ଓଡ଼ିଆ ଅସ୍ମିତାର ପରିଚୟ ହିଁ ଶାସ୍ତ୍ରୀୟ ଦିବସ ଉତ୍କଳ ସମ୍ମିଳନୀ ପକ୍ଷରୁ ଶାସ୍ତ୍ରୀୟ ଦିବସ ପାଳିତ

0 2

ରାଉରକେଲା, (ବସନ୍ତ କୁମାର ଜେନା) : ଓଡ଼ିଆ ଭାଷା ପାଇଁ ଓଡିଶା ରାଜ୍ଯ ଗଠିତ ହୋଇଛି I ଭାଷା ହୀନ ଜାତି ବର୍ବର ସଦୃଶ l ଏଣୁ ଓଡ଼ିଆ ଭାଷା ଓ ଜାତିର ଉନ୍ନତି ପାଇଁ ସମସ୍ତ ଓଡ଼ିଶାବାସୀ ଆଗେଇ ଆସିବାକୁ ଉତ୍କଳ ସମ୍ମିଳନୀ ରାଉରକେଲା ଶାଖା ପକ୍ଷରୁ ଆୟୋଜିତ ଶାସ୍ତ୍ରୀୟ ଭାଷା ଦିବସ ପାଳନ ଅବସରରେ ବକ୍ତାମାନେ ମତ ପୋଷଣ କରିଛନ୍ତି I ସମ୍ମିଳନୀର ସଭାପତି ସୁଦାମ ଚନ୍ଦ୍ର ଦାଶ ଅଧ୍ୟକ୍ଷତା ପୂର୍ବକ ବକ୍ତବ୍ୟ ପ୍ରଦାନ କରିଥିଲେ ଯେ , ମାଆକୁ ଭଲ ପାଇଲା ପରି ଆମେ ଆମର ଭାଷାକୁ ଭଲ ପାଇବା ଉଚିତ୍ I ଓଡ଼ିଆ ଭାଷାର ସମୃଦ୍ଧି ପାଇଁ ସରକାରଙ୍କ ନିକଟରେ ଆମେ ସମସ୍ତେ ଏକଜୁଟ ହୋଇ ଦାବି କରିବାକୁ ଆହ୍ବାନ ଦେଇଥିଲେ I ଆଲୋଚକ ତଥା ଆଗରପଡ଼ା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ ନାରାୟଣ ସେନାପତି ସାହିତ୍ୟରେ ଆମ ଭାଷା ଶୀର୍ଷକରେ କହିଥିଲେ ଯେ, ସଭ୍ଯତାର ମହାନୀୟ ଦାନ ହେଉଛି ଭାଷା I ଉଚ୍ଚାଙ୍ଗ ସାହିତ୍ୟ ସୃଷ୍ଟି ହେଲେ ଭାଷାର ସମୃଦ୍ଧ ହେବ l ଅନ୍ୟତମ ଆଲୋଚକ ତଥା ପ୍ରାକ୍ତନ ଇତିହାସ ବିଭାଗ ପ୍ରାଧ୍ୟାପକ ଡ. ପ୍ରଭାତ ମଲ୍ଲିକ ଶିକ୍ଷାରେ ଆମ ଭାଷା ଶୀର୍ଷକରେ ବକ୍ତବ୍ୟ ରଖିଥିଲେଯେ , ଭାଷା ଆମକୁ ଦେଇଛି ଭୂଖଣ୍ଡ I ଶାରଳା ଦାସଙ୍କ ସାହିତ୍ୟରେ ଭାଷାର ମୌଳିକତା ପରିପୂର୍ଣ୍ଣ ହୋଇଛି I ଓଡ଼ିଶାର ଅସ୍ମିତା ଅନ୍ୱେଷଣର ଦିବସ ହେଉଛି ଓଡ଼ିଆ ଶାସ୍ତ୍ରୀୟତା ଦିବସ ପାଳନର ଉଦ୍ଦେଶ୍ୟ I ଇଂରାଜୀ ମାଧ୍ୟମ ବିଦ୍ୟାଳୟ , କୋର୍ଟ କଚେରୀ ,ବ୍ୟବସାୟ କେନ୍ଦ୍ର ଆଦିରେ ଓଡ଼ିଆ ଭାଷା ପ୍ରଚଳନକୁ ଦୃଢ଼ କରାଯିବାକୁ ସେ ପରାମର୍ଶ ଦେଇଥିଲେ I ସମ୍ମିଳନୀର ବରିଷ୍ଠ କାର୍ଯ୍ୟକାରୀ ସଦସ୍ୟ ପ୍ରଫେସର ଶଙ୍କରପ୍ରସାଦ ତ୍ରିପାଠୀ ପ୍ରାକ ସୁଚନା ପ୍ରଦାନ କରି କହିଲେ ଯେ , ଓଡ଼ିଶାରେ ଏବେ ସାହିତ୍ୟ ଚର୍ଚ୍ଚାର