ଜଗଦଳପୁର ଥାନା ର ନବ ନିଯୁକ୍ତ ଭାରପ୍ରାପ୍ତ ଅଧିକାରୀ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା l

0 2

ଝାରବନ୍ଧ -ମନୋହର ଦାଶ: ଆଦିବାସୀ ଓ ଅଧୁଷିତ ଅଞ୍ଚଳ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା ରେ ନୂତନ ଭାବେ ଯୋଗଦାନ କରିଥିବା ଭାରପ୍ରାପ୍ତ ଅଧିକାରୀ ଶ୍ରୀ କୈଳାସ ଚନ୍ଦ୍ର ପଧାନ ଙ୍କୁ ଇତି ମଧ୍ୟ୍ୟରେ ଭବ୍ୟ ସ୍ୱାଗତ ପ୍ରଦାନ କରାଯାଇଛି l ଥାନା ର ସମସ୍ତ କର୍ମଚାରୀ ଉପସ୍ଥିତ ରହି ନୂତନ ଥାନା ଅଧିକାରୀ ଶ୍ରୀ ପ୍ରଧାନ ଙ୍କୁ ପୁଷ୍ପ ଗୁଚ୍ଛ ପ୍ରଦାନ କରି ସ୍ୱାଗତ କରିଥିଲେ l ବୁଡେନ ଥାନା ରେ କାର୍ଯ୍ୟରତ ଇନିସ୍ପେକଟର ଶ୍ରୀ ପ୍ରଧାନ ଜଗଦଳପୁର ଥାନା କୁ ବଦଳି ହୋଇ ଆସିଛନ୍ତି l ବୁଡେନ ଅଞ୍ଚଳ ରେ ଶାନ୍ତି ବଜାୟ ରଖିବା ସହ ଗଞ୍ଜେଇ ଚୋରା ଚାଲାଣ ରୋକିବାରେ ସମର୍ଥ ହୋଇଥିଲେ l ଜଗଦଲପୁର ଥାନା ରେ ଯୋଗଦେବା ପରେ ଅଞ୍ଚଳ ରେ ଶାନ୍ତି ଶୃଙ୍ଖଳା ପ୍ରତି ଅଧିକ ପ୍ରାଧାନ୍ୟ ଦେବେ ତତ ସଙ୍ଗେ ସଙ୍ଗେ ଅପରାଧୀ ତଥ୍ୟ କୁ ଦୃଢ଼ ହସ୍ତ ରେ ଦମନ କରିବା ସାଙ୍ଗ କୁ ଆଗକୁ ସାଧାରଣ ନିର୍ବାଚନ ଥିବାରୁ ତାହା ଯେମିତି ଅବାଦ ଓ ନିରପେକ୍ଷ ଅନୁଷ୍ଠିତ ହେବ ସେଥିପ୍ରତି ଅଧିକ ପ୍ରାଧାନ୍ୟ ଦିଆଯିବ ବୋଲି ସୂଚନା ଦେଇଛନ୍ତି l ସରକାର ଙ୍କ ନିୟମାବଳୀ ମାଧ୍ୟମରେ ସମସ୍ତ କାର୍ଯ୍ୟ କରିବା ସହିତ ଜନପ୍ରତିନିଧି ଓ ଗଣମାଧ୍ୟମ ର ସାହାଯ୍ୟ ନିହାତି ଆବଶ୍ୟକ ବୋଲି କହିଛନ୍ତି l

Leave A Reply

Your email address will not be published.