ପୁରୀ (ଅନିମେଶ ପଟ୍ଟନାୟକ): ଯୁବ ସଂଗଠକ ମନୋଜ ବେହେରାଙ୍କୁ ମିଳିଛି ଗୁରୁ ଦାୟିତ୍ବ। ପ୍ରଦେଶ କଂଗ୍ରେସ ରାଜ୍ଯ ସାମାଜିକ ଗଣମାଧ୍ୟମ ମୁଖ୍ଯ ଅମୀୟ ପାଣ୍ତବଙ୍କ ଅନୁମୋଦନ କ୍ରମେ ପୁରୀ ସମେତ ୧୦ ଜିଲ୍ଲାର ସାମାଜିକ ଗଣମାଧ୍ୟମ ସଂଯୋଜକଙ୍କୁ ନିଯୁକ୍ତ କରାଯାଇଛି । ଛାତ୍ର ଜୀବନରୁ ମନୋଜ କଂଗ୍ରେସର ବିଭିନ୍ନ ଦାୟିତ୍ବରେ ରହି ସଫଳତାର ସହ କାର୍ଯ୍ୟ କରି ଆସୁଛନ୍ତି । ଦଳର ଶୀର୍ଷ ନେତୃବୃନ୍ଦମାନେ ମୋ ଉପରେ ଆସ୍ଥା ପ୍ରକଟ କରିଥିବାରୁ ମୁ ଦୃଢ ବିଶ୍ବାସ ସହ ସାମାଜିକ ଗଣମାଧ୍ୟମରେ କାର୍ଯ୍ୟ କରିବି ବୋଲି ମନୋଜ ପ୍ରକାଶ କରିଛନ୍ତି । ସେ ଏହି ଗୁରୁଦାୟିତ୍ବ ପାଇଁ ରାଜ୍ଯ ସାମାଜିକ ଗଣମାଧ୍ୟମ ମୁଖ୍ଯ ଅମୀୟ ପାଣ୍ତବ, ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ, ଓଡ଼ିଶା ସାମାଜିକ ଗଣମାଧ୍ୟମ ପ୍ରଭାରୀ ସୁମିତ ଦୁବେ, ଏଆଇସିସି ସଭ୍ଯ ସୁଜିତ ମହାପାତ୍ର, ଅଭିଳାଷ ପତି, ମୁକେଶ ଅଗ୍ରୱାଲଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
Sign in
Sign in
Recover your password.
A password will be e-mailed to you.