ଆଦର କମିକମି ଯାଉଛି I ମୁଖ୍ୟ ଅତିଥି ଡାକ୍ତର ଉତ୍ତମ ଚରଣ ଜେନା ଓଡ଼ିଆ ଭାଷାର ସମୃଦ୍ଧି ନିମନ୍ତେ ଉତ୍କଳ ସମ୍ମିଳନୀର କାର୍ଯ୍ୟକୁ ପ୍ରଶଂସା କରିଥିଲେ I ଉତ୍କଳ ସମ୍ମିଳନୀ ଶାଖାର ଉପସଭାପତି ଚିତ୍ତରଞ୍ଜନ ଦାସ ଓଡ଼ିଶାବାସୀ ଭାଷା ପାଇଁ ହୀନମନ୍ୟତା ପରିହାର କରିବାକୁ ପରାମର୍ଶ ଦେଇଥିଲେ l ସମ୍ମିଳନୀର ସାଧାରଣ ସମ୍ପାଦକ ଅକ୍ଷୟ କୁମାର ଦାସ ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ ପୂର୍ବକ ବକ୍ତବ୍ୟ ରଖିଥିଲେ ଯେ , ୨୦୧୪ ମାର୍ଚ୍ଚ ୧୧ ତାରିଖରୁ ସମ୍ମିଳନୀ ପ୍ରତିବର୍ଷ ଏହି ଦିବସ ପାଳନ କରି ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପାଇଁ ଚେଷ୍ଠା କରି ଆସୁଛି I ନିରୁପମା ପତି କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ଉପସଭାପତି ପ୍ରାଧ୍ୟାପକ ଅଚିନ୍ତ୍ୟ ନାରାୟଣ ଜେନା ଧନ୍ୟବାଦ ପ୍ରଦାନ କରିଥିଲେ I ଏହି ଉତ୍ସବରେ ଶାଖାର ଉପସଭାପତି ପ୍ରାଧ୍ୟାପିକା ତପସ୍ଵିନୀ ବହିଦାର , ନବଘନ ପାଣି , ଅନିଲ ଦାସ , ଅଭୟ ପ୍ରଧାନ ,ଚନ୍ଦ୍ରକାନ୍ତି ନାଏକ ,କନକ ମିଶ୍ର , ବିଜୟବରାଳ , ଅଜୟ ପ୍ରଧାନ,ସୁଶାନ୍ତ ନାୟକ , କିଶୋରୀ ମୋହନ କର , ସୂର୍ଯ୍ୟନାରାୟଣ ପଣ୍ଡା , ପ୍ରଭାସିନି ପତି , ବାସନ୍ତୀ ପୃସେଠ , ଅମରେନ୍ଦ୍ର ପଟନାୟକ, ରାଜକୁମାର ମହାନ୍ତି , ସୁନୀଲ ମହାନ୍ତି, ରାଜେନ୍ଦ୍ର ମହାନ୍ତି ,ବିମଳ ମହାନ୍ତି, ଡଲି ବ୍ରହ୍ମା ପ୍ରମୂଖ କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବେଳେ ,ଅଭୟ କୁମାର ଦାସ , ଅକ୍ଷୟ ସାମଲ , ବିକ୍ରମ ଆଚାର୍ଯ୍ୟ, ନୃସିଂହ ବିଶ୍ୱାଳ ,ମୀନକେତନ ପଶାୟତ ,ଲକ୍ଷ୍ମଣ ଦାସ , ବ୍ରହ୍ମାନନ୍ଦ ପାଢୀ , ଚିତ୍ତରଞ୍ଜନ ବ୍ରହ୍ମା , ହିମାଂଶୁ ସାହୁ ପ୍ରମୁଖ ବହୁ ସାହିତ୍ୟ ସାଂସ୍କୃତିକ ଅନୁଷ୍ଠାନର ସଭ୍ଯ ସଭ୍ୟା ଯୋଗଦାନ କରିଥିଲେ I

Leave A Reply

Your email address will not be published.