ଓଷ୍ଟା ର ନୂତନ କର୍ମକର୍ତ୍ତା ନିର୍ବାଚିତ

0

ରାଉରକେଲା(ବସନ୍ତ କୁମାର ଜେନା): ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ( ଓଷ୍ଟା) ରାଉରକେଲା ସିଟି ଜୋନ୍ ତରଫରୁ ବିଭିନ୍ନ ଦାବି ସହ ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ସେକ୍ଟର ୨୦ ସ୍ଥିତ କୋଏଲ ବିଦ୍ୟାପୀଠ ଠାରେ ଜିଲ୍ଲା ସମ୍ପାଦକ ସନ୍ତୋଷ କୁମାର ନାୟକଙ୍କ ଆବାହକତ୍ୱ ଓ ସିଟି ଜୋନ୍ ସମ୍ପାଦକ ଅରୁଣ କୁମାର ସ୍ବାଇଁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିଶିର କୁମାର ପାଣି ଅଧ୍ୟକ୍ଷତା ଓ ସୁନ୍ଦରଗଡ ଜିଲ୍ଲାର ଉପଦେଷ୍ଟା ବ୍ରଜେନ୍ଦ୍ର ଦାଶ ଓ ବିଦ୍ୟାପୀଠ ର ପ୍ରଧାନ ଶିକ୍ଷକ କମଳାକାନ୍ତ ରାଉତ ପ୍ରମୁଖ ମଞ୍ଚାସୀନ ରହି ଆଗାମୀ ୧୧ ଓ ୧୨ ତାରିଖରେ ଭୁବନେଶ୍ୱର ଠାରେ ହେବାକୁଥିବା ସଂକଳ୍ପ ସମାବେଶ ସମ୍ପର୍କରେ ଆଲୋଚନା କରିଥିଲେ। ଶିକ୍ଷକ ମାନଙ୍କର ନାର୍ଯ୍ୟ ଦାବିକୁ ସରକାର ପୂରଣ କରୁନଥିବା ତଥା ଅନେକ କ୍ଷେତ୍ରରେ ଟୁଳଟାଳ ନୀତି ଆପଣାଉ ଥିବାରୁ ସଭାରେ କ୍ଷୋଭ ପ୍ରକାଶ ପାଇଥିଲା। ଦରମା ଦେବାରେ ତାରତମ୍ୟ, ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ଆଦି କୁ ଦୃଢ଼ ନିନ୍ଦା କରାଯାଇ ଆସନ୍ତା ସଂକଳ୍ପ ସମାବେଶ କୁ ସଫଳ କରିବା ପାଇଁ ଆହ୍ବାନ ଦିଆଯାଇଥିଲା। ସମସ୍ୟା ଯଦି ସମାଧାନ ନହୁଏ ତେବେ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ ଓ ନିର୍ବାଚନ କାର୍ଯ୍ୟକ୍ରମ ବର୍ଜନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହି ଅବସରରେ ରାଉରକେଲା ସିଟି ଜୋନ୍ ର ନିର୍ବାଚନ କରାଯାଇ ସର୍ବସମ୍ମତି କ୍ରମେ ସଭାପତି ଭାବେ ଶିଶିର କୁମାର ପାଣି, ଉପସଭାପତି ଭାବେ ସରୋଜ କୁମାର ସାହୁ ଓ ସୁପ୍ରଭା ସାମଲ, ସାଧାରଣ ସମ୍ପାଦକ ଭାବେ ପ୍ରଫୁଲ୍ଲ କୁମାର ସ୍ୱାଇଁ, ସହ ସମ୍ପାଦକ ଭାବେ ଦୈତାରି ଠାକୁର ଓ କମଳାକାନ୍ତ ରାଉତ, ଷ୍ଟେଟ କାଉନସିଲ ଭାବେ ପ୍ରତାପ ପ୍ରଧାନ ଓ ରଞ୍ଜନ କୁମାର ସାମଲ ପ୍ରମୁଖ ଙ୍କୁ ଚୟନ କରାଯାଇ ଦାୟିତ୍ଵ ଅର୍ପଣ କରାଯାଇଥିଲା। ଶେଷରେ ପ୍ରଧାନ ଶିକ୍ଷକ ଶ୍ରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଜୋନ୍ ର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଜଗନ୍ନାଥ ମହନ୍ତ,ମଙ୍ଗଳ ମହନ୍ତ, ହୃଷିକେଶ ନାୟକ, ଅମୂଲ୍ୟ ସାମଲ, ପଦ୍ମ ଲୋଚନ ଦାଶ, ମଦନମୋହନ ଆରୁଖ, ସୁଶାନ୍ତ କୁମାର ସିଂହ,ଶରତ କୁମାର ପ୍ରଧାନ, ଅନ୍ନପୂର୍ଣ୍ଣା ନାୟକ, ବାବାଜୀ ଦାସ, ସରୋଜ କୁମାର ଲେଙ୍କା,ଅଦୈତ ପ୍ରସାଦ ନାୟକ, ପୂର୍ଣ୍ଣଚନ୍ଦ୍ର ବେହେରା, ପୂର୍ଣ୍ଣଚନ୍ଦ୍ର ମାହାତୋ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.