ଷର କରିଥିବାବେଳେ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଦିଲ୍ଲୀପ କୁମାର ରାୟ, ଅତିରିକ୍ତ ଶାସନ ସଚିବ ଶ୍ରୀ ସନ୍ତୋଷ କୁମାର ପ୍ରଧାନ ଓ ଶ୍ରୀ ଦୀପକ ରାଉତରାୟଙ୍କ ସମେତ ବରିଷ୍ଠ ଅଧିକାରୀମାନେ ସ୍ୱାକ୍ଷର କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲୋ